Jharkhand Bus Accident: ଭୟଙ୍କର ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1356026

Jharkhand Bus Accident: ଭୟଙ୍କର ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ

Hazaribagh Bus Accident: ଝାଡଡଖଣ୍ଡର ହାଜରିବାଗ ସହରର ଟାଟିଝାରିଆ ପୋଲିସ ଷ୍ଟେସନ ଅଞ୍ଚଳର ସିୱାନେ ନଦୀ ବ୍ରିଜ ନିକଟରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ବସ୍‌ରେ ସମୁଦାୟ ୬୦ ଜଣ ଲୋକ ଥିଲେ।

Jharkhand Bus Accident: ଭୟଙ୍କର ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ

Hazaribagh Bus Accident: ଝାଡଡଖଣ୍ଡର ହାଜରିବାଗ (Jharkhand Hazaribagh) ସହରର ଟାଟିଝାରିଆ ପୋଲିସ ଷ୍ଟେସନ ଅଞ୍ଚଳର ସିୱାନେ ନଦୀ ବ୍ରିଜ ନିକଟରେ ଏକ ଭୟଙ୍କର ବସ୍ ଦୁର୍ଘଟଣା (Bus Accident) ଘଟିଛି। ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ (Seven Die) ହୋଇଛି। କୁହାଯାଉଛି ଯେ, ବସ୍‌ରେ ସମୁଦାୟ ୬୦ ଜଣ ଲୋକ ଥିଲେ। ବସ୍ ଗିରିଡିହରୁ ରାଞ୍ଚି ଯାଉଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଝାଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ''ଟାଟିଝାରିଆ ବ୍ରିଜରୁ ବସ୍ ଖସିଯିବା କାରଣରୁ ଯାତ୍ରୀଙ୍କ ହତାହତ ପାଇଁ ମୁଁ ବ୍ୟଥିତ। ଭଗବାନ ସେମାନଙ୍କ ଆତ୍ମାଙ୍କୁ ସଦଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏପରି ସମୟରେ ଧୈର୍ଯ୍ୟ ଦିଅନ୍ତୁ। ଜିଲ୍ଲା ପ୍ରଶାସନ ଦ୍ୱାରା ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି। ମୁଁ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।''

ମିଳିଥିବା ସୂଚନା ମୁତାବକ, ହଜରିବାଗ ବସ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର। ସେମାନଙ୍କୁ RIMS ପଠାଇବା ପାଇଁ ପ୍ରସ୍ତୁତି କରାଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଅଣାଯାଉଛି। 

ସେହିପରି ଗତ ଅଗଷ୍ଟ ୮ ତାରିଖରେ ଉତ୍ତରାଖଣ୍ଡ ମସୁରୀରେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସିପଡିଥିଲା। ଦୁର୍ଘଟଣା ମସୁରୀ ଗେଟ୍ ନିକଟସ୍ଥ ଆଇଟିବିପି ଆକାଡେମୀ ନିକଟରେ ଘଟିଥିଲା। ଫଳରେ ଆକାଡେମୀର କ୍ୟାଡେଟ୍‌ମାନେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କ ଉଦ୍ଧାର ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିଲେ ଓ ସେମାନଙ୍କୁ ଉଦ୍ଧାର ପରେ ପରେ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। ହେଲେ ସେଥିରେ କାହାର ମୃତ୍ୟୁ ହୋଇନଥିଲା।

ମଧ୍ୟାହ୍ନ ପ୍ରୟ ଗୋଟାଏ ୪୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ୩୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ରୋଡୱଜ୍ ବସ ଖାଇକୁ ଖସିପଡିଥିଲା। ଆଇଟିବିପି ଆକାଡେମୀର କ୍ୟାଡେଟ୍‌ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସଟି ଡେରାଡୁନରୁ ମସୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥଇଲା। କୁହାଯାଉଛି ବସଟି ଅଚାନକ ନିୟନ୍ତ୍ରଣ ହରାଇ ଆଇଟିବିପି ଏକାଡେମୀ ନିକଟରେ ଥିବା ଖାଇକୁ ଖସି ପଡିଥିଲା।

ତେବେ ଏତେ ସଂଖ୍ୟାରେ ବସ ଦୁର୍ଘଟଣା ଘାଟି ମାନଙ୍କରେ ଘଟୁଥିବା ବେଳେ ଏଥିପ୍ରତି କାହିଁକି ଏତେ ଗରୁତ୍ବ ଦିଆଯାଉ ନାହିଁ? ସରକାର କିମ୍ବା ପ୍ରଶାସାଶନ ନିରଦ୍ରାଷ୍ଟା ସାଜି ଏପରି ଏପରି ଦୁର୍ଘଟଣାରେ ରୋକ ଲଗାଇବାକୁ କୌଣସି ପଦକ୍ଷେପ ନନେବା ନିଶ୍ଚିତ ଭାବେ ଚିନ୍ତାର କାରଣ।