Advertisement
Article Detail0/zeeodisha/odisha672125
Zee OdishaOdisha National-Internationalଭୁଶୁଡ଼ିଲା ବଜାର, ନିବେଶକଙ୍କ ବୁଡ଼ିଲା ୨ ଲକ୍ଷ କୋଟି ଟଙ୍କା

ଭୁଶୁଡ଼ିଲା ବଜାର, ନିବେଶକଙ୍କ ବୁଡ଼ିଲା ୨ ଲକ୍ଷ କୋଟି ଟଙ୍କା

ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଖୁଚୁରା ଅନୁସନ୍ଧାନର ମୁଖ୍ୟ ସିଦ୍ଧାର୍ଥ ଖେମକା କହିଛନ୍ତି ଯେ, ଘରୋଇ ମୋର୍ଚ୍ଚାରେ ଫ୍ରାଙ୍କଲିନ୍ ଟେମ୍ପଲେଟନ୍ ଦ୍ୱାରା ପ୍ରତ୍ୟାହାର ଚାପ ଏବଂ ବଣ୍ଡ ବଜାରରେ ନଗଦ ସଙ୍କଟ କାରଣରୁ ୬ଟି ବଣ୍ଡ ସ୍କିମ୍ ବନ୍ଦ ହେବାର ଘୋଷଣା ଯୋଗୁଁ ବଜାରରେ ଚାପ ଦେଖିବାକୁ ମିଳିଛି । 

ଭୁଶୁଡ଼ିଲା ବଜାର, ନିବେଶକଙ୍କ ବୁଡ଼ିଲା ୨ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ସାରା ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଦେଖା ଦେଇଛି । ଏହା ଯୋଗୁଁ ବିଶ୍ୱର ଅର୍ଥ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି । ବିଶ୍ୱର ସବୁ ଦେଶରେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଜାରି ରହିଛି । ଯାହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ଫ୍ରାଙ୍କଲିନ୍ ଟେମ୍ପଲେଟନ୍ ମ୍ୟୁଚୁଆଲ୍ ଫଣ୍ଡ୍ର ୬ଟି ବଣ୍ଡ ସ୍କିମ୍ ବନ୍ଦ କରିବାକୁ ଘୋଷଣା ମଧ୍ୟରେ ବିଏସ୍ଇ ସେନ୍ସେକ୍ସ ଶୁକ୍ରବାର ୫୩୬ ପଏଣ୍ଟ ଖସି ଆସିଛି । ଏହାଦ୍ୱାରା ନିବେଶକଙ୍କ ସମ୍ପତ୍ତି ଉପରେ ୨,୦୦,୦୦୬.୨୬ କୋଟି ଟଙ୍କା ବୁଡ଼ି ଯାଇଛି । ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ବଜାର ଗତି ଲାଭ କରିଥିଲା ।​

ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଖୁଚୁରା ଅନୁସନ୍ଧାନର ମୁଖ୍ୟ ସିଦ୍ଧାର୍ଥ ଖେମକା କହିଛନ୍ତି ଯେ, ଘରୋଇ ମୋର୍ଚ୍ଚାରେ ଫ୍ରାଙ୍କଲିନ୍ ଟେମ୍ପଲେଟନ୍ ଦ୍ୱାରା ପ୍ରତ୍ୟାହାର ଚାପ ଏବଂ ବଣ୍ଡ ବଜାରରେ ନଗଦ ସଙ୍କଟ କାରଣରୁ ୬ଟି ବଣ୍ଡ ସ୍କିମ୍ ବନ୍ଦ ହେବାର ଘୋଷଣା ଯୋଗୁଁ ବଜାରରେ ଚାପ ଦେଖିବାକୁ ମିଳିଛି । 

BSE ସେନସେକ୍ସ ୫୩୫.୮୬ ପଏଣ୍ଟ କିମ୍ବା ୧.୬୮ ପ୍ରତିଶତ ଖସି ୩୧,୩୨୭.୨୨ରେ ବନ୍ଦ ହୋଇଛି । ଏହି କାରଣରୁ ବିଏସଇର ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨,୦୦,୦୦୬.୨୬ କୋଟି ଟଙ୍କା ହ୍ରାସ ପାଇ ୧,୨୧,୭୩,୪୫୨.୪୭ କୋଟିରେ ପହଞ୍ଚିଛି ।

Add Zee News as a Preferred Source
About the Author