ପୁଣି SpiceJet ବିମାନରେ ଗଡବଡ! କ୍ୟାବିନ ଧୂଆଁମୟ ହେବାରୁ ଦିଲ୍ଲୀରେ ଜରୁରୀ ଅବତରଣ
Advertisement
Article Detail0/zeeodisha/odisha1240865

ପୁଣି SpiceJet ବିମାନରେ ଗଡବଡ! କ୍ୟାବିନ ଧୂଆଁମୟ ହେବାରୁ ଦିଲ୍ଲୀରେ ଜରୁରୀ ଅବତରଣ

SpiceJet Spokesperson pic.twitter.com/R1LwAVO4Mk — ANI (@AN

ପ୍ରତିକାତ୍ମକ ଫଟୋ

Spicejet Aircraft Emergency Landing: ପୁଣି ଥରେ ସ୍ପାଇସ ଜେଟ୍ ବିମାନରେ ଗଡବଡ ଦେଖିବାକୁ ମିଳିଛି। ଶନିବାର ସକାଳେ ଦିଲ୍ଲୀରୁ ଜବଲପୁର ଅଭିମୁଖେ ଯାତ୍ରା କରୁଥିବା ବିମାନ ଦିଲ୍ଲୀରେ ଜରୁରୀ ଅବତରଣ କରିଛି। କ୍ୟାବିନ ଭିତରେ କଳାଧୂଆ ଦେଖାଯିବାରୁ ୫୦୦୦ ଫୁଟ ଉପରୁ ବିମାନକୁ ଦିଲ୍ଲୀ ବିମାନବନ୍ଦରକୁ ଫେରିଛି। ବିମାନରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି। 

ଦିଲ୍ଲୀରୁ ଜବଲପୁର ଯାଉଥିବା ଏକ ସ୍ପାଇସେଜେଟ୍ ବିମାନକୁ କ୍ୟାବିନ କ୍ରୁ ଏବଂ ବିମାନରେ ଥିବା ଯାତ୍ରୀମାନେ ବିମାନରୁ ଧୂଆଁ ବାହାରୁଥିବା ଦେଖିବା ପରେ ଦିଲ୍ଲୀ ଫେରିବାକୁ ପଡିଲା। ବିମାନଟି ଆକାଶରେ ୫୦୦୦ ଫୁଟ ଉପରେ ଥିବାବେଳେ ଏହି ଘଟଣା ଘଟିଥିଲା। ବିମାନଟି ସୁରକ୍ଷିତ ଭାବେ ବିମାନ ବନ୍ଦରକୁ ଫେରିବା ପରେ ଯାତ୍ରୀମାନେ ନିରାପଦରେ ବିମାନରୁ ଓହ୍ଲାଇଥିଲେ। ଏହି ଘଟଣାର ଏକ ଭିଡିଓ ଏଏନଆଇ ଦ୍ୱାରା ସେୟାର କରାଯାଇଥିଲା।

ଭିଡିଓରେ ଦେଖାଯାଉଛି ଯେ, କ୍ୟାବିନଟି ଧୂଆଁରେ ପରିପୂର୍ଣ୍ଣ ହୋଇଛି ଏବଂ ଯାତ୍ରୀମାନେ କାଗଜରେ ବିଞ୍ଚୁଛନ୍ତି। ବାରମ୍ବାର ବିମାନରେ ସମସ୍ୟା ଦେଖାଦେଉଥିବାରୁ ସ୍ପାଇସଜେଟ ବିବାଦ ଭିତରକୁ ଆସିଛି। ତେବେ ବିମାନର ଜରୁରୀ ଅବତର କରିବା ଏହା ପ୍ରଥମ ଘଟଣା ନୁହେଁ। ନିକଟରେ ବିହାରରେ ପକ୍ଷୀ ପିଟିହେବା କାରଣରୁ ବିମାନରେରେ ନିଆଁ ଲାଗିଯାଇଥିଲା। ଫଳରେ ପାଇଲଟକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।

ପାଟନା ଜିଲ୍ଲାପାଳ କହିଛନ୍ତି, "ଜୁନ୍ ୨୫ରେ ଗୌହାଟୀରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭିରିଥିବା ବିମାନରେ ନିଆଁ ଲାଗିବା ପରେ ବିମାନବନ୍ଦର ଅଧିକାରୀଙ୍କୁ ସୂଚନା ଦେବା ପରେ ପାଟନା ବିମାନବନ୍ଦରକୁ ଫେରି ଆସିଥିଲା। ସମସ୍ତ ୧୮୫ ଯାତ୍ରୀ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲେ। ବୈଷୟିକ ତ୍ରୁଟିରୁ ଏହି ଘଟଣା ଘଟିଛି, ଯେହାର ତଦନ୍ତ ଏକ ଇଞ୍ଜିନିୟରିଂ ଦଳ କରୁଛନ୍ତି।" 

Also Read: ବିଜେଡି ବିଧାୟକଙ୍କୁ ବିବାହ ଜିଦ୍ କରି ଆଉ କାହା ହାତ ଧରିନେଲେ ଯୁବତୀ

ସୂଚନାଯୋଗ୍ୟ ଯେ ବିମାନ ଚଳାଚଳ କର୍ତ୍ତୃପକ୍ଷ ଡିଜିସିଏଙ୍କ ଚେତାବନୀ ପରେ ମଧ୍ୟ ଏକାଧିକ ବିମାନରେ ଏହି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ଏକ ବିମାନ ଇଣ୍ଡିଗୋ ମଧ୍ୟ ପକ୍ଷୀ ସହ ପିଟିହୋଇ ଜରୁରୀ ଅବତରଣ କରିଥିଲା। ତେବେ ଏମିତି ବାରମ୍ବାର ବିମାନରେ ତୃଟି ଦେଖିବାକୁ ମିଳୁଛି, ଯାହା ଆଗାମୀ ଦିନରେ କୌଣସି ଦୁର୍ଘଟଣା ଘଟିବାର ଆଭାସ ଦେଉଛି। ତେଣୁ ଡିଜିସିଏ ଏହା ଉପରେ ତ୍ୱାରନିତ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।