Survey: ଆଗାମୀ ନିର୍ବାଚନରେ ବିଜେପି ପାଇଁ କଣ୍ଟା ସାଜିବେ କଂଗ୍ରେସ, ଆପ
Advertisement
Article Detail0/zeeodisha/odisha1451266

Survey: ଆଗାମୀ ନିର୍ବାଚନରେ ବିଜେପି ପାଇଁ କଣ୍ଟା ସାଜିବେ କଂଗ୍ରେସ, ଆପ

ଗୁଜରାଟର ସମସ୍ତ ୧୮୨ ଆସନରେ ଆସନ୍ତା ୧ ଓ ୫ ଡିସେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବ। ଫଳାଫଳ ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। 

Survey: ଆଗାମୀ ନିର୍ବାଚନରେ ବିଜେପି ପାଇଁ କଣ୍ଟା ସାଜିବେ କଂଗ୍ରେସ, ଆପ

Survey: ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାକୁ ଆଉ ୧୦ ଦିନରୁ କମ ସମୟ ରହି ଯାଇଛି। ଗୋଟିଏ ପଟେ ମୋଦି ଘନଘନ ଶୋଭାଯାତ୍ରା କରୁଥିବା ବେଳେ ଅନ୍ୟ ପଟେ ରାହୁଲ ଗାନ୍ଧୀ ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି। ନିର୍ବାଚନକୁ ତ୍ରିକୋଣୀୟର ରୂପରେଖ ଦେବାକୁ ଅରବିନ୍ଦ କେଜରିଓ୍ୱାଲ ଲଗାତାର ରାଲି, ଶୋଭାଯାତ୍ରାର ଆୟୋଜନ ମଧ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ କେବଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେଉଥିବା ଦେଖିବାକୁ ମିଳିଥିଲା। ୧୯୯୫ରେ କଂଗ୍ରେସ ସତ୍ତା ହରାଇବା ପରେ ଗୁଜରାଟ ବର୍ତ୍ତମାନ ବିଜେପି ନିୟନ୍ତ୍ରଣରେ ରହିଛି। 

ଗୁଜରାଟର ସମସ୍ତ ୧୮୨ ଆସନରେ ଆସନ୍ତା ୧ ଓ ୫ ଡିସେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବ। ଫଳାଫଳ ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ବିଜେପି ପାଇଁ ସମସ୍ୟା ସୃଷ୍ଚି ହେବାରେ ଲାଗିଛି। କାରଣ ୨୦୦୨ ମସିହାରେ ଦଳ ୧୨୭ଟି ଆସନରେ ଜିତିଥିଲା। ସେହିପରି ଏହି ଆସନରେ ହ୍ରାସ ପାଇ ୨୦୦୭ରେ ୧୧୭ଟି, ୨୦୧୨ରେ ୧୧୫ ଓ ୨୦୧୭ରେ ୯୯ଟି ଆସନରେ ବିଜୟ ଲାଭ କରିଥିଲା। ଗତ ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନରେ ବେଶ ଉନ୍ନତ ଆସିଥିଲା।   

ଗୁଜରାଟ ରାଜନୀତି ଉପରେ ବରିଷ୍ଠ ରାଜନୀତି ବିଶେଷଜ୍ଞ ଆରକେ ମିଶ୍ରା କହିଛନ୍ତି କି ବିଜେପି ଚଳିତ ଥର ଏକ ସଂକଟମୟ ପରିସ୍ଥିତିର ସାମ୍ନା କରିପାରେ। ସେ କହିଥିଲେ କି ରାଜ୍ୟ ବିଜେପି  ମୁଖିଆଙ୍କ ବିରୋଧରେ ବିରୋଧାଭାଷ ତେଜିବାରେ ଲାଗିଛି। ରାଜ୍ୟରେ ଦଳ ଅପେକ୍ଷା ମୋଦିଙ୍କ ଭାବମୂର୍ତ୍ତି ଉପରେ ନିର୍ବାଚନ ଲଢୁଛି ବିଜେପି। ରାଜ୍ୟରେ ଦଳ କିଛି ନୁହେଁ ବରଂ ନରେନ୍ଦ୍ର ମୋଦି ହିଁ ସବୁକିଛି । ଅର୍ଥାତ ନରେନ୍ଦ୍ର ମୋଦି ହିଁ ବିଜେପି ଆଉ ନରେନ୍ଦ୍ର ମୋଦି ହିଁ ସରକାର। ଗୁଜରାଟ ନିର୍ବାଚନରେ ତାଙ୍କ ନାଁରେ ନିର୍ବାଚନ ଲଢାଯାଉଛି। ସେ ନିଜେ ମଧ୍ୟ ଲୋକଙ୍କୁ କହୁଛନ୍ତି କି ମୋତେ ଦେଖନ୍ତୁ, ମୋ କାମକୁ ଦେଖନ୍ତୁ ଏବଂ ଭୋଟ ଦିଅନ୍ତୁ। ମୋଦି ଗୁଜରାଟରେ ଅସ୍ମିତାର ଚିହ୍ନ ଭାବେ ରହିଛନ୍ତି। 

