ଗ୍ରୀଷ୍ମ ପ୍ରବାହ କାରଣରୁ ଅସ୍ତବ୍ୟସ୍ତ ଜନଜୀବନ; ବାଉଁଶ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha1166595

ଗ୍ରୀଷ୍ମ ପ୍ରବାହ କାରଣରୁ ଅସ୍ତବ୍ୟସ୍ତ ଜନଜୀବନ; ବାଉଁଶ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଖୁବ ଶୀଘ୍ର ପକ୍କା ସ୍କୁଲ ଘର ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇ ଆସୁଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି।

ଗ୍ରୀଷ୍ମ ପ୍ରବାହ କାରଣରୁ ଅସ୍ତବ୍ୟସ୍ତ ଜନଜୀବନ; ବାଉଁଶ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

Heatwave:ବର୍ତ୍ତମାନ ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ଖରାତାତି ବଢିବା କାରଣରୁ ପ୍ରଭାବିତ ହୋଇଛି ସାଧାରଣ ଜୀବନ ଯାତ୍ରା। ବର୍ତ୍ତମାନ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରେ ଜାରି ରହିଛି ଭୀଷଣ ଗରମ। ଖରା ତାତିର ସର୍ବାଧିକ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଛି। ମାତ୍ର ବର୍ତ୍ତମାନ ଆସିଥିବା ଏକ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାଉଁଶ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାକାର ତାପମାତ୍ରା ୪୧ ଡିଗ୍ରୀ ରହିଥିବା ବେଳେ ଖୋଲା ମେଲାରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଜିଲ୍ଲାରେ ଏଭଳି ଏକ ବିଦ୍ୟାଳୟ ୨୦୧୪ ରୁ ଚାଲିଆସୁଛି। ଖରା କିମ୍ବା ବର୍ଷା  ଅଥବା ଶୀତ ସମୟରେ ଏପରି ଖୋଲା ସ୍ଥାନରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଖୁବ ଶୀଘ୍ର ପକ୍କା ସ୍କୁଲ ଘର ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇ ଆସୁଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ବିଗତ ୮ ବର୍ଷ ଧରି ଏଭଳି ଖୋଲା ମେଲାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।  

ମାଲଦା ଜିଲ୍ଲାର ମାଣିକଚୌକ ବ୍ଲକ ଅଧିନସ୍ଥ କିଶନଟୋଲା ପ୍ରାଥମିକ ବିଦ୍ୟାଳୟର କୋଠା ଗତ ୨୦୧୪ ରେ ଗଙ୍ଗା ନଦୀରେ ଧୋଇଯାଇଥିଲା। ସେବେଠାରୁ ଏପରି ସ୍ଥିତି ଲାଗି ରହିଛି। ସେବେଠାରୁ ବିଦ୍ୟାଳୟ ଲାଗି ନୁଆ କୋଠାଘର ନିର୍ମାଣ ହୋଇ ପାରୁନାହିଁ। ଏନେଇ ବାହାନା ଦିଆଯାଇ କୁହାଯାଉଛି ବିଦ୍ୟାଳୟ ଘର ନିର୍ମାଣ ପାଇଁ ଜାଗା ନାହିଁ। କାରଣ ଏହି ଅଞ୍ଚଳ ନଦୀ କୂଳରେ ଅବସ୍ଥିତ। ଏଠାରେ  ବନ୍ୟା ପରିସ୍ଥିତିର ସମ୍ଭାବନା ଥିବାରୁ ବିଦ୍ୟାଳୟ ଲାଗି ନୂଆ କୋଠାଘର ନିର୍ମାଣ ହୋଇପାରିବ ନାହିଁ।      

ଗତ ୨୦୧୭ ସେପ୍ଟମ୍ବରରେ ଲାଲୁ ମଣ୍ଡଳ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ବିଦ୍ୟାଳୟ ନିର୍ମାଣ ଲାଗି ଜମି ଦାନ କରିଥିଲେ ମଧ୍ୟ ନୂତନ କୋଠାଘର ନିର୍ମାଣ ହୋଇପାରି ନାହିଁ। ଯେଉଁ କାରଣରୁ ଛାତ୍ରଛାତ୍ରୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଖୋଲାମେଲାରେ ବାଉଁଶ ଗଛ ତଳେ ପାଠ ପଢିବାକୁ ବାଧ୍ୟ ହୋଇଛନ୍ତି ଛାତ୍ରଛାତ୍ରୀ। 

ଏହି ବିଦ୍ୟାଳୟରେ ୬୮ ଛାତ୍ରଛାତ୍ରୀ ଏବଂ ୩ ଶିକ୍ଷକ ଅଛନ୍ତି। ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମାଣିକଚୌକ ବିଧାୟକ ସାବିତ୍ରୀ ମିତ୍ର କହିଛନ୍ତି ଯେ ଦାନ କାରଯାଇଥିବା ଜମି ଯଦିଓ ବହୁତ ଲମ୍ବା ମାତ୍ର ସ୍କୁଲ ଇନସପେକ୍ଟର ଏଠାରେ ବିଦ୍ୟାଳୟ ଲାଗି ନୂଆ କୋଠା ଘର ନିର୍ମାଣ କରିବାକୁ ଅନୁମତି ଦେଇନାହାଁନ୍ତି। ଖୁବଶୀଘ୍ର ପ୍ରଶାସନ ସହଖ କଥା ହେବା ପରେ ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଧାୟକ।     

ଅନ୍ୟପଟେ  କିଶନଟୋଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ମଣ୍ଡଳ କହିଛନ୍ତି ଦାନ କରାଯାଇଥିବାର ଜମିର ଚଉଡା କମ ହୋଇଥିବାରୁ ଏଠାରେ ବିଦ୍ୟାଳୟ ନିର୍ମାଣ କରିବା ସମ୍ଭବ ନୁହେଁ। ସରକାର ଏହି ଦିଗରେ ଉଦାସୀନ ଅଛନ୍ତି। ଏଠାକାର ଲୋକଙ୍କ ଏତେ ସାମର୍ଥ୍ୟ ନାହିଁ ଯେ ସେମାନେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ଲାଗି ନାଁ ଜମି କିଣିପାରିବେ ନା ବିକି ପାରିବେ। ରାଜ୍ୟ ସରକାରଙ୍କ ପାଖରେ ଜମି କିଣିବା ଲାଗି ଅଧିକାର ନାହିଁ। ଏହି କାରଣରୁ ଛାତ୍ରଛାତ୍ରୀଙ୍କୁ ଖୋଲାମେଲାରେ ବସାଇ ପାଠ ପଢାଇବାକୁ ପଡୁଛି।