ଜ୍ଞାନବାପି ମସଜିଦକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1183046

ଜ୍ଞାନବାପି ମସଜିଦକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ଜାଣନ୍ତୁ କ'ଣ କହିଲେ

Gyanvapi Mosque Case: ଜ୍ଞାନବାପି ମସଜିଦରେ ସର୍ଭେକୁ ନେଇ ବାରାଣାସୀ କୋର୍ଟର ନିଷ୍ପତ୍ତି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାର ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ଏବଂ ଏହା ଉପରେ ଆଗାମୀ ଦିନରେ ଶୁଣାଣି ହେବ ।

 (ଫାଇଲ ଫଟୋ)

Supreme Court on Gyanvapi masjid: ଜ୍ଞାନବାପି ମସଜିଦରେ ସର୍ଭେକୁ ନେଇ ବାରାଣାସୀ କୋର୍ଟର (Varanasi Court) ନିଷ୍ପତ୍ତି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାର ଦାବିକୁ ସୁପ୍ରିମକୋର୍ଟ (Supreme Court) ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ଏବଂ ଏହା ପରେ ଶୁଣାଣି ହେବ । ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି (Anjuman Intezamia Masjid Committee) ତରଫରୁ ଦାଖଲ ହୋଇଥିବା ଆବେଦନ ସମ୍ପର୍କରେ ପ୍ରଧାନ ବିଚାରପତି ଏନ.ଭି ରମଣା (N V Ramana) କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମ ପାଖରେ କୌଣସି ସୂଚନା ନାହିଁ । ତେବେ ଆମେ କିପରି ତୁରନ୍ତ ଏହା ଉପରେ ଏକ ଅର୍ଡର ଦେଇପାରିବୁ । ଆମେ ଏହି ବିଷୟ ତାଲିକାଭୁକ୍ତ କରିପାରିବୁ । ପ୍ରଧାନ ବିଚାରପତି କହିଛନ୍ତି ଯେ ଆମେ ଏହି ମାମଲା ସହ ଜଡିତ ଫାଇଲ ପଢିନାହୁଁ । ଏହା ଉପରେ ଅଧ୍ୟୟନ ପରେ ହିଁ ଏକ ଆଦେଶ ଦିଆଯାଇହେବ ।

ଇନ୍ତଜାମିଆ କମିଟିରେ ହାଜର ହୋଇଥିବା ଆଡଭୋକେଟ୍ ହୁଜେଫା ଅହମ୍ମଦ ବାରାଣାସୀ କୋର୍ଟର ନିଷ୍ପତ୍ତିକୁ ତୁରନ୍ତ ସ୍ଥଗିତ ରଖିବାକୁ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି, ଯେଉଁଥିରେ ଗୁରୁବାର ଦିନ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି । ସର୍ଭେ ପ୍ରକ୍ରିୟା ଶେଷ କରିବାକୁ ଏବଂ ମେ' ୧୭ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଜ୍ଞାନବାପି ମସଜିଦ ଭିତରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ମୂର୍ତ୍ତି ରହିଛି । ଏହା ବ୍ୟତୀତ ପ୍ରତିଦିନ ଶୃଙ୍ଗାର ଗୌରୀ ପୂଜା କରିବାକୁ ଅନୁମତି ଦେବାକୁ ମଧ୍ୟ ଦାବି କରାଯାଇଛି । ଏହା ଉପରେ କୋର୍ଟ ସର୍ଭେ ଏବଂ ଭିଡିଓଗ୍ରାଫି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ ସର୍ଭେରେ ମିଳିଥିବା ପ୍ରମାଣର ରିପୋର୍ଟ ମେ' ୧୭ ରେ କୋର୍ଟରେ ଉପସ୍ଥାପିତ ହେବା ଉଚିତ୍ ।

ଅହମ୍ମଦ କୋର୍ଟରେ କହିଛନ୍ତି ଯେ ବାରାଣାସୀର ସମ୍ପତ୍ତି ସମ୍ପର୍କରେ ସର୍ଭେ ନିର୍ଦ୍ଦେଶ ଦିଆଯାଇଛି । ଏହି ସମ୍ପତ୍ତି ଉପାସନା ସ୍ଥାନ ଅଧୀନରେ ଆସେ । ଏହାର ସର୍ଭେ ପାଇଁ କୋର୍ଟ ଏକ କମିଶନର୍ ନିଯୁକ୍ତ କରିଛନ୍ତି । ଦୀର୍ଘ ଦିନ ଧରି ଏହା ଏକ ମସଜିଦ ହୋଇଆସୁଛି । ତୁରନ୍ତ ଏହି ଆଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ସୁପ୍ରିମକୋର୍ଟଙ୍କ ପାଖରେ ଦାବି କରିଛନ୍ତି, କିନ୍ତୁ ପ୍ରଧାନ ବିଚାରପତିଙ୍କ ବେଞ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଛି । CJI କହିଛି, 'ଆମେ ଏପର୍ଯ୍ୟନ୍ତ ଡକ୍ୟୁମେଣ୍ଟ୍ ଦେଖିନାହୁଁ । କଥା କ’ଣ ତାହା ମଧ୍ୟ ଆମେ ଜାଣିନାହୁଁ । ମୁଁ କିଛି ଜାଣେ ନାହିଁ, ତେଣୁ ମୁଁ କିପରି କୌଣସି ଅର୍ଡର ପାସ୍ କରିପାରିବି । ମୁଁ ପଢ଼ିବି ଏବଂ ତା’ପରେ ଏକ ଅର୍ଡର ଦେବି । ଅପେକ୍ଷା କର ।'

କହି ରଖୁଛୁ ଯେ ୫ ଜଣ ହିନ୍ଦୁ ମହିଳାମାନଙ୍କ ଦ୍ୱାରା ଏକ ଆବେଦନ କରାଯାଇଥିଲା, ଯାହାର ଶୁଣାଣି କରି ଗତ ମାସରେ ବାରାଣାସୀ କୋର୍ଟ ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସର୍ଭେ ପାଇଁ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ତାଙ୍କ ନାମରେ ନିଯୁକ୍ତ କରାଯାଇଥିଲା । ତାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷରୁ ଏକ ଆବେଦନ କରାଯାଇଥିଲା, ଯାହା କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ସେ ଅନ୍ୟ ଜଣେ କୋର୍ଟ କମିଶନରଙ୍କ ନିଯୁକ୍ତିକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତାଙ୍କୁ ମେ' ମାସ ୧୭ ସୁଦ୍ଧା ସର୍ଭେ ଶେଷ କରିବାକୁ ଏବଂ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ଏହା ବି ପଢ଼ନ୍ତୁ: ରାଷ୍ଟ୍ରପତି ନିର୍ବାଚନ: ମଜଭୁତ ହେଉଛି NDA, ବିରୋଧୀଙ୍କୁ ଝଟକା; ନବୀନଙ୍କ ଉପରେ ସମସ୍ତଙ୍କ ନଜର