Special Session of Parliament : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ: ୫ ଦିନରେ ଏଥର କ’ଣ ସବୁ ହେବ ନୂଆ, କାହିଁକି ଡକାଯାଇଛି ଏ ଅଧିବେଶନ
Advertisement
Article Detail0/zeeodisha/odisha1876683

Special Session of Parliament : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ: ୫ ଦିନରେ ଏଥର କ’ଣ ସବୁ ହେବ ନୂଆ, କାହିଁକି ଡକାଯାଇଛି ଏ ଅଧିବେଶନ

ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଭାରତର ସଂସଦୀୟ ଯାତ୍ରାର ୭୫ ବର୍ଷରେ ପଦାର୍ପଣକୁ ନେଇ ଉତ୍ସବ ପାଳନ କରିବା ଏ ବିଷୟରେ ଆଲୋଚନା କରି ଭବିଷ୍ୟତର ଭାରତ ପାଇଁ ସ୍ୱପ୍ନ ଦେଖିବା ଏହାର ଉଦ୍ଦେଶ୍ୟ। ସରକାର ଏହା ‘ଅମୃତ କାଳର’ ଅଧିବେଶ ବୋଲି ଆଖ୍ୟା ଦେଇଛନ୍ତି। 

Special Session of Parliament : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ: ୫ ଦିନରେ ଏଥର କ’ଣ ସବୁ ହେବ ନୂଆ, କାହିଁକି ଡକାଯାଇଛି ଏ ଅଧିବେଶନ

Parliament Special Session: ନୂଆଦିଲ୍ଲୀ:  ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଭାରତର ସଂସଦୀୟ ଯାତ୍ରାର ୭୫ ବର୍ଷରେ ପଦାର୍ପଣକୁ ନେଇ ଉତ୍ସବ ପାଳନ କରିବା ଏ ବିଷୟରେ ଆଲୋଚନା କରି ଭବିଷ୍ୟତର ଭାରତ ପାଇଁ ସ୍ୱପ୍ନ ଦେଖିବା ଏହାର ଉଦ୍ଦେଶ୍ୟ। ସରକାର ଏହା ‘ଅମୃତ କାଳର’ ଅଧିବେଶ ବୋଲି ଆଖ୍ୟା ଦେଇଛନ୍ତି। ତଥାପି ଏହି ୮ ଦିନର ଅଧିବେଶନରେ ଆଠଟି ବିଲ୍‍ ଉପସ୍ଥାପନ ସହ ଅନେକ ନୂଆ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଖାଲି ସରକାର ନୁହେଁ ବିରୋଧୀ ବି ଏହି ଅଧିବେଶନରେ ନିଜ କାମକୁ ଠିକଣା ଭାବେ  ନିର୍ବାହ କରି ଭାରତର ଗଣତାନ୍ତ୍ରିକ ଯାତ୍ରାକୁ ଆଉ ପାଦେ ଆଗକୁ ନେବାକୁ ବଦ୍ଧ ପରିକର ହୋଇଛନ୍ତି। 

ଦେଶ ନିର୍ବାଚନକୁ ମୁହାଁଇଥିବାବେଳ ଏପରି ଏକ ସ୍ୱତନ୍ତ୍ର ଅଧିବେଶନ ନିହାତି ଭାବେ ସବୁ ବର୍ଗର ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୁଣି ‘ଅମୃତ କାଳ’ ନାଁରେ ସରକାରଏହି ଅଧିବେଶନକୁ ନାମିତ କରିଥିବାରୁ ଏଥିରେ ବୈଠକରୁ କିଛି ନୂଆ ଆଶା କରିଛନ୍ତି ଭାରତବାସୀ। ଆସନ୍ତୁ ନଜର ପକାଇବା ଏହି ସଂସଦ ଅଧିବେଶନରେ କ’ଣ ହୋଇପାରେ, କାହିଁକି ଡକାଯାଇଛି ଏ ସ୍ୱତନ୍ତ୍ର ଅଧିବେଶନ?