ଶ୍ରୀ ମିଶ୍ର ଆହୁରି ମଦ୍ୟ କହିଛନ୍ତି କି ମୋଦି ଗୁଜରାଟ ନିର୍ବାଚନରେ ହାରିବା ଭଳି ସ୍ଥିତିରେ ରହିଛନ୍ତି। ଏଭଳି ପରିସ୍ଥିତି ଯଦି ହେବ ତେବେ ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ଏକ ବଡ଼ ବାର୍ତ୍ତା ଦେଶକୁ ଯିବ। ଏପରିକି ଆଗାମୀ ନିର୍ବାଚନରେ ବିଜେପି ପାଇଁ ମଧ୍ୟ ଏକ ବଡ଼ ସମସ୍ୟା ସୃଷ୍ଚି ହୋଇପାରେ। ସେ ଆହୁରି ମଧ୍ୟ କହିଥିଲେ କି ବିଜେପି ଗୁଜରାଟରେ ୨୦୧୭ ମସିହାରେ ଯଦି ବିଜେପି ଖରାପ ପ୍ରଦର୍ଶନ କରୁଛି ତେବେ କଂଗ୍ରେସ ପାଇଁ ତାହା ଆଶ୍ୱସ୍ତିକର ସୂଚନା ସାବ୍ୟସ୍ତ ହେବ। ୨୦୧୭ରେ ଜିତିକରି ଆସିଥିବା କଂଗ୍ରେସର ୧୧ ବିଧାୟକ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇଥିଲେ ବୋଲି ସେ କହିଥିଲେ। ଶ୍ରୀ ମିଶ୍ରା ଆହୁରି ମଧ୍ୟ କହିଛି କି ବିଜେପି ବିନା ବହୁମତ ହାସଲ କରି ମଧ୍ୟ ଅନେକ ରାଜ୍ୟରେ ସରକାର ଗଢିଛି। 

ଏହି ନିର୍ବାଚନ ପ୍ରଚାର ଆରମ୍ଭରୁ ଆପ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଥିଲା। ଏହାର ପ୍ରଭାବରେ କଂଗ୍ରେସ ଭୋଟବ୍ୟାଙ୍କକୁ ହାତେଇବା ନେଇ ମଧ୍ୟ ଯୋଜନା କରିଥିଲା ଆପ। ଯେତେବେଳେ  ନିର୍ବାଚନୀ ପାଣିପାଗ ଆପ ସପକ୍ଷରେ ଯିବା ଆରମ୍ଭ କରିଥିଲା ସେତେବେଳେ ମୋଦିଙ୍କୁ ନିର୍ବାଚନ ପ୍ରଚାରକୁ ଓହ୍ଲାଇବାକୁ ବାଧ୍ୟ କରିଥିଲା ବିଜେପି। ଆପର ମାଗଣା ନୀତି ଲୋକମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା। କେଜରିଓ୍ୱାଲ ଗୁଜରାଟବାସୀଙ୍କୁ ଏକାଧିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଏହା ମଧ୍ୟରେ ମାଗଣା ବିଜୁଳି, ବେରୋଜଗାରୀ ଭତ୍ତା, ୧୦ ଲକ୍ଷ ନିଯୁକ୍ତି ଆଦି ଦେବାକୁ ପ୍ରତିଶୃତି ଦେଇଛନ୍ତି। 

ଅଙ୍କ କହୁଛି କି ବିଜେପି ବିଗତ ନିର୍ବାଚନରେ ୧.୪୯ କୋଟି ଭୋଟ ପାଇଥିଲା। ଯାହା ମୋଟ ଭୋଟର ୪୯ ପ୍ରତିଶତ। ଏହି ସମୟରେ କଂଗ୍ରେସ ପାଇଥିଲା ୧.୨୪ କୋଟି ଭୋଟ ଯାହା ୪୧.୪ ପ୍ରତିଶତ ରହିଥିଲା। ତେବେ ଆଗାମୀ ନିର୍ବାଚନରେ ମୋଟ ୨.୪ କୋଟି ଭୋଟ ପାଇବାକୁ ଲକ୍ଷ୍ୟ ରଖିଛି। ଏହା ସହିତ ବିଜେପି ଆମ ