Shocking Incident in Temple: ଏଭଳି ଘଟଣା ପ୍ରଥମ ଥର ଘଟିନାହିଁ। କିଛି ଦିନ ପୂର୍ବରୁ ଅନ୍ୟ ଧର୍ମର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହନୁମାନ ମନ୍ଦିର ପ୍ରବେଶ କରି ମୂର୍ତ୍ତି ଭାଙ୍ଗି ଦେଇଥିଲା।
Trending Photos
Muslim Youth in Temple: ନିଜର ରୂପ ବଦାଳାଇ ସନ୍ଥ ବେଶରେ ମନ୍ଦିରରେ ପ୍ରବେଶ କରିଛନ୍ତି ଜଣେ ଯୁବକ। ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ ମୁସଲମାନ ଯୁବକ ସାଧୁ ଭାବେ ଛଦ୍ମ ବେଶରେ ମନ୍ଦିରରେ ପ୍ରବେଶ କରିଥିବା ଖବର ମିଳିଛି। ସମ୍ପୃକ୍ତ ଯୁବକ ପାଖରୁ ପିସ୍ତଲ, ଛୁରୀ ଏବଂ ବ୍ଲେଡ ଜବତ କରାଯାଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ଉତ୍ତର ପ୍ରଦେଶ (Uttar Pradesh) ଗାଜିଆବାଦ ଜିଲ୍ଲାର (Ghaziabad District) ମସୁରୀ ଥାନା (Mussoori Police Station) ଅଞ୍ଚଳର ଏକଲା ଗ୍ରାମରେ ଘଟିଯାଇଛି ଏଭଳି ଘଟଣା। ଏହି ଗ୍ରାମରେ ଅବସ୍ଥିତ ଏକ ମନ୍ଦିରରେ ଜଣେ ସଦିଗ୍ଧ ଯୁବକ ଧରା ପଡ଼ିଥିଲେ। ତାଙ୍କ ପାଖରୁ ପିସ୍ତଲ, ବ୍ଲେଡ୍, ଛୁରୀ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
ଏହି ମନ୍ଦିରରେ ମହାମଣ୍ଡଳେଶ୍ୱର ପ୍ରବୃଦ୍ଧ ଆନନ୍ଦ ଗିରି ମହାରାଜ (Mahamandaleshwar Anand Giri Maharaj) ଅବସ୍ଥାନ କରିଥାନ୍ତି। ଯିଏ ଅଯୋଧ୍ୟା ଏବଂ ହରିଦ୍ୱାର ଠାରେ ଆୟୋଜିତ ହୋଇଥିବା ଧର୍ମ ସଂସଦରେ ସଭାପତିତ୍ୱ କରିଥିଲେ। ସେବେଠାରୁ ସେ ଜିହାଦୀଙ୍କ ଟାର୍ଗେଟ ହୋଇ ରହିଛନ୍ତି। ଏନେଇ ତାଙ୍କର କହିବା କଥା ତାଙ୍କ ବେକ ଲାଗି ଜୀହାଦୀ କୋଟି କୋଟି ଲଗାଇଛନ୍ତି। ମନ୍ଦିରରୁ ଧରା ପଡ଼ିଥିବା ସଦିଗ୍ଧ ଯୁବକ ଆସ ମହମ୍ମଦ ନିଜକୁ ସମୀର ଶର୍ମା ବୋଲି ପରିଚୟ ଦେଇ ଏଠାରେ ପ୍ରବେଶ କରିଥିଲେ। ହେଲେ ସୌଭାଗ୍ୟବଶତ ମନ୍ଦିରରେ କାର୍ଯ୍ୟ କରୁଥିବା ସେବକ କୌଣସି ଅଘଟଣ ଘଟାଇବା ପୂର୍ବରୁ ମନ୍ଦିରରେ ନିଜର ପରିଚୟ ଲୁଚାଇ ପ୍ରବେଶ କରିଥିବା ମୁସଲିମ ଯୁବକଙ୍କୁ ଧରି ନେଇଥିଲେ।
Also Read: Uttar Pradesh: ଚନ୍ଦନ ଲଗାଇ ମନ୍ଦିରରେ ପଶିଲା ତୌଫୀକ ମହମ୍ମଦ, ଭାଙ୍ଗିଦେଲା ହନୁମାନ ମୂର୍ତ୍ତୀ
ଛଦ୍ମ ବେଶରେ ମନ୍ଦିରରେ ପ୍ରବେଶ କରିଥିବା ସନ୍ଦିଗ୍ଧ ଯୁବକ ଆସ ମହମ୍ମଦକୁ ଗାଜିଆବାଦ ପୋଲିସ (Ghaziabad District Police) ଧରିନେଇଛି। ଜିଲ୍ଲାର ମସୁରୀ ଥାନା ଅଞ୍ଚଳର ଏକଲା ଗ୍ରାମରେ ଅବସ୍ଥିତ ମନ୍ଦିରର ମହାମଣ୍ଡଳେଶ୍ୱରଙ୍କୁ ହତ୍ୟା କରିବା ପାଇଁ ଛଦ୍ମ ବେଶରେ ପ୍ରବେଶ କରିଥିବା ଏହି ମୁସଲିମ ଯୁବକ ଧରିବା ପରେ ପୋଲିସ ତାକୁ ଜେରା କରୁଛି। ଅଭିଯୁକ୍ତ ନିକଟରୁ ପିସ୍ତଲ, ଛୁରୀ ଏବଂ ବ୍ଲେଡ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଭାରୀ ପୋଲିସ ବଳ ନିୟୋଜିତ କରାଯାଇଛି।
Sameer urf Aas Mohammad masquerading as Sadhu came into a temple in Ghaziabad. Was apprehended on suspicion and a pistol and knife were found on him.
Join: https://t.co/5c8QKp2tHD pic.twitter.com/TpiENBNArW
— Satyaagrah (@satyaagrahindia) October 3, 2022
ଏହି ଘଟଣାରେ ପ୍ରତିକ୍ରିୟା ରଖି ଗାଜିଆବାଦ ଗ୍ରାମୀଣ ଏସପି (Ghaziabad Rural SP) କହିଛନ୍ତି ଯେ ଜିଲ୍ଲାର ଏକଲା ଗ୍ରାମରେ ଅବସ୍ଥିତ ମନ୍ଦିରରୁ ଖବର ମିଳିଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଛୁରୀ, ବ୍ଲେଡ ଏବଂ ପିସ୍ତଲ ସହ ଧରାପଡିଛି। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣାରେ ହୋଇଥିବା ଅନୁସନ୍ଧାନରୁ, ମୁଁ ଜାଣିବାକୁ ପାଇଛି ଯେ ସେହି ଯୁବକ ପୂର୍ବରୁ ଏଠାକୁ ଆସିଛି। ଅଭିଯୁକ୍ତକୁ ପୁଙ୍ଖାନୁପୁଙ୍ଖ ଭାବେ ଜେରା କରାଯିବ। ଏହା ପଛରେ ଆଉ କିଏ ଅଛନ୍ତି ଏବଂ ସେମାନଙ୍କର ଉଦ୍ଦେଶ୍ୟ କ'ଣ ହେବ ତାହା ଜଣାପଡିବ।