• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /୫୦୦ ଓ୍ୱିକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼

୫୦୦ ଓ୍ୱିକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼

କ୍ଲବରେ ଅନୀଲ କୁମ୍ବଲେ ଏକମାତ୍ର ଭାରତୀୟ...

Edited ByZee Odisha Desk
Published: Jul 28, 2020, 05:03 PM IST|Updated: Jul 28, 2020, 05:03 PM IST
joinshare
୫୦୦ ଓ୍ୱିକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
     Odisha News: ବିପଦ ସଙ୍କେତ ମୁହାଁ ବୈତରଣୀ ଜଳସ୍ତର,ସାଳନ୍ଦୀ ନଦୀରେ...

    Odisha News: ବିପଦ ସଙ୍କେତ ମୁହାଁ ବୈତରଣୀ ଜଳସ୍ତର,ସାଳନ୍ଦୀ ନଦୀରେ...

    2

    Crime News: ଅଭାବନୀୟ ଘଟଣା! ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି...

    3

    NHରେ ଆଉ ବୁଲିବେନି ଗୋରୁ-ଗାଈ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

    4

    LPG Subsidy: LPG ସବସିଡି ଅଟକିଛି କି? ଜାଣନ୍ତୁ କାରଣ ଓ ସମାଧାନ

    5

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    ନୂଆଦିଲ୍ଲୀ: ଓଲ୍ଡ ଟ୍ରାଫର୍ଡରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ସମୟରେ ଷ୍ଟୁଆର୍ଟ ବ୍ରଡ୍ ୫୦୦ତମ ୱିକେଟ୍ ହାସଲ କରିଛନ୍ତି। ଏହା ସହିତ ସେ ୫୦୦ ଓ୍ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଏହି ସଫଳତା ହାତେଇବାରେ ଦ୍ୱିତୀୟ ଇଂଲଣ୍ଡ ବୋଲର ତଥା ବିଶ୍ୱର ସପ୍ତମ ବୋଲର ଭାବେ ପରିଗଣିତ ହୋଇଛନ୍ତି। ସେ ୧୪୦ଟି ମ୍ୟାଚ୍ ତଥା ୨୫୮ଟି ଇନିଂସ ଖେଳି ଏହି ସଫଳତା ହାତେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର କ୍ରେଗ ବ୍ରେଦଓ୍ୱାଇଟ ତାଙ୍କର ୫୦୦ତମ ଓ୍ୱିକେଟର ଶିକାର ହୋଇଥିଲେ। ବ୍ରଡଙ୍କ ଘାତକ ବୋଲିଂରେ ବ୍ରେଦଓ୍ୱାଇଟ ଏଲବିଡବ୍ଲ୍ୟୁ ହୋଇଥିଲେ।

    ଯେତେବେଳେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ଆରମ୍ଭରେ ଷ୍ଟୁଆର୍ଟ ବ୍ରଡଙ୍କ ଟେଷ୍ଟ ୱିକେଟ୍ ସଂଖ୍ୟା ୪୮୫ ଥିଲା। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ବ୍ରଡ ଦଳରୁ ବାଦ ପଡ଼ିଥିଲେ | କିନ୍ତୁ ତାଙ୍କୁ ମାଞ୍ଚେଷ୍ଟର ଖେଳାଯାଇଥିବା ଅନ୍ତିମ ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ଦିଆଯାଇଥିଲା। ଏହି ଦୁଇଟି ମ୍ୟାଚରେ ବେଶ  ଦମଦାର ଫାଇଦା ଉଠାଇଥିଲେ ବ୍ରଡ଼। 

    ଟେଷ୍ଟ କ୍ରିକେଟରେ ୫ ଶହ ୱିକେଟ୍ ନେବା ଏକ ବଡ଼ ସଫଳତାରେ ପରିଗଣିତ ହୋଇଥାଏ | ଏହି କ୍ଲବରେ ବିଶ୍ୱର ପ୍ରମୁଖ ୬ ଜଣ ବୋଲର ହିଁ ସାମିଲ ରହିଛନ୍ତି। ଶ୍ରୀଲଙ୍କାର ମୁଥୈୟା ମୁରଲିଧରନ ସର୍ବାଧିକ ୮୦୦ ଓ୍ୱିକେଟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆର ସେନ ଓ୍ୱାର୍ଣ୍ଣ ୭୦୮ଟି ଓ୍ୱିକେଟ, ଭାରତର ଅନୀଲ କୁମ୍ବଲେ ୬୧୯, ଇଂଲଣ୍ଡର ଜେମସ ଆଣ୍ଡରସନ ୫୮୯ଟି ଓ୍ୱିକେଟ, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ୫୬୩ଟି ଓ୍ୱିକେଟ ଓ କର୍ଟନୀ ଓ୍ୱାଲସ ୫୧୯ଟି ଓ୍ୱିକେଟ ହାସଲ କରିଛନ୍ତି। 

    ତେବେ ଅଭିଜ୍ଞ ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଶଂସା କରି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଆର୍ଥଟନ କହିଛନ୍ତି କି, ଷ୍ଟୁଆର୍ଟ ଜଣେ ଅଭିଜ୍ଞ ତଥା ଚାମ୍ପିଅନ ଖେଳାଳି। ତାଙ୍କ ନିକଟରେ ୬ ଶହ ଓ୍ୱିକେଟ ନେବାର କ୍ଷମତା ରହିଛି। ଷ୍ଟୁଆର୍ଟ ବ୍ରଡ଼ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି। ୩ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ତାଙ୍କୁ ବାଦ ଦିଆଯାଇଥିଲା। ଅବଶିଷ୍ଟ ଦୁଇଟି ମ୍ୟାଚରେ ବେଶ ଦମଦାର ପ୍ରଦର୍ଶନ କରିଥିଲେ। 

    Add Zee News as a Preferred Source
    TAGS:
    Stuart Broad
    cricketer
    England