Self Flying Planes: ବିନା ଚାଳକରେ ଉଡ଼ାଣ ଭରିବ ବିମାନ, ଜାଣନ୍ତୁ ସ୍ୱୟଂ ଚାଳିତ ବିମାନ ବିଷୟରେ ସବୁକିଛି
Advertisement
Article Detail0/zeeodisha/odisha1591795

Self Flying Planes: ବିନା ଚାଳକରେ ଉଡ଼ାଣ ଭରିବ ବିମାନ, ଜାଣନ୍ତୁ ସ୍ୱୟଂ ଚାଳିତ ବିମାନ ବିଷୟରେ ସବୁକିଛି

Airplanes That Fly Without Pilot:  ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟବାହିନୀ ଦଶନ୍ଧି ଧରି ମାନବ ବିହୀନ ବିମାନ ଉଡ଼ାଉଛି। ହେଲେ ଏପରି ଧରଣର ବିମାନ ଏକ ଭିନ୍ନ ଆକାଶ ମାର୍ଗରେ ଉଡ଼ାଣ ଭରିଥାଏ। ବିଶ୍ୱରେ କୌଣସି ବାଣିଜ୍ୟିକ ବିମାନ ବିନା ଚାଳକରେ ଉଡ଼ାଯାଏ ନାହିଁ। ହେଲେ ଭବିଷ୍ୟତରେ ଏଭଳି ଧରଣର ବିମାନ ଉଡ଼ାଣର ଆଶା ଆହୁରି ବୃଦ୍ଧି ପାଇଛି। ବିମାନ ନିର୍ମାଣକାରୀ କମ୍ପାନୀ ଏହି ଦିଗରେ ସେମାନଙ୍କର କାର୍ଯ୍ୟ କରୁଛନ୍ତି। 

Self Flying Planes: ବିନା ଚାଳକରେ ଉଡ଼ାଣ ଭରିବ ବିମାନ, ଜାଣନ୍ତୁ ସ୍ୱୟଂ ଚାଳିତ ବିମାନ ବିଷୟରେ ସବୁକିଛି

Self Flying Planes In Civil Aviation Sector: ସମଗ୍ର ବିଶ୍ୱର ବୈଜ୍ଞାନିକ କ୍ରମାଗତ ଭାବରେ ନୂତନ ଉଦ୍ଭାବନ କରିବାରେ ନିୟୋଜିତ ଅଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଅନେକ ବୈଜ୍ଞାନିକ ପରୀକ୍ଷଣ କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଖୁବ ଶୀଘ୍ର ଉଡାଣ ଭରିବ ସ୍ୱୟଂ ଚାଳିତ ବିମାନ। ଅର୍ଥାତ ବିନା ଚାଳକରେ ଉଡ଼ାଣ ଭରିବ ବିମାନ। ଏହି ସ୍ୱୟଂ ଚାଳିତ ବିମାନ ପାଇଲଟ ବିନା ଉଡ଼ିବ। ସ୍ୱୟଂ ଚାଳିତ ବିମାନର ଆଗମନ ପରେ ବିମାନ ଚଳାଚଳ ଜଗତରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏହି ବିମାନ ବିମାନ ଚଳାଚଳ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। 

ବିଶ୍ୱରେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟ କେତେକ ଦେଶରେ ବିମାନ ବିନା ଚାଳକରେ ଉଡ଼ାଣ ଭରୁଛି। ହେଲେ ଏ ପର୍ଯ୍ୟନ୍ତ ସେପରି ବ୍ୟବସାୟିକ ବିମାନ ବିନା ଚାଳକରେ ଉଡ଼ାଣ ଭରିନାହିଁ। ବିମାନ ନିର୍ମାତା ବୋଇଙ୍ଗ କମ୍ପାନୀ ସିଇଓ ଡେବ କାହ୍ଲୋନ ଗତ ଜାନୁଆରୀରେ ବିମାନ ଚଳାଚଳ ଜଗତ ବିଷୟରେ ଏକ ରହସ୍ୟର ପର୍ଦ୍ଦାଫାଶ କରିଥିଲେ। ବୋଇଙ୍ଗ ସିଇଓ କହିଛନ୍ତି, "ମୁଁ ଭାବୁଛି ମାନବ ବିହୀନ ବିମାନ, ବିମାନ ଜଗତର ଭବିଷ୍ୟତ। ଯଦିଓ ଏହି କାର୍ଯ୍ୟରେ ଆହୁରି ସମୟ ଲାଗିପାରେ। ସମସ୍ତଙ୍କୁ ଆତ୍ମବିଶ୍ୱାସ ବନାଇବାକୁ ହେବ। ଆମକୁ ଏକ ସାର୍ଟିଫିକେଟ୍ ପ୍ରକ୍ରିୟା ଦରକାର। ଯାହା ଉପରେ ଆମେ ସମସ୍ତେ ବିଶ୍ୱାସ କରୁଛୁ।"

ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟବାହିନୀ ଦଶନ୍ଧି ଧରି ମାନବ ବିହୀନ ବିମାନ ଉଡ଼ାଉଛି। ହେଲେ ଏପରି ଧରଣର ବିମାନ ଏକ ଭିନ୍ନ ଆକାଶ ମାର୍ଗରେ ଉଡ଼ାଣ ଭରିଥାଏ। ବିଶ୍ୱରେ କୌଣସି ବାଣିଜ୍ୟିକ ବିମାନ ବିନା ଚାଳକରେ ଉଡ଼ାଯାଏ ନାହିଁ। ହେଲେ ଭବିଷ୍ୟତରେ ଏଭଳି ଧରଣର ବିମାନ ଉଡ଼ାଣର ଆଶା ଆହୁରି ବୃଦ୍ଧି ପାଇଛି। ବିମାନ ନିର୍ମାଣକାରୀ କମ୍ପାନୀ ଏହି ଦିଗରେ ସେମାନଙ୍କର କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଏୟାରଲାଇନ୍ସ ମଧ୍ୟ ଏହା ଉପରେ ବେଶ ଆଗ୍ରହୀ ଅଛନ୍ତି। ଥରେ ବୈଷୟିକ ଦୃଷ୍ଟିକୋଣରୁ ଏହା ପ୍ରମାଣିତ ହେବା ପରେ ବିମାନ ନିର୍ମାତ Xwing ଆସନ୍ତା ୨୦୨୫ ପର୍ଯ୍ୟନ୍ତ ଏପରି ବିମାନ ପରିଚୟ ଏବଂ ପରିଚାଳନା କରିବାକୁ ଯୋଜନା କରିଛି। ପରେ ଏହା ଅନ୍ୟ ଅପରେଟର ଲାଗି ପାଇଁ ଉପଲବ୍ଧ ହେବ।

ଯୁକ୍ତରାଷ୍ଟ୍ର ଆମେରିକାର ସଂଘୀୟ ବିମାନ ଚଳାଚଳ ପ୍ରଶାସନ ଏହାର ପ୍ରସ୍ତୁତ ଆରମ୍ଭ କରିଛି। ହେଲେ ଅନ୍ୟପଟେ ବିମାନ ଚାଳକ ସଂଘ ଏହାକୁ ନେଇ ସହମତ ହୋଇପାରିନାହିଁ। କାରଣ ବିନା ଚାଳକରେ ବିମାନ ଉଡ଼ାଣ ପରିଚାଳନ ହେବା ଦ୍ୱାରା ସେମାନଙ୍କ ଜୀବନ ଜୀବିକା ବିପଦରେ ପଡ଼ିଯିବ। ବିମାନ ଶିଳ୍ପ ସହ ଜଡ଼ିତ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଛୋଟ ଧରଣର ସ୍ୱୟଂ ଚାଳିତ ବିମାନ ଯାତ୍ରୀଙ୍କ ଲାଗି ଉପଲବ୍ଧ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି ବିମାନରେ ଚାଳକଙ୍କ ଲାଗି କୌଣସି କକପିଟ୍ ରହିବ ନାହିଁ। ବଡ଼ ବଡ଼ ଯାତ୍ରୀବାହୀ ଜେଟ୍ ବିମାନ ପାଇଲଟ୍ ବିନା କାର୍ଯ୍ୟ କରିବା ଏକ ଦଶନ୍ଧିରୁ କମ୍ ସମୟରେ ହୋଇପାରେ।

ସ୍ୱିସ୍ ବ୍ୟାଙ୍କ ୟୁଏସବି ରିପୋର୍ଟ ଅନୁଯାୟୀ ଚାଳକ ବିହୀନ ବିମାନ ଦ୍ୱାରା ବାୟୁ ପରିବହନ ଶିଳ୍ପରେ ବାର୍ଷିକ ୩୫ ବିଲିଅନ୍ ଡଲାର ସଞ୍ଚୟ କରାଯାଇ ପାରିବ। ହେଲେ ରିପୋର୍ଟ ମାଧ୍ୟମରେ ଏକ ସାଧାରଣ ଧାରଣା ମଧ୍ୟ ଉଲ୍ଲେଖ କରାଯାଇଛି। ତାହା ହେଉଛି ଗତ ୨୦୧୭ ବର୍ଷରେ ହୋଇଥିବା ଏକ ବିଶ୍ୱସ୍ତରୀୟ ସର୍ବେକ୍ଷଣରୁ ଜଣାପଡିଛି ଯେ ବିମାନ ଯାତ୍ରା ଭଡ଼ା ଶସ୍ତା ହୋଇଥିଲେ ମଧ୍ୟ ବିନା ଚାଳକରେ ଅଧିକାଂଶ ଯାତ୍ରୀ ବିମାନ ଯାତ୍ରା କରିବାକୁ ଆଗ୍ରହୀ ନୁହଁନ୍ତି। ଅନ୍ୟ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୮୧% ଆମେରିକୀୟ ସ୍ୱୟଂ ଚାଳିତ ବିମାନରେ ଯାତ୍ରା କରିବାକୁ ଆରାମଦାୟକ ମନେ କରନ୍ତି ନାହିଁ।

ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱୟଂଚାଳିତ ବିମାନ ଯାତ୍ରୀଙ୍କ ଦ୍ୱାରା ଆଦୃତ ହେବ ନାହିଁ ତାହା ସବୁଠାରୁ ବଡ ଆହ୍ୱାନ ଭାବେ ବିମାନ ନିର୍ମାଣକାରୀ ଶିଳ୍ପ ଲାଗି ଉଭା ହୋଇପାରେ। ହେଲେ ବିମାନ ନିର୍ମାତ Xwing ଆଶା ରଖିଛି ଯେ ସମୟ ସହିତ ବିମାନ ଯାତ୍ରୀଙ୍କ ଧାରଣା ବିକଶିତ ହେବ। ସ୍ୱୟଂଚାଳିତ ବିମାନ ସହ ଜଡ଼ିତ ଜ୍ଞାନକୌଶଳ ସମ୍ପର୍କରେ ବିମାନ ଯାତ୍ର ବୁଝିଯିବା ସହ ଏହାକୁ ଅଧିକ ବିଶ୍ୱାସ କରିବେ। ଏହା ସହିତ ଗ୍ରାମାଞ୍ଚଳରେ ରହୁଥିବା ଲୋକ ମଧ୍ୟ ଏହି ବିମାନ ସେବା ଗ୍ରହଣ କରିପାରିବେ।