Sandeshkhali allegations: ମମତାଙ୍କୁ ଝଟକା: ସନ୍ଦେଶଖାଲି ଘଟଣାରେ ହେବ ସିବିଆଇ ତଦନ୍ତ
Advertisement
Article Detail0/zeeodisha/odisha2326957

Sandeshkhali allegations: ମମତାଙ୍କୁ ଝଟକା: ସନ୍ଦେଶଖାଲି ଘଟଣାରେ ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ଼ ଧରଣର ଝଟ୍‍କା, ପୁଣି ସୁପ୍ରିମ୍‍ କୋର୍ଟଙ୍କ ପକ୍ଷରୁ।  ଆଜି କୋର୍ଟ ମମତା ସରକାରଙ୍କ ସମସ୍ତ ଯୁକ୍ତିକୁ ଏଡ଼ାଇ ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଅତ୍ୟାଚାର, ଛଳନାପୂର୍ଣ୍ଣ ଭାବେ ଜମି କିସମ ପରିବର୍ତ୍ତନ ଆଦି ବିଷୟକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତ

Sandeshkhali allegations: ମମତାଙ୍କୁ ଝଟକା: ସନ୍ଦେଶଖାଲି ଘଟଣାରେ ହେବ ସିବିଆଇ ତଦନ୍ତ

Sandeshkhali allegations: ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ଼ ଧରଣର ଝଟ୍‍କା, ପୁଣି ସୁପ୍ରିମ୍‍ କୋର୍ଟଙ୍କ ପକ୍ଷରୁ।  ଆଜି କୋର୍ଟ ମମତା ସରକାରଙ୍କ ସମସ୍ତ ଯୁକ୍ତିକୁ ଏଡ଼ାଇ ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଅତ୍ୟାଚାର, ଛଳନାପୂର୍ଣ୍ଣ ଭାବେ ଜମି କିସମ ପରିବର୍ତ୍ତନ ଆଦି ବିଷୟକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖି ‘ଏକ ରାଜ୍ୟ କାହିଁକି କୌଣସି ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ଏତେ ଚିନ୍ତିତ’ ବୋଲି ପ୍ରଶ୍ନ କରିଛନ୍ତି। 

ବି. ଗବାଇ ଓ କେ ବିଶ୍ୱନାଥନଙ୍କୁ ନାଇ ଗଠତ ଖଣ୍ଡପୀଠ ମାମଲାକୁ  ଶୁଣି କହିଛନ୍ତି,  ‘ଏହା ସନ୍ଦେଶଖାଲିକୁ ନେଇ ଆଧାରିତ। ଅନେକ ଦିନ ହୋଇଗଲାଣି ପଶ୍ଚିମବଙ୍ଗ ସରକାର ଏ ବିଷୟରେ କୌଣସି ଧ୍ୟାନ ଦେଇ ନାହିଁ’। ଅପରପକ୍ଷେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ଓକିଲ ଅଭିଶେକ ମନୁ ସିଙ୍ଗଭିଙ୍କୁ କହିଛନ୍ତି, ୪ ବର୍ଷ ପୂର୍ବେ ଏତଲା ଦାଏର କରାଯାଇଥିଲା। କେତେ ମାମଲାକୁ ସମାଧାନ କରାଯାଇଛି?

ଜାନୁୟାରୀ ୫ ତାରିଖରେ ତୃଣମୂଳ କଂଗ୍ରେସର ନେତା ଶେଖ ସାହଜାହାନଙ୍କ ନାଁରେ ଥିବା ଏକ ଖାଦ୍ୟ ସାମଗ୍ରୀ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା। ଏହି ମାମଲାକୁ ସିବିଆଇ ତଦନ୍ତ କରୁଛି। 

ଏହାପରେ ଶେଖ ସାହଜାହାନ୍‍ଙ୍କ ସହଯୋଗୀଙ୍କ ବିରୁଦ୍ଧରେ  ଚାଷ ଜମିର ବେଆଇନ କିସମ ପରିବର୍ତ୍ତନ ଜବରଦସ୍ତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରାୟ ୪୩ ଏତଲା ଏ ନେଇ ଦାୟକ ରାଯାଇଥିଲା। ମାମଲାର ଶୁଣାଣି ହାଇକୋ୍ଟରେ ହେବା ସମୟରେ ହାଇକୋର୍ଟ ଏଗୁଡ଼ିକର ତଦନ୍ତ ପାଇଁ ସିବିଆଇ ଆଦେଶକୁ କାଏମ ରଖିଥିଲେ। କିନ୍ତୁ ପଶ୍ଚିମ ବଙ୍ଗର ସରକାର ସିବିଆଇ ତଦନ୍ତକୁ ବିରୋଧ କରିଥିଲେ।