ଶକ୍ତିଶାଳୀ ଭୂକମ୍ପ ଝଟକାରେ ଧ୍ୱଂସ୍ତବିଧ୍ୱସ୍ତ ଗ୍ରୀସ-ତୁର୍କୀ; ୪ ମୃତ, ୧୦୦ରୁ ଅଧିକ ଆହତ
Advertisement
Article Detail0/zeeodisha/odisha776375

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଧ୍ୱଂସ୍ତବିଧ୍ୱସ୍ତ ଗ୍ରୀସ-ତୁର୍କୀ; ୪ ମୃତ, ୧୦୦ରୁ ଅଧିକ ଆହତ

ଏହା ସହିତ ତୁର୍କୀର କେନ୍ଦ୍ରୀୟ ଇଜମିର ନାମକ ସ୍ଥାନରେ ଅନେକ ଘରଦ୍ୱାର ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏହି ଭୂମିକମ୍ପର ତାଣ୍ଡବ ସରିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର ଅଭିଯାନକୁ ଜାରି ରଖାଯାଇଛି।

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଧ୍ୱଂସ୍ତବିଧ୍ୱସ୍ତ ଗ୍ରୀସ-ତୁର୍କୀ; ୪ ମୃତ, ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂମିକମ୍ପ (Strong Earth Quake) ଝଟକାରେ ଥରିଉଠିଛି ଗ୍ରୀସ-ତୁର୍କୀ (Greece- Turkey)। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରହିଥିବା ଜଣାପଡିଛି। ଏହି ଭୂକମ୍ପରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାର ପ୍ରଭାବରେ ଅନେକ ଘରଦ୍ୱାରା ଭାଙ୍ଗିଯିବା ସହ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପରେ ପ୍ରଭାବରେ ସୁନାମୀ ହେବାର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରି ଦିଆଯାଇଛି।

ଏହାର ମୁକାବିଲା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟକୁ ଜାରି ରଖାଯାଇଛି। ୟୁରୋପୀୟ ଭୂମଧ୍ୟସାଗର ଭୂକମ୍ପ ବିଜ୍ଞାନ କେନ୍ଦ୍ର (European Mediterranean Earthquake Science Center) ପକ୍ଷରୁ କୁହାଯାଇଛି ଏହି ଭୂକମ୍ପର ତୀବ୍ରତା ୬.୯ ରହିଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଗ୍ରୀସର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ ସାମୋସ ଦ୍ୱୀପ (Samosa Island) ଠାରେ ରହିଥିଲା। 

ଏହା ସହିତ ତୁର୍କୀର କେନ୍ଦ୍ରୀୟ ଇଜମିର ନାମକ ସ୍ଥାନରେ ଅନେକ ଘରଦ୍ୱାର ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏହି ଭୂମିକମ୍ପର ତାଣ୍ଡବ ସରିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର ଅଭିଯାନକୁ ଜାରି ରଖାଯାଇଛି। ଏପରିକି ଏଠାକାର ଅନେକ ସ୍ଥାନରେ ଭୂକମ୍ପ ପରେ ଧୂଆଁ ଉଠୁଥିବାର ଖବର ଆସିଛି।

 

ଏନେଇ ଇଜମିର ରାଜ୍ୟପାଳ କହିଛନ୍ତି ହତାହତ ଲୋକ କିମ୍ବା କ୍ଷୟକ୍ଷତି ବାବଦରେ ବାବଦରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ତୁର୍କୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଇସ୍ତାନବୁଲରେ ଅବସ୍ଥିତ ଏଜିୟନ ଏବଂ ମାରମାରା ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। 

ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (American Geological Survey) ଅନୁଯାୟୀ ଏହି ଭୂକମ୍ପର ତୀବତ୍ରା ୭ ରହିଥିଲା । ପୂର୍ବ ଗ୍ରୀସର ଉପଦ୍ୱୀପରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ରାଜଧାନୀ ଏଥେନ୍ସ (Athens) ସହରର ଲୋକ ମଧ୍ୟ ଭୂକମ୍ପର କମ୍ପନ ଅନୁଭବ କରିଥିଲେ। ଗ୍ରୀକ୍ ଗଣମାଧ୍ୟମ (Greek Media) କହିଛି ଭୂମିକମ୍ପ ସମୟରେ ସାମୋସ୍ ଏବଂ ଅନ୍ୟ ଉପଦ୍ୱୀପର ବାସିନ୍ଦା ଘରୁ ବାହାରି ଯାଇଥିଲେ। ଏହା ବ୍ୟତୀତ ଭୂମି ଧସିବାର ଖବର ମଧ୍ୟ ଆସିଛି।