ଆସନ୍ତା ବର୍ଷା ଅର୍ଥାତ ୨୦୨୧ ବର୍ଷରେ ଆପଣଙ୍କ ଦରମା କମ ହୋଇପାରେ ।
Trending Photos
ନୂଆଦିଲ୍ଲୀ: ଆସନ୍ତା ବର୍ଷା ଅର୍ଥାତ ୨୦୨୧ ବର୍ଷରେ ଆପଣଙ୍କ ଦରମା କମ ହୋଇପାରେ । କାରଣ ଆସନ୍ତା ଏପ୍ରିଲ ମାସରେ ଲାଗୁ ହେବାକୁ ଯାଉଛି ନୂଆ ବେତନ ନିୟମ। ଏହି ନିୟମ ଅନୁଯାୟୀ ଆପଣଙ୍କ ହାତକୁ ଆସୁଥିବା ଦରମାରେ ପ୍ରଭାବ ପକାଇପାରେ । ସେହିପରେ ଆପଣଙ୍କ ପ୍ରଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଟି ଉପରେ ମଧ୍ୟ ବେଶ ପ୍ରଭାବ ପକାଇବ । କିନ୍ତୁ ବାର୍ଦ୍ଧକ୍ୟ ସମୟରେ ଏହା ଅନେକ କାମରେ ଆସିପାରେ ।
ସରକାର ଗତବର୍ଷ ସଂସଦରେ ଓ୍ୱେଜ କୋଡ ପାସ କରାଇଥିଲେ । ଯାହା ଆସନ୍ତା ଆର୍ଥିକ ବର୍ଷରେ ଲାଗୁ ହେବାକୁ ଯାଉଛି । ଏହାର ପ୍ରଭାବ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଟି କର୍ମଚାରୀଙ୍କ ଦରମା ଉପରେ ପ୍ରଭାବ ପକାଇବ । ନୂଆ ଆଇନ ଅନୁଯାୟୀ କର୍ମଚାରୀଙ୍କୁ ମିଳୁଥିବା ଭତ୍ତା ଯଥାକ୍ରମେ ଗ୍ରାଚ୍ୟୁଟି, ପ୍ରଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସୁବିଧା ମୋଟ ଦରମାର ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ହେବ ନାହିଁ । କମ୍ପାନୀ ଗୁଡ଼ିକରେ ଏପ୍ରିଲ ୨୦୨୧ ଠାରୁ ମୂଳ ଦରମାର ମୋଟ ଅଂଶ ୫୦ ପ୍ରତିଶତ ବା ଏହାଠାରୁ ଅଧିକ ରହିବ ।
ଏହି ନୂଆ ଆଇ ଆସିବା ପରେ ସାଲାରୀ ଷ୍ଟ୍ରକଚରରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହି ନୂଆ ଓ୍ୱେଜ ରୁଲ ଅନୁଯାୟୀ ଅର୍ଥନୀତି ବିଶେଷଜ୍ଞ କୁହନ୍ତି ଯେ, ଏହାର ଫାଇଦା ଆମକୁ ଅବସର ପରେ ଜଣାପଡ଼ିବ। କାରଣ ଏହାର ନିୟମ ଅନୁଯାୟୀ ଗ୍ରାଚ୍ୟୁଟିର ଅର୍ଥରାଶିରେ ବୃଦ୍ଧି ପାଇବ । କାରଣ ଏହି ରାଶି ମୂଳ ଦରମାକୁ ଆଧାର କରି ସ୍ଥିର କରାଯାଇଥାଏ । ବେସିକ ଦରମା ବୃଦ୍ଧି ପାଇଲେ ଗ୍ରାଚ୍ୟୁଟିର ରାଶିରେ ମଧ୍ୟ ବୃଦ୍ଧି ଆସିଥାଏ । ଗ୍ରାଚ୍ୟୁଟି ବ୍ୟତୀତ କମ୍ପାନୀ ଓ କର୍ମଚାରୀ ଉଭୟଙ୍କ ପ୍ରୋଭିଡେଣ୍ଡ ଫଣ୍ଡ ମଧ୍ୟ ଯୋଗଦାନରେ ବୃଦ୍ଧି ପାଇବ। ସମାନ୍ତରାଳ ଭାବେ ଦୀର୍ଘ ଦିନ ପାଇଁ ରଖାଯାଉଥିବା ଅର୍ଥରାଶିରେ ମଧ୍ୟ ବୃଦ୍ଧି ଘଟିବ ।