୭ ଲକ୍ଷ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!
Advertisement

୭ ଲକ୍ଷ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ଚଳିତ ବର୍ଷ ଏପ୍ରିଲ ୩୦ ପରେ ପଞ୍ଜାବର କଂଗ୍ରେସ ସରକାର କର୍ମଚାରୀଙ୍କ ପାଇଁ ଏକ ନୂତନ ବେତନ ସ୍କେଲ ଲାଗୁ କରିବାକୁ ଘୋଷଣା କରିଛନ୍ତି । 

୭ ଲକ୍ଷ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ନୂଆଦିଲ୍ଲୀ: 6th Pay Commission: ପଞ୍ଜାବ ଓ ହିମାଚଳ ପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ମେ ମାସ ଖୁସି ଖବର ନେଇ ଆସିବାକୁ ଯାଉଛି । ଏହି ମାସରେ ସେମାନଙ୍କୁ ବମ୍ପର ରାଶି ମିଳିବାକୁ ଯାଉଛି । ଉଭୟ ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ 6th Pay Commission ଅନ୍ତର୍ଗତ ଉପହାର ମିଳିବାକୁ ଯାଉଛି । ଏହାଦ୍ୱାରା ଉଭୟ ରାଜ୍ୟର ପ୍ରାୟ ୭ ଲକ୍ଷ କର୍ମଚାରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ପଞ୍ଜାବରେ ହେବ ଲାଗୁ

ଚଳିତ ବର୍ଷ ଏପ୍ରିଲ ୩୦ ପରେ ପଞ୍ଜାବର କଂଗ୍ରେସ ସରକାର କର୍ମଚାରୀଙ୍କ ପାଇଁ ଏକ ନୂତନ ବେତନ ସ୍କେଲ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏହା ସହ ହିମାଚଳ ପ୍ରଦେଶରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ । ଏଠାରେ କହି ରଖୁଛୁ ଯେ ହିମାଚଳ ପ୍ରଦେଶ ସରକାର ପଞ୍ଜାବର ପଲିସି ଅନୁସରଣ କରୁଛନ୍ତି । ୨୦୧୬ରେ ପଞ୍ଜାବର ଷଷ୍ଠ ପେ କମିଶନ ପାଇଁ ଏକ ପ୍ୟାନେଲ୍ ଗଠନ (6th Pay Commission) କରାଯାଇଥିଲା । ସେହି ରିପୋର୍ଟ ଆସିବାର ଅଛି । ଦରମାରେ ବୃଦ୍ଧିକୁ ଦେଖି ଏହା ଲାଗୁ କରାଯିବ ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ବିଶେଷ ଭତ୍ତା, ଦେଖନ୍ତୁ କେତେ ହେବ ଲାଭ

ହିମାଚଳରେ ହେବ ଲାଗୁ

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅନୁଯାୟୀ ପଞ୍ଜାବ ନୂତନ ପେ କମିଶନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି, ତେଣୁ ହିମାଚଳ ସରକାର ଏହାକୁ କାର୍ଯ୍ୟକାରୀ କରିବେ । ରାଜ୍ୟ ସରକାର ଏହାର ଲାଭ କର୍ମଚାରୀମାନଙ୍କୁ ପ୍ରଦାନ କରିବେ ।