ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନେଇ ଋଷ ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଇସ୍ରାଇଲ ରାଗି ପାଚି ହେଲା ଲାଲ
Advertisement

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନେଇ ଋଷ ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଇସ୍ରାଇଲ ରାଗି ପାଚି ହେଲା ଲାଲ

Russia-Ukraine War: ୬୮ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଯେଉଁଥିପାଇଁ ୟୁକ୍ରେନର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ୟୁକ୍ରେନ ଅଶାନ୍ତ ଦେଖାଯାଉଛି । ୟୁକ୍ରେନକୁ ନିଶ୍ଚିତ ଭାବରେ ସମଗ୍ର ଦୁନିଆରୁ ସାହାଯ୍ୟ ମିଳୁଛି ଓ ଏହାର ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଋଷର ବିପଜ୍ଜନକ ଉଦ୍ଦେଶ୍ୟକୁ ରୋକିବାରେ କୌଣସି ସଫଳତା ମିଳିନାହିଁ । ଫଳସ୍ୱରୂପ ବର୍ତ୍ତମାନ ଋଷ ପୂର୍ବ ୟୁକ୍ରେନକୁ ଧ୍ୱଂସ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ୟୁକ୍ରେନ ଉପରେ ଲଗାତର ବୋମା ବର୍ଷା ହେଉଛି । ୟୁକ୍ରେନର ସହରଗୁଡ଼ିକ ଧ୍ୱଂସାବଶେଷରେ ପରିଣତ ହେଉଛି ।

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନେଇ ଋଷ ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଇସ୍ରାଇଲ ରାଗି ପାଚି ହେଲା ଲାଲ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏହି ସମୟରେ ଋଷର ବୈଦେଶିକ ମନ୍ତ୍ରୀ ଏପରି କିଛି ବୟାନ ଦେଇଛନ୍ତି, ଯାହାକୁ ନେଇ ଇସ୍ରାଇଲ (Israel) ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ (Russian Foreign Minister Sergei Lavrov) ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Ukrainian President Volodymyr Zelenskyy) ଙ୍କୁ ଜର୍ମାନର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲର (German dictator Adolf Hitler) ଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଛନ୍ତି । ଲାଭ୍ରୋଭ କହିଛନ୍ତି ଯେ, ହିଟଲର ଓ ଜେଲେନସ୍କି ଉଭୟ  ହେଉଛନ୍ତି ନାଜି (Nazis) ଓ ସେମାନଙ୍କ ମଧ୍ୟରେ "ୟହୁଦୀ ରକ୍ତ" (Jewish blood) ରହିଛି । ଲାଭ୍ରୋଭଙ୍କ ବୟାନ ପରେ ଇସ୍ରାଏଲ ଅସନ୍ତୋଷ ବ୍ୟକ୍ତ କରିଛି ।

ଲାଭ୍ରୋଭ (Sergei Lavrov)) କହିଛନ୍ତି ଯେ, ଜେଲେନସ୍କି ୟହୁଦୀ ହେବା ତାଙ୍କ ନାଜିବାଦକୁ କମ୍ କରିଦେଉ ନାହିଁ । ଆଡଲଫ୍ ହିଟଲର (Hitler) ଙ୍କ ରକ୍ତ ମଧ୍ୟ ୟହୁଦୀ ଥିଲା । ଲାଭ୍ରୋଭଙ୍କ ବୟାନକୁ ନେଇ ଇସ୍ରାଏଲ ଅସନ୍ତୋଷ ବ୍ୟକ୍ତ କରିଛି । ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ୟାୟର ଲାପିଡ (Israel Foreign Minister Yair Lapid) କହିଛନ୍ତି ଯେ, "ଋଷର ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ କ୍ଷମା ଯୋଗ୍ୟ ନୁହେଁ, ଅପମାନଜନକ ଏବଂ ଏହା ମଧ୍ୟ ଏକ ଐତିହାସିକ ଭୁଲ ।"

ସେ କହିଛନ୍ତି ଯେ, ୟହୁଦୀମାନେ ନିଜକୁ ହତ୍ୟା କରି ନାହାଁନ୍ତି ଏବଂ ଜାତିଭେଦର ସର୍ବନିମ୍ନ ସ୍ତର ସ୍ୱୟଂ ୟହୁଦୀମାନଙ୍କ ଉପରେ ୟହୁଦୀ ବିରୋଧୀ ହେବାର ଅଭିଯୋଗ ଲାଗିଛି । ଲାଭ୍ରୋଭଙ୍କ ମନ୍ତବ୍ୟ ପରେ ଇସ୍ରାଏଲ ଋଷର ରାଷ୍ଟ୍ରଦୂତଙ୍କୁ ଡକାଇ ଏହାର ଉପରେ ସ୍ପଷ୍ଟୀକରଣ ମାଗିଛି ।

ୟୁକ୍ରେନର ସଂସ୍କୃତି ଓ ସୂଚନା ନୀତି ମନ୍ତ୍ରଣାଳୟ ଅଧୀନରେ ଥିବା ସାମରିକ ଯୋଗାଯୋଗ ଓ ସୂଚନା ସୁରକ୍ଷା କେନ୍ଦ୍ର ଲାଭ୍ରୋଭଙ୍କ ଉଦ୍ଧେଶ୍ୟରେ କହିଛି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ୟହୁଦୀତା ତାଙ୍କ ନାଜିବାଦକୁ ପ୍ରତ୍ୟାଖ୍ୟାନ କରେ ନାହିଁ । ଆଡଲଫ୍ ହିଟଲରଙ୍କର ମଧ୍ୟ ୟହୁଦୀ ରକ୍ତ ଥିଲା ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଏହା ବି ପଢ଼ନ୍ତୁ:-ଅବିଶ୍ୱସନୀୟ; ୧୫୦ ଟଙ୍କା ଖର୍ଚ୍ଚ କରି ଏହି ବ୍ୟକ୍ତି ଜିତିଲେ ୩୬୦୦ କୋଟି ଟଙ୍କା, ଜାଣନ୍ତୁ କିପରି?

ଏହା ବି ପଢ଼ନ୍ତୁ:-ଭାଇ ଓ ଭଉଣୀ ମିଶି ଜନ୍ମ କଲେ ୪ ସନ୍ତାନ, ଜାଣନ୍ତୁ ଏପରି କରିବା ପଛର କାରଣ

 

ସୂଚନାଯୋଗ୍ୟ, ସେପଟେ ୬୮ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଯେଉଁଥିପାଇଁ ୟୁକ୍ରେନର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ୟୁକ୍ରେନ ଅଶାନ୍ତ ଦେଖାଯାଉଛି । ୟୁକ୍ରେନକୁ ନିଶ୍ଚିତ ଭାବରେ ସମଗ୍ର ଦୁନିଆରୁ ସାହାଯ୍ୟ ମିଳୁଛି ଓ ଏହାର ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଋଷର ବିପଜ୍ଜନକ ଉଦ୍ଦେଶ୍ୟକୁ ରୋକିବାରେ କୌଣସି ସଫଳତା ମିଳିନାହିଁ । ଫଳସ୍ୱରୂପ ବର୍ତ୍ତମାନ ଋଷ ପୂର୍ବ ୟୁକ୍ରେନକୁ ଧ୍ୱଂସ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ୟୁକ୍ରେନ ଉପରେ ଲଗାତର ବୋମା ବର୍ଷା ହେଉଛି । ୟୁକ୍ରେନର ସହରଗୁଡ଼ିକ ଧ୍ୱଂସାବଶେଷରେ ପରିଣତ ହେଉଛି ।