ଭାରତ-ଇଣ୍ଡିଆ ବିବାଦ: 
 ୧୯୪୬ ମସିହାରେ ଗଠିତ ହୋଇଥିବା ଭାରତର ସମ୍ବିଧାନସଭା ୨୬ ନଭେମ୍ବର ୧୯୪୯ ଦିନ ସମ୍ବିଧାନକୁ ପାରିତ କରି ଭାରତକୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଥିଲା। ଆଉ କିଛିଦିନ ପରେ ଏହି ଦିନଟି ଭାରତର ଏହି ଐତିହାସିକ ନିଷ୍ପତ୍ତିକୁ ୭୫ ବର୍ଷରେ ପଦାର୍ପଣ କରାଇବ। ଏଣୁ ଏହାର ଗୁରୁତ୍ୱ ଅନେକ ରହିଛି। କିନ୍ତୁ ଦେଶ ନିର୍ବାଚନମୁହାଁ ଥିବାରୁ ସରକାର ଓ ବିରୋଧୀ ଏଥିରେ ରାଜନୀତିକ ରଙ୍ଗ ଲଗାଇବା ସ୍ୱଭାବିକ। ସବୁଠାରୁ  ବେଶୀ ଧ୍ୟାନ ଆକର୍ଷଣ କରିବାକୁ ଥିବା ପ୍ରସଙ୍ଗ ଭିତରେ ରହିଛି ଭାରତ ବନାମ ଇଣ୍ଡିଆ ବିବାଦ। ବିରୋଧୀ ଦଳ ନିଜ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବା ଏବଂ ଜି-୨୦ ବୈଠକରେ ସରକାର ‘ଇଣ୍ଡିଆ’ ବଦଳରେ ଦେଶକୁ ସମ୍ବାଧିତ କରିବା ଲାଗି ‘ଭାରତ’ ଶବ୍ଦର ବ୍ୟବହାର କରିବା ଏହି ପ୍ରସଙ୍ଗକୁ ଅଧିକ ଖୋରାକି ଯୋଗାଇଛି। 
୭୪ ବର୍ଷ ପୂର୍ବେ ସମ୍ବିଧାନ ସଭାର ନବମ ଅଧିବେଶନର ଶେଷଦିନ ୧୮ ସେପ୍ଟମ୍ବରରେ ହୋଇଥିଲା। ଏହିଦିନ ଭାରତ ବାନାମ ଇଣ୍ଡିଆକୁ ନେଇ ପ୍ରଥମ ଚର୍ଚ୍ଚା ହୋଇଥିଲା। ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକର ଦେଶର ନାଁ ପାଇଁ ‘ ଭାରତ’ ଓ ‘ଇଣ୍ଡିଆ’ ନାମ ପ୍ରସ୍ତାବ ଦେଇଥିଲେ। ଏଣୁ ଆଜି  ସେହିଦିନକୁ ମନେ ପକାଇ ସରକାର ପୁଣି ନାଁକୁ ନେଇ ଚର୍ଚ୍ଚା ବାତାବରଣ ସୃଷ୍ଟି ହୋଇପାରନ୍ତି ବୋଲି ଆଶା କରାଯାଇଛି। ଏପରିକି ସରକାର ସମ୍ବିଧାନରେ ଦିଆଯାଇଥିବା ଦୁଇଟି ନାଁରୁ ଭାରତ ଶବ୍ଦର ବହୁଳ ବ୍ୟବହାର ପାଇଁ ବାଟ କାଢ଼ିପାରନ୍ତି।

ଚକିତ କରାଇବେ ସରକାର:
ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ଅଧିବେଶନରେ ୮ଟି ବିଲ୍‍ ଉପସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି। ହେଲା ୪ ବିଲ୍‍ର ବିବରଣୀ ବିଜ୍ଞପ୍ତିରେ ଉଲ୍ଳଖ କରାଯାଇଛି। ଏହି ଚାରୋଟି ବିଲ୍‍ ହେଉଛି:  (କ) ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ବିଧିର ସଂଶୋଧନ, (ଖ)ଅଧିବକ୍ତା ବିଧି ସଂଶୋଧନ (ଗ) ପୋଷ୍ଟ ଅଫିସ ବିଧି ସଂଶୋଧନ ଏବଂ  (ଘ) ପ୍ରେସ୍‍ ଓ ପିରିୟଡିକାଲ୍‍ ପଞ୍ଜିକରଣ  ବିଧିର ସଂଶୋଧନ ବିଧେୟକ।  ଅବଶ୍ୟ ଗତକାଲିର ସର୍ବଦଳୀୟ ବୈଠକ ସମୟରେ ସରକାର ଆଉ ଚାରୋଟି ବିଧେୟକ ସମ୍ପର୍ତକରେ ଉଲ୍ଲଖ କରିଛନ୍ତି। ଗୋଟିଏ ବରିଷ୍ଠ ନାଗରିକଙ୍କ ସମ୍ପର୍କରେ ହୋଇଥିବାବେଳେ ଅନ୍ୟ ତିନୋଟି ଅନୁସୂଚିତ ଜାତି ଜନଜାତି ସମ୍ପର୍କିତ। କିନ୍ତୁ ଏହି ଅଧିବେଶନ କେବଳ ୮ଟି ବିଧେୟକରେ ସୀମିତ ନରହି ଆହୁରି ଅନେକ କିଛି ନୂତନତା ସୃଷ୍ଟି କରିବା ସମ୍ଭାବନା ରହିଛି। ଯାହା ବଳରେ ସାରା ଦେଶ ଏହି ସ୍ୱତନ୍ତ୍ର ଅଧିବେଶନକୁ ମନେ ରଖିବ ବୋଲି ଆଲୋଚନା ହେଉଛି।  ଅପରପକ୍ଷେ ବିେରାଧୀ ଦଳ ମହିଳା ସଂଶୋଧନ ବିଧେୟକ କଥା ସଂସଦରେ ଉଠାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନୂଆ କୋଠା ନୂଆ ପୋଷାକ
ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଅନେକ କିଛି ନୂଆ ହେବାକୁ ଯାଉଛି। ପ୍ରତମତଃ ଅଧିବେଶନର ଦ୍ୱିତୀୟ ଦିନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ। ରାଜ୍ୟ ସଭା ଓ ଲୋକସଭାର ନୂଆ ଗୃହ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ମନ୍ତ୍ରୀମାନଙ୍କୁ ସାମାନଙ୍କ ପ୍ରକୋଷ୍ଠ ପ୍ରଦାନ କରାଯାଇଛି। ଉନ୍ନତ ଟେକ୍ନାଲୋଜି ସମ୍ପନ୍ନ ଏହି ଗୃହରେ ଅଧିକ ସଦସ୍ୟ ବସିବାର ସୁବିଧା ରହିଛି। ଲୋକସଭାକୁ ଜାତୀୟ ପକ୍ଷୀ ମୟୁର ଥିମ୍‍ ଉପରେ ସଜ୍ଜା ଯାଇଥିବାବେଳେ ରାଜ୍ୟସଭାକୁ ଜାତୀୟ ଫୁଲ ପଦ୍ମର ଥିମ୍‍ ଉପରେ ସଜ୍ଜା ଯାଇଛି। ଅର୍ଥାତ୍‍ ପୁରୁଣା ସଂସଦ ଭବନର ସବୁଜ ଏବଂ ନାଲି କାର୍ପେଟ୍‍ ନୁହେଁ ଲୋକସଭାରେ ନୀଳ ଏବଂ ରାଜ୍ୟସଭାରେ ନାରଙ୍ଗୀ ରଙ୍ଗର ଢାଞ୍ଚାରେ ସବୁକିଛି ଦେଖିବାକୁ ମିଳିବ। 
ଏହି ଗୃହରେ କାର୍ଯ୍ୟରତ କର୍ମଚାରୀଙ୍କ ପୋଷାକରେ ମଧ୍‍ୟ ପରିବର୍ତ୍ତନ କରାଯାଇଛି। ସୁରକ୍ଷା କର୍ମୀଙ୍କଠାରୁ ଆରମ୍ଭ କରି ଗୃହର କର୍ମଚାରୀଙ୍କ ଯାଏ ସମସ୍ତ ପୋଷାକରେ ପରିବର୍ତ୍ତନ କରାଯାଇଛି। ଏହି ପୋଷାକରେ କର୍ମଚାରୀଙ୍କ ପୋଷକରେ ଥିବା ପଦ୍ମ ଫୁଲ ବ୍ୟାଜ୍ ଏବେ ରାଜନୀତିକ ପ୍ରସଙ୍ଗ ସୃଷ୍ଟି କରିଛି। କଂଗ୍ରେସ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। 

ଗ୍ରୁପ୍‍ ଫଟୋ ଉଠାଇବେ ସବୁ ସାଂସଦ : 
ସାଂସଦମାନେ ମଙ୍ଗଳବାରଦିନ ନୂଆ କୋଠାର ସାମ୍ନାରେ ଗ୍ରୁପ୍‍ ଫଟୋ ଉଠାଇବାର କାର୍ଯ୍ୟକ୍ରମ ରହିଛି। ଅମୃତକାଳର ସ୍ୱତନ୍ତ୍ର ଅଧିବେଶନକୁ ସ୍ମରଣୀୟ କରିବା ଏହି ଫେଟୋ ଶେସନ୍‍ର ଉଦ୍ଦେଶ୍ୟ ରହିବ। ଏହିକ୍ରଅମରେ ବିଜେପି ତାର ସମସ୍ତ ସାଂସଦଙ୍କୁ ରହିବାକୁ ହ୍ବିପ୍‍ ଜାରି କରିଛି। ସବୁ ଦଳର ସାଂସଦମାନେ ତିନୋଟି ଗ୍ରୁପ୍ ଫଟୋ ଉଠାଇବେ। ପ୍ରଥମ ଫେଟୋ ସବୁ ସାଂସଦକୁ ନେଇ। ଦ୍ୱିତୀୟ ଫଟୋ ରାଜ୍ୟସଭାର ସାଂସଦଙ୍କୁ ନାଇ ଥିବାବେଳେ ତୃତୀୟ ଫଟୋଟି ଲୋକସଭାର ସମସ୍ତ ସାଂସଦଙ୍କୁ ନେଇ ଉଠାଯିବ। ତଥାପି ଅଧିବେଶନର ୫ ଦିନରେ ୫ଟି ନୂଆ ଘଟଣା ଘଟିପାରେ ବୋଲି ସମ୍ଭାବନା ରହିଛି।

Also Read: ମ୍ୟାଚ୍ ଦେଖିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୩ ଯୁବକଙ୍କ ଜୀବନ

Also Read: Asia cup 2023 Final:ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ, ଜାଣନ୍ତୁ କେଉଁ ଖେଳାଳି ପାଇଲେ କେତେ ପ୍ରାଇଜ ମନି

Also Read: Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ନୂଆ ରେକର୍ଡ଼, ୧୧ ଦିନରେ ଆୟ କଲା ଏତେ କୋଟି