Sabarmati Exp Derailed: ସକାଳୁ ସକାଳୁ ଅଶୁଭ ଖବର, ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ୍
Advertisement
Article Detail0/zeeodisha/odisha2387840

Sabarmati Exp Derailed: ସକାଳୁ ସକାଳୁ ଅଶୁଭ ଖବର, ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ୍

Sabarmati Exp Derailed: ଇଞ୍ଜିନର କେଟଲ ଗାର୍ଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପୂରା ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛି। ରେଳ ବାଇ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପାଇଲଟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।

Sabarmati Exp Derailed: ସକାଳୁ ସକାଳୁ ଅଶୁଭ ଖବର, ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ୍

Sabarmati Express Derailed: ଆଜି ପୁଣି ସକାଳୁ ଘଟିଛି ଏକ ରେଳ ଦୁର୍ଘଟଣା। ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଉତ୍ତରପ୍ରଦେଶର କାନପୁରରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହେବା ରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ସମସ୍ତ ବଗି କ୍ଷତିଗ୍ରସ୍ତ ହୋଇଛି। ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି। ପୋଲିସ, ଜିଆରପି, ରେଳବାଇ ଅଧିକାରୀ, ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରିଲିଫ୍ କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀମାନଙ୍କୁ ରେଳ ଷ୍ଟେସନକୁ ସ୍ଥାନାନ୍ତର କରାଯାଉଛି। ସେମାନଙ୍କୁ ବସ୍ ଯୋଗେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ରେଳ ବାଇ ଅଧିକାରୀମାନେ ଦୁର୍ଘଟଣା କୁ ନିଶ୍ଚିତ କରିଛନ୍ତି। ଭୋର ପ୍ରାୟ ୪ଟା ବେଳକୁ ପ୍ରବଳ ବିସ୍ଫୋରଣ ର ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସିଥିଲେ।

ରେଳବାଇ ଜାରି କଲା ଜରୁରୀକାଳୀନ ନମ୍ବର
ଟ୍ରେନ୍ ନମ୍ବର ୧୯୧୬୮ ସାବରମତୀ ଏକ୍ସପ୍ରେସ ବାରଣାସୀରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ କାନପୁର ଓ ଭୀମସେନ ଷ୍ଟେସନ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା। ଏକ ବ୍ଲକ ସେକ୍ସନରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଯାତ୍ରୀଙ୍କ ପରିବାରକୁ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଅବଗତ କରାଇବା ପାଇଁ ଭାରତୀୟ ରେଳବାଇ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ପ୍ରାଥମିକ ତଦନ୍ତରେ ଲୋକୋ ପାଇଲଟ କହିଛନ୍ତି ଯେ ଟ୍ରେନର ଅବସ୍ଥା ଦେଖି ଲାଗୁଛି ଯେ ବୋଲ୍ଡର ଇଞ୍ଜିନ ସହ ଧକ୍କା ହୋଇଥିଲା। 

 

ଫଳରେ ଇଞ୍ଜିନର କେଟଲ ଗାର୍ଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ପୂରା ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛି। ରେଳ ବାଇ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପାଇଲଟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।

 

ସୂଚନାଯୋଗ୍ୟ, ୬ ଦିନ ତଳେ ଉତ୍ତରପ୍ରଦେଶର ଶାହାଜାହାନ ପୁରରେ ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଥିଲା। ରବିବାର ଟ୍ରେନ୍ ନମ୍ବର ୧୩୦୦୬ ହାଓଡ଼ାରୁ ଅମୃତସର ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୮ଟାବେଳେ ଟ୍ରେନ୍ ବରେଲି ଓ କଟ୍ରା ଷ୍ଟେସନ ମଧ୍ୟରେ ପହଞ୍ଚିବା ପରେ ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ହୋଇଥିଲା। ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ଟ୍ରେନ୍ ରୁ ଡେଇଁବା ଆରମ୍ଭ କରିଥିଲେ। ଟ୍ରେନଟି ନଦୀ ଉପରେ ଥିବା ଏକ ପୋଲ ଉପରେ ଥିଲା। ଟନେଲ ଭିତରେ ଅଧା ଓ ବାହାରେ ଅଧା ପୋଲ ଉପରେ ଥିଲା, କିନ୍ତୁ ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିବା ଦେଖି ପାଇଲଟ ଛାନିଆ ହୋଇଯାଇଥିଲା। ସେ ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଇଥିଲେ। ଦୁର୍ଘଟଣା ସମ୍ପର୍କରେ ପାଇଲଟ୍ ଜିଆରପି, ରେଳବାଇ ମାଷ୍ଟର ଓ ପୋଲିସକୁ ସୂଚନା ଦେଇଥିଲେ। ବୋମା ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ପୂରା ଟ୍ରେନ୍ କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା। ଯାତ୍ରୀମାନେ କହିଛନ୍ତି ଯେ ନିଆଁ ଲାଗିବା ଖବର ଲୋକଙ୍କ ମଧ୍ୟରେ ବ୍ୟାପିଥିଲା। ଟ୍ରେନଟି ପ୍ରାୟ ୪୫ ମିନିଟ୍ କଟ୍ରା ଷ୍ଟେସନରେ ଅଟକି ରହିଥିଲା। ପରିସ୍ଥିତି ଶାନ୍ତ ହେବା ପରେ ହିଁ ଟ୍ରେନ୍ କୁ ଆଗେଇ ନିଆଯାଇଥିଲା। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Also Read: Mpox Virus: କୋରୋନା ଠାରୁ ଘାତକ ହେଲାଣି ଏମପକ୍ସ ଭାଇରସ, ୧୩ଟି ଦେଶରେ ଆତଙ୍କ

Also Read: Bank Loan: ଏହି ବ୍ୟାଙ୍କରୁ ଲୋନ ନେବାକୁ ଭାବୁଛନ୍ତି କି? ଜାଣିରଖନ୍ତୁ ଜରୁରୀ କଥା...