ଋଷର ଉଦ୍ୟମ ବିଫଳ,ଅସ୍ତ୍ରବିରତି ଚୁକ୍ତି ସତ୍ତ୍ୱେ ପୁଣି ଆରମ୍ଭ ହୋଇଗଲା ଆର୍ମେନିଆ-ଆଜରବୈଜାନ ଯୁଦ୍ଧ!
Advertisement
Article Detail0/zeeodisha/odisha763969

ଋଷର ଉଦ୍ୟମ ବିଫଳ,ଅସ୍ତ୍ରବିରତି ଚୁକ୍ତି ସତ୍ତ୍ୱେ ପୁଣି ଆରମ୍ଭ ହୋଇଗଲା ଆର୍ମେନିଆ-ଆଜରବୈଜାନ ଯୁଦ୍ଧ!

ବର୍ତ୍ତମାନ ଆର୍ମିନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ହେଉଛି ଏନକ୍ଲେଭ୍ ପାହାଡ । ଏହି ସ୍ଥାନ ଆଜରବୈଜାନ ଏକ ଅଂଶ ଭାବରେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ, ହେଲ ଏଠାକାର ଜନସଂଖ୍ୟା ଅଧିକ ଭାଗ ହେଉଛି ଆର୍ମେନୀୟ । 

ଋଷର ଉଦ୍ୟମ ବିଫଳ,ଅସ୍ତ୍ରବିରତି ଚୁକ୍ତି ସତ୍ତ୍ୱେ ପୁଣି ଆରମ୍ଭ ହୋଇଗଲା ଆର୍ମେନିଆ-ଆଜରବୈଜାନ ଯୁଦ୍ଧ!

ମସ୍କୋ: ପୂର୍ତନନ ସୋଭିଏତ (USSR) ସଂଘରେ ସାମିଲ ଥିବା ଦୁଇ ଦେଶ ଆର୍ମିନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧ (Armenia-Azerbaijan War) ବନ୍ଦ ହେବାର ନାଁ ଧରୁନାହିଁ । ଏପରିକି ଏହି  ଯୁଦ୍ଧକୁ ଟାଳିବ ଲାଗି ରାଜଧାନୀ ମସ୍କୋ ଠାରେ ଋଷ ରାଷ୍ଟ୍ରପତି (Russian President) ଭ୍ଲାଦମିର ପୁଟିନ (Vladmir Putin) ନେତୃତ୍ୱରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ବିଫଳ ହୋଇଛନ୍ତି । ଯୁଦ୍ଧକୁ ରୋକିବା ଲାଗି ଋଷିଆ ଠାରେ ସମ୍ମତି ଜଣାଇଲେ ଉଭୟ ଦେଶ ।
 
ସାମ୍ପ୍ରତିକ ଉଭୟ ଦେଶ ମଧ୍ୟରେ ପୁନର୍ବାର ସଂଘର୍ଷ ଆରମ୍ଭ ହୋଇଯାଇଥିବା ବେଳେ ବିବାଦୀୟ ନାର୍ଗୋନ-କରବଖ ଅଞ୍ଚଳ (Nagorno Karabakh Area) ଠାରେ ଯୁଦ୍ଧବିରାମ ସନ୍ଧିର ସର୍ତ୍ତକୁ ଉଂଲଘନ କରାଯାଇଥିବା ନେଇ ଉଭୟ ଦେଶ ପରସ୍ପରକୁ ଟାର୍ଗେଟ କରିଛନ୍ତି। ଗତ ସେପ୍ଟମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ହଜାର ହଜାର ଲୋକଙ୍କ ମୃତ୍ୟୁ ସାରିଲାଣି । ଆର୍ମେନିଆ ବନ୍ଦୀଙ୍କୁ ଆଜରବୈଜାନ ମୁକ୍ତ କରିବା ଦରକାର ଏବଂ ଉଭୟ ପକ୍ଷ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ପରସ୍ପରକୁ ହସ୍ତାନ୍ତର କରିବା ନେଇ ମସ୍କୋ ଠାରେ ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । 

ବର୍ତ୍ତମାନ ଆର୍ମିନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ହେଉଛି ଏନକ୍ଲେଭ୍ ପାହାଡ (Enclave Mountain) । ଏହି ସ୍ଥାନ ଆଜରବୈଜାନ ଏକ ଅଂଶ ଭାବରେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ, ହେଲ ଏଠାକାର ଜନସଂଖ୍ୟା ଅଧିକ ଭାଗ ହେଉଛି ଆର୍ମେନୀୟ (Armenian Ethinicity People ) ଏବଂ ଏହି ଅଞ୍ଚଳ ସେମାନଙ୍କ ଦ୍ୱାରା ପରିଚାଳିତ । 

ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିର ମାତ୍ର କିଛି ମିନିଟ୍ ପରେ ଉଭୟ ପକ୍ଷ ଏହାକୁ ଖଣ୍ଡନ କରିଥିବା ଅଭିଯୋଗ କରିଛନ୍ତି । ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆଜରବୈଜାନକୁ ଦେଶର ଏକ କଲୋନୀ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛି, କରାବାକ ଠାରେ ଥିବା ଆର୍ମେନିଆ ସୁରକ୍ଷା ବାହିନୀ ଅଭିଯୋଗ କରିଛି ଏହି ଚୁକ୍ତିର ଦୁଇ ମିନିଟ୍ ପରେ ଆଜରବୈଜାନ ସେନା (Azerbaijan Army) ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେମାନଙ୍କ ପଟୁ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଆଜରବୈଜାନ ପକ୍ଷରୁ କୁହାଯାଇଛି ଆର୍ମେନିଆ ସେନା ଦେଶର ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି କ୍ରମାଗତ ଭାବେ ଗୁଳିମାଡ କରୁଛି । ଏ ଘଟଣାରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଉଭୟ ପକ୍ଷ କ୍ରମାଗତ ଭାବରେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିପଡିଛନ୍ତି । ବର୍ତ୍ତମାନ ସାମରିକ ସହ ବାକ୍ୟ ଯୁଦ୍ଧ ମଧ୍ୟ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଗଲାଣି ।

ଏନେଇ ଆଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିଏଭ ରଷୀୟ ନ୍ୟୁଜ ଏଜେନ୍ସି (Russian News Agency) ସହ କଥାବାର୍ତ୍ତା ବେଳେ କହିଛନ୍ତି ଏ ଘଟଣାରେ ଏକ ରାଜନୈତିକ ସମାଧାନ ପାଇଁ ଚେଷ୍ଟା କରାଯାଉଛି ହେଲେ ପରିସ୍ଥିତି ଏପରି ହୋଇଛି ବର୍ତ୍ତମାନ ଲଢେଇ ଭବିଷ୍ୟତରେ ମଧ୍ୟ ଜାରି ରହିବ । ଆମେ ବର୍ତ୍ତମାନ ଆଲୋଚନା ଉପରେ ଗୁରୁତ୍ୱ ଦେଉଛୁ । ଆଗକୁ କ'ଣ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ । 

ଆଜରବୈଜାନ ବୈଦେଶିକ ମନ୍ତ୍ରୀ ଜେହୁନ ବାୟରାମୋଭ କହିଛନ୍ତି ମସ୍କୋ ଠାରେ ହୋଇଥିବା ଆଲୋଚନା ବେଳେ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରାଯାଇଥିଲା । ମୃତ ଶରୀର ବିନିମୟ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ । ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତି ଦେଶ ପାଇଁ ଉପଯୁକ୍ତ ନୁହେଁ ।  ଯଦିଓ ଆମେ ଆଶା କରିଥିଲୁ ଯେ ଆମର ନିୟନ୍ତ୍ରଣରେ ଏହି ବିବାଦୀୟ କ୍ଷେତ୍ର ଆମର ଅଧିନସ୍ଥ ହେବ । 

ଅନ୍ୟପଟେ ଆର୍ମେନିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅସ୍ତ୍ରବିରତି ଚୁକ୍ତି ପାଳନ କରିବା ପାଇଁ  ସମସ୍ତ କୂଟନୈତିକ ଉପାୟ ବ୍ୟବହାର କରୁଥିବାବେଳେ ଆଜବୈଜାନ ଏହି ଚୁକ୍ତିନାମା ଅନୁଯାୟୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି।

ପ୍ରାୟ ୧୦ ଘଣ୍ଟା ଧରି ଦୁଇ ଦେଶରେ ହୋଇଥିବାନ କଥାବାର୍ତ୍ତାର ମଧ୍ୟସ୍ଥତା କରିଥିବା ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଜି ଲାଭରୋଭ ଏକ ବିବୃତ୍ତିରେ କହିଛନ୍ତି ମାନବିକତା ଭିତ୍ତିରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ରେଡକ୍ରସର ଅନ୍ତର୍ଜାତୀୟ କମିଟି ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିବା ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ଏବଂ ବନ୍ଦୀଙ୍କୁ ଏକକାଳୀନ ମୁକ୍ତ କରିବା ବାବଦରେ ଜଣାଇଥିଲା । ଆର୍ମେନିଆ-ଆଜରବୈଜାନ ମଧ୍ୟ ଏଥିରେ ସହମତ ହୋଇଥିଲେ। ଓସିଏ ମିନସ୍କ ଗ୍ରୁପ୍ ଅଧୀନରେ ଏହି ଆଲୋଚନା ହୋଇଥିଲା। ଏହି ଗୋଷ୍ଠୀର ନେତୃତ୍ୱ ନେଇଥିଲେ ଫ୍ରାନ୍ସ, ଋଷିଆ ଏବଂ ଆମେରିକା । ଏହି କଥାବାର୍ତ୍ତାର ରୂପରେଖରେ ପରିବର୍ତ୍ତନ ଚାହୁଁଛି, ଏଥିରେ ତୁର୍କୀକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବାକୁ  ଇଚ୍ଛା ପ୍ରକାଶ କରିଛି  ଆଜରବୈଜାନ ।