ସାରା ଦେଶରେ କୋଭିଡ ଟେଷ୍ଟର ମୂଲ୍ୟ ସମାନ ହେବା ଉଚିତ: ସୁପ୍ରିମକୋର୍ଟ
Advertisement

ସାରା ଦେଶରେ କୋଭିଡ ଟେଷ୍ଟର ମୂଲ୍ୟ ସମାନ ହେବା ଉଚିତ: ସୁପ୍ରିମକୋର୍ଟ

କୋଭିଡ-19ର ଚିକିତ୍ସା ଓ ଡାକ୍ତରଖାନାରେ କୋରୋନା ସଂକ୍ରମିତ ମୃତଦେହଗୁଡିକ ସହ ଖରାପ ବ୍ୟବହାର କରିବା ମାମଲାରେ କୋର୍ଟରେ ଶୁଣାଣି ମଧ୍ୟ କରାଯାଇଛି । ଅଦାଲତ ଏହି ମାମଲାର ସୁ-ମୋଟୁ କଗ୍ନିଜେସନ୍ ନେଇଛନ୍ତି । ଏହାର ଶୁଣାଣି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏମଆର ଶାହାଙ୍କ ପୀଠ କରୁଛନ୍ତି ।

ସାରା ଦେଶରେ କୋଭିଡ ଟେଷ୍ଟର ମୂଲ୍ୟ ସମାନ ହେବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭାଇରସ ପରୀକ୍ଷଣର ଭିନ୍ନ ଭିନ୍ନ ମୂଲ୍ୟ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଭିଡ-19 ପରୀକ୍ଷଣର ମୂଲ୍ୟ ସମଗ୍ର ଦେଶରେ ଏକ ହେବା ଉଚିତ । କେଉଁଠି ପରୀକ୍ଷା ପାଇଁ ୨୨୦୦ ଟଙ୍କା ନିଆଯାଉଛି ତ କେଉଁଠି ୪୫୦୦ ଟଙ୍କା ଆଦାୟ କରାଯାଉଛି । ଏହା ହେବା ଉଚିତ୍ ନୁହେଁ । ଜଷ୍ଟିସ ଅଶୋକ ଭୂଷଣ ମଧ୍ୟ ଏହି ମାମଲାର ଶୁଣାଣି କରୁଛନ୍ତି । ଶୁଣାଣି ସମୟରେ ଜଷ୍ଟିସ ଭୂଷଣ କହିଛନ୍ତି ଯେ, କୋଭିଡ ପରୀକ୍ଷା ପାଇଁ ଉପଯୁକ୍ତ ଦର ସ୍ଥିର କରାଯିବା ଉଚିତ । ଏହି ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଏକ ରୂପ ହେବା ଉଚିତ୍ ।

କୋଭିଡ-19ର ଚିକିତ୍ସା ଓ ଡାକ୍ତରଖାନାରେ କୋରୋନା ସଂକ୍ରମିତ ମୃତଦେହଗୁଡିକ ସହ ଖରାପ ବ୍ୟବହାର କରିବା ମାମଲାରେ କୋର୍ଟରେ ଶୁଣାଣି ମଧ୍ୟ କରାଯାଇଛି । ଅଦାଲତ ଏହି ମାମଲାର ସୁ-ମୋଟୁ କଗ୍ନିଜେସନ୍ ନେଇଛନ୍ତି । ଏହାର ଶୁଣାଣି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏମଆର ଶାହାଙ୍କ ପୀଠ କରୁଛନ୍ତି ।

ସୁପ୍ରିମକୋର୍ଟ ଏହି ଶୁଣାଣିରେ କହିଛନ୍ତି ଯେ, ବିଶେଷଜ୍ଞ ଦଳ ଡାକ୍ତରଖାନା ପରିଦର୍ଶନ କରିବା ଉଚିତ । ସେଠାରେ ଆବଶ୍ୟକ ପଦକ୍ଷେପ ନେବାକୁ ପଦକ୍ଷେପ ନିଆଯିବା ଉଚିତ । ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ, ରୋଗୀଙ୍କ ଦେଖାଶୁଣା ଓ ମୃତଦେହକୁ ସମ୍ଭାଳିବାରେ ହେଉଥିବା କମିକୁ ଦୂର କରାଯାଉ । ସମସ୍ତ ୱାର୍ଡରେ ସିସିଟିଭି କ୍ୟାମେରା ଲଗାଯିବା ଉଚିତ ।