ଖୋଲିଲା ସାବରୀମାଳା ମନ୍ଦିର, ୫ ଦିନ ପର୍ଯ୍ୟନ୍ତ ଚାଲିବ ପୂଜା
Advertisement

ଖୋଲିଲା ସାବରୀମାଳା ମନ୍ଦିର, ୫ ଦିନ ପର୍ଯ୍ୟନ୍ତ ଚାଲିବ ପୂଜା

ଦେଶରେ କୋରାନା ସଂକଟ ଜାରି ରହିଥିବା ବେଳେ ଦକ୍ଷିଣାତ୍ୟ ରାଜ୍ୟ କେରଳରେ ଅବସ୍ଥିତ ଦେଶର ଅନ୍ୟତମ ପ୍ରମୁଖ ଧାର୍ମିକ ସ୍ଥଳ ସାବରୀମାଳା ମନ୍ଦିର ଗତ ରବିବାର (ଅଗଷ୍ଟ ୧୬, ୨୦୨୦) ଠାରୁ ଖୋଲିଛି । 

ଖୋଲିଲା ସାବରୀମାଳା ମନ୍ଦିର, ୫ ଦିନ ପର୍ଯ୍ୟନ୍ତ ଚାଲିବ ପୂଜା

ତିରୁଅନନ୍ତପୁରମ: ଦେଶରେ କୋରାନା ସଂକଟ ଜାରି ରହିଥିବା ବେଳେ ଦକ୍ଷିଣାତ୍ୟ ରାଜ୍ୟ କେରଳରେ ଅବସ୍ଥିତ ଦେଶର ଅନ୍ୟତମ ପ୍ରମୁଖ ଧାର୍ମିକ ସ୍ଥଳ ସାବରୀମାଳା ମନ୍ଦିର ଗତ ରବିବାର (ଅଗଷ୍ଟ ୧୬, ୨୦୨୦) ଠାରୁ ଖୋଲିଛି । ୫ ଦିନ ଧରି ହେବାକୁ ଥିବା ପୂଜା ଲାଗି ଏହି ମନ୍ଦିରର ଦ୍ୱାର ମାଲାୟଲମ ମାହା ଚିଙ୍ଗମ (Malayalam Month Chingam) ଖୋଲାଯାଇଛି । 

କୋଭିଡ୧୯ ମୁକାବିଲା ଲାଗି ଜାରି ହୋଇଥିବା କୋରୋନା କଟକଣାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମନ୍ଦିରରେ ସାଧାରଣ ଲୋକଙ୍କ ପ୍ରବେଶ ଉପର କଟକଣା ଜାରି କରାଯାଇଛି । ଦେଶର ଅନିୟନ୍ତ୍ରିତ ଭାବେ ବଢି ଚାଲିଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ବୃହତ୍ ମନ୍ଦିରକୁ ବନ୍ଦ ରଖା ଯାଇଇଥିଲା । ଯାହାଫଳରେ ଏହି ମହାମାରୀ ବିସ୍ତାର କରି ପାରିନଥିଲା ।

ଏହି ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ଟ୍ରାଭାଙ୍କୋର ଦେବସ୍ୱାମୀ ବୋର୍ଡ ପକ୍ଷରୁ କୁହାଯାଇଛି, ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ଏବଂ ଏହି ସମୟରେ କେବଳ ପାରମ୍ପରିକ ପୂଜା କରାଯିବ । ଏହା ସହିତ ବୋର୍ଡ ପକ୍ଷରୁ କୁହାଯାଇଛି ଯେଉଁମାନେ ଏଠାକୁ ଆସିବାକୁ ଚାହାଁନ୍ତି ସେମାନଙ୍କୁ ସେମାନଙ୍କର କରୋନା ନେଗେଟିଭ୍ ସାର୍ଟିଫିକେଟ୍ ଆଣିବାକୁ ହେବ । ନଭେମ୍ବର ୧୬ ତାରିଖରୁ ୨ ମାସ ପର୍ଯ୍ୟନ୍ତ ଭକ୍ତଙ୍କ ଲାଗି ମନ୍ଦିର ଖୋଲା ଯାଉଛି।

ଓନାମ ପୂଜା ଅବସରରେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଏବଂ ନଭେମ୍ବରରେ ବାର୍ଷିକ ପର୍ବ ତୀର୍ଥ ଋତୁ ପାଇଁ ମନ୍ଦିର ପୁନର୍ବାର ଖୋଲିବ । ପୂର୍ବରୁ ଟ୍ରାଭାଙ୍କୋର ଦେବସ୍ୱାମୀ ସଭାପତି ଏନ.ଭାସୁ କହିଥିଲେ ସାବରିମାଲା ଲାଗି ବାର୍ଷିକ ତୀର୍ଥ ଋତୁ ଉତ୍ସବ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ । ଏହି ପରମ୍ପରା ଦଶନ୍ଧି ଧରି ଚାଲି ଆସୁଛି । ଚଳିତ ବର୍ଷ ହେବାକୁ  ବାର୍ଷିକ ତୀର୍ଥ ଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି।