ରେଳ ଷ୍ଟେସନ ଉପରେ ଭୟାନକ ଆକ୍ରମଣ; ୩୦ ମୃତ, ୧୦୦ ଆହତ
Advertisement
Article Detail0/zeeodisha/odisha1146587

ରେଳ ଷ୍ଟେସନ ଉପରେ ଭୟାନକ ଆକ୍ରମଣ; ୩୦ ମୃତ, ୧୦୦ ଆହତ

ଋଷିଆ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି ଅନେକ ୟୁକ୍ରେନୀୟ ସହର। 

ରେଳ ଷ୍ଟେସନ ଉପରେ ଭୟାନକ ଆକ୍ରମଣ; ୩୦ ମୃତ, ୧୦୦ ଆହତ

କୀଭ୍: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୪୪ ଦିନ ପୂରଣ ହୋଇଛି। ସଦ୍ୟ ଏହି ଯୁଦ୍ଧକୁ ନେଇ ମିଳିଥିବା ଖବର ଅନୁସାରେ ୟୁକ୍ରେନସ୍ଥିତ କ୍ରାମାଟୋର୍ସ୍କ ରେଳ ଷ୍ଟେସନ ଉପରେ ଋଷିଆ ପକ୍ଷରୁ ହୋଇଥିବା ଭୟାନକ ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଆହତ ହୋଇଛନ୍ତି। ଆକ୍ରମଣ ପରେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିଛି।

ଯୁଦ୍ଧକୁ ୪୪ ଦିନ ପୂରଣ ହୋଇଯାଇଥିବା ବେଳେ ଅନେକ ୟୁକ୍ରେନୀୟ ସହର ଉପରେ ଜାରି ରହିଛି ଆକ୍ରମଣ। କେବେ ଡ୍ରୋନ ଆଉ କେବେ କ୍ଷେପଣାସ୍ତ୍ର ଯୋଗେ ହେଉଛି ହମଲା। ଏନେଇ ପ୍ରତିକ୍ରିୟା ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି ବୁଚା ଅପେକ୍ଷା ବୋରୋଦାୟଙ୍କା ଠାରେ ଅବସ୍ଥା ଅଧିକ ଖରାପ ହୋଇଯାଇଛି। 

Also Read: Russia Ukraine War: ଶାନ୍ତି ଆଲୋଚନାରେ ନିଜ ଦାବିରୁ ପଛକୁ ହଟିଲା ଋଷିଆ

ଋଷିଆ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି ଅନେକ ୟୁକ୍ରେନୀୟ ସହର। ହୋସ୍ଟୋମେଲ୍ ମଧ୍ୟ ଏପରି ଏକ ସହର ଯାହା ପୂର୍ଣ୍ଣ ରୂପରେ ଧ୍ୱଂସାବଶେଷରେ ପରିଣତ ହୋଇସାରିଛି। କେବଳ ସେତିକି ନୁହେଁ ଋଷିଆ ଆକ୍ରମଣରେ ଅନେକ ଆବାସିକ ଅଞ୍ଚଳ ନଷ୍ଟ ହୋଇଯାଇଛି।

ଏହା ମଧ୍ୟରେ ୟୁକ୍ରେନ ପକ୍ଷରୁ ଦାବି କରି କୁହାଯାଇଛି ଯେ ୧୮,୯୦୦ ଋଷୀୟ ସୈନିକ, ୬୯୮ ଟ୍ୟାଙ୍କ, ୧୮୯୧ ଯୁଦ୍ଧ ଯାନ, ୩୩୨ ତୋପଖାନା, ୧୦୮ ବୃହତ ରକେଟ ସିଷ୍ଟମ, ୫୫ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ୧୫୦ ସୈନ୍ୟ ବିମାନ ଏବଂ ୭୬ ଇନ୍ଧନ ଟାଙ୍କି ନଷ୍ଟ ହୋଇଯାଇଛି। ଅନ୍ୟପଟେ ଋଷିଆ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ ୨୯ ସୈନ୍ୟ ଘାଟି, ୧୦ ଅସ୍ତ୍ରଶସ୍ତ୍ର ଗୋଦାମ, ୨୧୮ ବିମାନ, ୪୧୩ ମାନବ ବିହୀନ ବିମାନ, ୨୨୭ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ୧୯୮୭ ଟ୍ୟାଙ୍କ, ୨୧୮ ରକେଟ ସିଷ୍ଟମ, ୮୬୬ ମୋର୍ଟାର ଏବଂ ୧୮୯୪ ସାମରିକ ଯାନ ନଷ୍ଟ ହୋଇଯାଇଛି।

Also Read: ଋଷୀୟ ଆକ୍ରମଣରେ ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନ ସହର; ମେୟର ହୋଇଛନ୍ତି ଅପହରଣ

ୟୁକ୍ରେନ ଏବେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ଦେଖୁଛି। ଋଷିଆ-ୟୁକ୍ରେନ ଯୁଦ୍ଧକୁ ଦେଢ ମାସ ବିତିଗଲାଣି ହେଲେ ପରିସ୍ଥିତି ସୁଧାରିବା ପରି ମନେ ହେଉନାହିଁ। ଋଷୀୟ ସୈନ୍ୟ କ୍ରମାଗତ ଭାବେ ସେମାନଙ୍କ ଋଣନୀତି ପରିବର୍ତ୍ତନ କରୁଛନ୍ତି ଏବଂ ୟୁକ୍ରେନ ସୈନ୍ୟ ଏହାର ଜବାବ ଦେଉଛନ୍ତି। କଥାବାର୍ତ୍ତା ଦ୍ୱାରା ଏହି ସମସ୍ୟାର ସମାଧାନ ହେବା ଭଳି ମନେ ହେଉନାହିଁ ଏବଂ ଏହି ଯୁଦ୍ଧ ଶୀଘ୍ର ଏକ ବିଶ୍ୱଯୁଦ୍ଧରେ ପରିଣତ ହେବାର ସମ୍ଭାବନା ରହିଛି।