ପଶୁଙ୍କ ସହ ଯୌନ ସମ୍ପର୍କ ରଖିବାରେ ଏହି ଦେଶ ଆଗୁଆ, ମିଳିଲା ଚକିତ କଲା ପରି ତଥ୍ୟ
Advertisement
Article Detail0/zeeodisha/odisha1066664

ପଶୁଙ୍କ ସହ ଯୌନ ସମ୍ପର୍କ ରଖିବାରେ ଏହି ଦେଶ ଆଗୁଆ, ମିଳିଲା ଚକିତ କଲା ପରି ତଥ୍ୟ

ନ୍ୟାୟ ବିଭାଗର ନୂତନ ଆକଳନ ଏହି ଧାରଣାକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିବା ସହ ବ୍ରିଟିଶର ମାନେ ଏହି ମାମଲାରେ ସବୁଠାରେ ଆଗରେ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।

ପଶୁଙ୍କ ସହ ଯୌନ ସମ୍ପର୍କ ରଖିବାରେ ଏହି ଦେଶ ଆଗୁଆ, ମିଳିଲା ଚକିତ କଲା ପରି ତଥ୍ୟ

ଲଣ୍ଡନ: ଦୁନିଆର ଅନେକ ସ୍ଥାନରୁ ଏମିତି ଅଜବ ଗଜବ ଖବର ଶୁଣିବାକୁ ମିଳିଥାଏ । କିଛି ଖବର ପ୍ରଶଂସନୀୟ ହୋଇଥାଏ ତ ଆଉ କିଛି ଖବର ନିନ୍ଦନୀୟ ହୋଇଥାଏ। ତେବେ ଜୀବଜନ୍ତୁଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଭଳି ଏକ ଘୃଣ୍ୟ ମାମଲାରେ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହିପରି ଏକ ଘୃଣ୍ୟ ଘଟଣାରେ କେତେ ସଂଖ୍ୟାରେ ରହିଛି ସେ ତଥ୍ୟ ଦେବା ଆଗରୁ ଏଠାରେ କହିରଖୁଛୁ ଯେ, ବ୍ରିଟେନ ଓ ୱେଲ୍ସ ଭଳି ଦେଶରେ ମେଣ୍ଢା ପାଳନ କରିଥାନ୍ତି। ତେବେ ମେଣ୍ଢାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରି ଘୃଣ୍ୟ କାଣ୍ଡରେ ଏହିପରି ଦେଶ ତଥ୍ୟ ଅନୁସାରେ ଶୀର୍ଷରେ ରହିଛନ୍ତି। 

ଯେତେବେଳେ ମେଣ୍ଢାଙ୍କ ସହ ଯୌନ ସମ୍ବନ୍ଧ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ବ୍ରିଟେନ (Britain) ର ଲୋକମାନେ ପଶୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି। ଶତାବ୍ଦୀ ଶତାବ୍ଦୀ ଧରି ଲୋକମାନେ ୱେଲ୍ସ ଏବଂ ମେଣ୍ଢାଙ୍କ ବିଷୟରେ ସମସ୍ତ ପ୍ରକାରର ଥଟ୍ଟାମଜାକ୍ କରି ଆସୁଥିଲେ । କିନ୍ତୁ ନ୍ୟାୟ ବିଭାଗର ନୂତନ ଆକଳନ ଏହି ଧାରଣାକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିବା ସହ ବ୍ରିଟିଶର ମାନେ ଏହି ମାମଲାରେ ସବୁଠାରେ ଆଗରେ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।

Also Read: ଭାରତର ଏହି ରାଜ୍ୟରେ ଘରର ବୟୋଜ୍ୟେଷ୍ଠଙ୍କୁ ହତ୍ୟା କରି ଦିଅନ୍ତି ପରିବାର ଲୋକେ

୨୦୧୦ ମସିହାରୁ ଇଂଲଣ୍ଡ (England) ଏବଂ ୱେଲ୍ସ (Wales)ରେ କେତେଗୁଡ଼ିଏ ପଶୁ ଅପରାଧ ମାମଲା ରୁଜୁ ହୋଇଛି ଏବଂ ଏଥିରେ ଅଭିଯୁକ୍ତମାନେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜାଣିବା ପାଇଁ  ଏକ ଖବର ସରବରାହ ସଂସ୍ଥା ନ୍ୟାୟ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିଥିଲା।ପଶୁମାନଙ୍କୁ ଯୌନ ଉତ୍ପୀଡ଼ନ ହେଉଛି ଏକ ପଞ୍ଜୀକୃତ ଅପରାଧ । ଏବଂ ଏଥିରେ ସର୍ବାଧିକ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏକ ମୃତ ପଶୁ ସହିତ ଶାରୀରିକ ସମ୍ପର୍କ ରଖିବା ଅପରାଧ ଶ୍ରେଣୀରେ ଆସେ ନାହିଁ । 'କ୍ରାଇମବ୍ରାଞ୍ଚ ଡିଫେନ୍ସ ସଲିସିଟର ଡଟ୍' ଅନୁଯାୟୀ ମୃତ ପଶୁଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବିରୁଦ୍ଧରେ କୌଣସି ନିୟମ ନାହିଁ।

Also Read: କୋରୋନା ଟିକା ନେଇ ନଥିଲେ ଚଢ଼ି ପାରିବେନି ଟ୍ରେନ; ସୋମବାର ଠାରୁ ଏହି ସହରରେ ଲାଗୁହେବ ନିୟମ

ତେବେ ସବୁଠାରୁ ବଡ଼ କଥା ହେଲା ୨୦୧୦ ପରେ ଏହିପରି ଘୃଣ୍ୟ ମାମଲା ହ୍ରାସ ପାଇଛି। ତଥ୍ୟ ଦର୍ଶାଉଛି ଯେ ୨୦୧୦ ପରଠାରୁ କେବଳ ୨୯ ଜଣ ଦୋଷୀ ଏହି ଅପରାଧ ପାଇଁ ଦଣ୍ଡିତ ହୋଇଛନ୍ତି। ଏହି ୨୯ ଟି ମାମଲାରେ ସର୍ବାଧିକ ୨୭ ଜଣ ଦୋଷୀ ହେଉଛନ୍ତି ବ୍ରିଟିଶର । ୱେଲ୍ସ (Wales) ରେ କେବଳ ୨ ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି।
ପଶୁମାନଙ୍କ ପ୍ରତି ଯୌନ ଅପରାଧ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା ୨୦୧୦ । ସେହିବର୍ଷ ୫ ଜଣ ମାନସିକ ସ୍ତରରେ ଦୁର୍ବଳ ଥିବା ବ୍ୟକ୍ତି ନିଜ କାମନା ବାସ୍ନା ଆଗରେ ସବୁ ମାନବିକତା ହରାଇଦେଇଥିଲେ ଓ ପଶୁମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହି ସମସ୍ତ ମାମଲାରେ ବ୍ରିଟିଶମାନେ ଦୋଷୀ ଥିଲେ। ଏଥିସହ ୨୦୧୨ ଏବଂ ୨୦୧୭ ଉଭୟ ବର୍ଷରେ ଚାରି  ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ।