ସୁଧୁରିବାର ନାଁ ଧରୁନି ଉତ୍ତର କୋରିଆ, ପରମାଣୁ ଆକ୍ରମଣର ଧମକ ପରେ ପୁଣି ମାଡ଼ କଲା ମିସାଇଲ
Advertisement

ସୁଧୁରିବାର ନାଁ ଧରୁନି ଉତ୍ତର କୋରିଆ, ପରମାଣୁ ଆକ୍ରମଣର ଧମକ ପରେ ପୁଣି ମାଡ଼ କଲା ମିସାଇଲ

ନିକଟ ଅତୀତରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ନୂଆ ଟେକ୍ଟିକାଲ ଗାଇଡେଡ୍ ଅସ୍ତ୍ର ପରୀକ୍ଷା କରିଛନ୍ତି । ଏହି ପରୀକ୍ଷା ଆମେରିକା ଓ ଦକ୍ଷିଣ କୋରିଆର ସାମରିକ ଅଭ୍ୟାସ ମଧ୍ୟରେ ହୋଇଥିଲା । ଉତ୍ତର କୋରିଆ ମଧ୍ୟ ଏହି ପରୀକ୍ଷଣର ଫଟୋ ସେୟାର କରିଥିଲା ।

ସୁଧୁରିବାର ନାଁ ଧରୁନି ଉତ୍ତର କୋରିଆ, ପରମାଣୁ ଆକ୍ରମଣର ଧମକ ପରେ ପୁଣି ମାଡ଼ କଲା ମିସାଇଲ

ନୂଆଦିଲ୍ଲୀ: North Korea Fires Projectile: ଉତ୍ତର କୋରିଆ ପ୍ରତିଦିନ କିଛି ବା କିଛି ଏପରି କରୁଛି, ଯେଉଁଥିପାଇଁ ପଡୋଶୀ ଦେଶଗୁଡ଼ିକର ଚିନ୍ତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦକ୍ଷିଣ କୋରିଆ (South Korea) ଦାବି କରିଛି ଯେ ଉତ୍ତର କୋରିଆ (North Korea) ପୂର୍ବ ଦିଗରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ବା ମିସାଇଲ (Missile) ମାଡ଼ କରିଛି । ଏହି କ୍ଷେପଣାସ୍ତ୍ର ଓ ଏହାର ଲକ୍ଷ୍ୟ ବିଷୟରେ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହି ଘଟଣା ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଉତ୍ତର କୋରିଆ ନେତା ସିଧାସଳଖ ଧମକ ଦେଇଛନ୍ତି ଯେ ଆବଶ୍ୟକ ହେଲେ ସେମାନେ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିପାରନ୍ତି ।

ଦକ୍ଷିଣ କୋରିଆର ସେନା ଦାବି କରିଛି ଯେ, ଉତ୍ତର କୋରିଆ ପୁଣି ଥରେ ଏକ ଅଜଣା ଲକ୍ଷ୍ୟକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଦକ୍ଷିଣ କୋରିଆ ଦାବି କରିଛି ଯେ ଉତ୍ତର କୋରିଆ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହାର ସୂଚନା ଦକ୍ଷିଣ କୋରିଆର ଜ୍ୱଏଣ୍ଟ ଚିଫ୍ ଷ୍ଟାଫ୍ ପ୍ରଦାନ କରିଛନ୍ତି । ଉତ୍ତର କୋରିଆ ଏପରି ଏକ ପଦକ୍ଷେପ ନେଇଛି ଯେତେବେଳେ କିମ ଜୋଙ୍ଗ ଉନ (Kim Jong Un) ଅନେକ ଥର ସିଧାସଳଖ ଧମକ ଦେଇଛନ୍ତି ଯେ ଆବଶ୍ୟକ ହେଲେ ସେ ପରମାଣୁ ଅସ୍ତ୍ର (nuclear weapons) ମଧ୍ୟ ବ୍ୟବହାର କରିପାରନ୍ତି ।

ନିକଟ ଅତୀତରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ନୂଆ ଟେକ୍ଟିକାଲ ଗାଇଡେଡ୍ ଅସ୍ତ୍ର ପରୀକ୍ଷା କରିଛନ୍ତି । ଏହି ପରୀକ୍ଷା ଆମେରିକା ଓ ଦକ୍ଷିଣ କୋରିଆର ସାମରିକ ଅଭ୍ୟାସ ମଧ୍ୟରେ ହୋଇଥିଲା । ଉତ୍ତର କୋରିଆ ମଧ୍ୟ ଏହି ପରୀକ୍ଷଣର ଫଟୋ ସେୟାର କରିଥିଲା ।

ଉତ୍ତର କୋରିଆ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୩ ଥର ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଛି । ଏହି ପରୀକ୍ଷଣଗୁଡ଼ିକରେ ଏକ ଅନ୍ତରମହାଦ୍ୱୀପ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା ମଧ୍ୟ ସାମିଲ ରହିଛି । ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତିବନ୍ଧକରୁ ରିହାତି ଓ ଅନ୍ୟାନ୍ୟ ରିହାତି ହାସଲ କରିବା ପାଇଁ ଆମେରିକା ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଉତ୍ତର କୋରିଆ ଲଗାତାର ଅସ୍ତ୍ରଶସ୍ତ୍ର ପରୀକ୍ଷା କରୁଛି ।

ଏହା ବି ପଢ଼ନ୍ତୁ:-ଖୁସି ଖବର: ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ପଠାଇଲେ ରାଜ୍ୟ ସରକାର

ଏହା ବି ପଢ଼ନ୍ତୁ:-ଲେମ୍ବୁ ସହ ଆଦୌ ଖାଆନ୍ତୁନି ଏହି ୪ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ ବିପଜ୍ଜନକ

ଏଠାରେ କହି ରଖୁଛୁ ଯେ, ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (Kim Jong Un) ନିଜ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଆଣୁନାହାଁନ୍ତି । କିମ ଜୋଙ୍ଗ ନିଜର ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଶତ୍ରୁକୁ ବିନାଶ କରିବା ପାଇଁ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଦେଶର ସେନାର ଶକ୍ତି ବୃଦ୍ଧି କରିବାକୁ ଆହ୍ୱାନ କରିଛନ୍ତି ।  ଏକ ନୂଆ ସ୍ୟାଟଲାଇଟ୍ ଫଟୋରୁ ସମ୍ଭାବ୍ୟ ପରମାଣୁ ପରୀକ୍ଷଣ (Nuclear Test) ପାଇଁ ବଢ଼ୁଥିବା ପ୍ରସ୍ତୁତିକୁ ଦେଖାଯାଇଛି । ଯୁକ୍ତରାଷ୍ଟ୍ରର ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (CSIS) କହିଛି ଯେ ଉପଗ୍ରହ ଚିତ୍ରଗୁଡ଼ିକ ନୂତନ କୋଠା ନିର୍ମାଣ, କାଠ ନେବାର ଗତିବିଧି ଏବଂ ଟନେଲ୍ ନମ୍ବରର ନୂତନ ପ୍ରବେଶ ପଥରେ ଉପକରଣ ଏବଂ ଯୋଗାଣର ବୃଦ୍ଧି ଦର୍ଶାଉଛି ।