ମହାକାଶରେ ଚୀନକୁ ଜୋରରଦାର ଝଟକା, ଉଡାଣର ଏକ ମିନିଟ ପରେ ରକେଟ ଫେଲ
Advertisement

ମହାକାଶରେ ଚୀନକୁ ଜୋରରଦାର ଝଟକା, ଉଡାଣର ଏକ ମିନିଟ ପରେ ରକେଟ ଫେଲ

 

ଭାରତ ସହିତ ଶତ୍ରୁତା ଆଚରଣ କରିବା ପରେ ଚୀନର ଖରାପ ଦିନ ଆରମ୍ଭ ହୋଇଛି। 

ମହାକାଶରେ ଚୀନକୁ ଜୋରରଦାର ଝଟକା, ଉଡାଣର ଏକ ମିନିଟ ପରେ ରକେଟ ଫେଲ

ବେଜିଂ: ସମଗ୍ର ବିଶ୍ୱରେ କୋରୋନା ବିସ୍ତାର କରି ବିଶ୍ୱର ଏକ ପ୍ରମୁଖ ମହାଶକ୍ତି  ହେବାକୁ ସ୍ୱପ୍ନ ଦେଖୁଥିବା ଚୀନକୁ ଲାଗିଛି ଜୋରଦାର ଝଟକା । ଭାରତ ସହିତ ସାମରିକ ସଂଘର୍ଷରେ ମୁହାଁମୁହିଁ ହେବା ପରେ ଚୀନ୍‌ର ଖରାପ ବେଳ ଆରମ୍ଭ ହୋଯାଇଛି। 
ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଚୀନକୁ ଲାଗିଛି ଜୋରଦାର ଝଟକା । 

ସଦ୍ୟ ଚୀନର ଏକ ବାଣିଜ୍ୟିକ ରକେଟ ଉଡାଣ କରିବାର ଏକ ମିନିଟ ପରେ ବିଫଳ ହେବାରୁ ଏହାର ୨ଟି ଉପଗ୍ରହ(satelite) ନଷ୍ଟ ହୋଇଥିବାର ଖବର ଆସିଛି । କ୍ଷତିଗ୍ରସ୍ତ ହୋଇଥିବା ଉପଗ୍ରହ ମଧ୍ୟରୁ ଗୋଟିଏ ଭିଡିଓ ସେୟାରିଂ ଅନ୍ୟଟି ନାଭିଗେସନ୍ ସିଷ୍ଟମ ପାଇଁ ନିର୍ମିତ ହୋଇଥିଲା । ଏହି ଘଟଣା ଯୋଗୁଁ ଚୀନକୁ ଗୋଟିଏ ଥରରେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଇଛି ।

ଯଦିଓ ଏହା ପ୍ରଥମ ଘଟଣା ନୁହେଁ, ଚଳିତ ବର୍ଷ ୩ଟି ଚୀନ ନିର୍ମିତ ରକେଟ୍ ବିଫଳ ହୋଇଛି। ପ୍ରଥମଟି ମାର୍ଚ୍ଚରେ ହୋଇଥିଲା, ଯାହାର ନାମ ଲଙ୍ଗ ମାର୍ଚ୍ଚ ୭ଏ ରକେଟ(long march 7A rocket) ରହିଥିଲା। ଦ୍ୱିତୀୟ, ଲଙ୍ଗ ମାର୍ଚ୍ଚ ୩ବି(long march 3B) ଏପ୍ରିଲରେ ବିଫଳ ହୋଇଥିଲା । 

ଇଣ୍ଡୋନେସିଆର ଏନ-୧ ଯୋଗାଯୋଗ ଉପଗ୍ରହ(N1 communicating satelite) ମଧ୍ୟ ଏହି ରକେଟ୍ ସହିତ ନଷ୍ଟ ହୋଇଯାଇଛି । ଚୀନ ଗୁରୁବାର ରାତି ପ୍ରାୟ ୧୨ଟା ୧୭ ମିନିଟ ସମୟରେ ଦେଶର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ଜିଉକା ସାଟେଲାଇଟ୍ ସେଣ୍ଟରରୁ କୁଇଜୋ -11 ରକେଟ୍ (କୁଆଜୋ -11) ଉତକ୍ଷେପଣ କରିଥିଲା । ଏହି ରକେଟ ସହ ୨ଟି ଉପଗ୍ରହ ସଂଯୁକ୍ତ ହୋଇଥିଲା । ଗୋଟିଏ ହେଉଛି ଭିଡିଓ ସେୟାରିଂ ସାଇଟ୍ ପାଇଁ ନିର୍ମିତ ଏକ ଉପଗ୍ରହ ଏବଂ ଅନ୍ୟଟି ହେଉଛି ନାଭିଗେସନ୍ ପାଇଁ ଫିଟ୍ ହୋଇଥିବା ଏକ ସେଣ୍ଟିସ୍ପେଶ -1-S2 ଉପଗ୍ରହ ରହିଥିଲା । 

 

କୁଆଇଜୋ -11 ମାଧ୍ୟମରେ ବାଣିଜ୍ୟ କ୍ଷେତ୍ରରେ ମାଷ୍ଟରମାଇଣ୍ଡ ହେବାକୁ ଯୋଜନା ଚଳାଇଥିଲା ଚୀନ । ହେଲେ ଏବେ ଏହା ବର୍ତ୍ତମାନ ସ୍ୱପ୍ନ ପାଲଟିଯାଇଛି । ଏକ ମିନିଟ୍ ଉଡ଼ାଣ ପରେ କୁଆଜୋ-୧୧ ବିଫଳ ହୋଇଛି। ଏହି କାରଣରୁ ତାଙ୍କର ଉଭୟ ଉପଗ୍ରହ ମଧ୍ୟ ନଷ୍ଟ ହୋଇଯାଇଥିଲା। ସେଣ୍ଟିସ୍ପେଶ -1-S2 ଏକ ନିମ୍ନ ପୃଥିବୀ କକ୍ଷପଥ ନାଭିଗେସନ୍ ଉପଗ୍ରହ ଥିଲା | ଏହା ବେଜିଂ ଫ୍ୟୁଚର ନେଭିଗେସନ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛ । ଏହି ରକେଟ ବିଫଳ ହେବାର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।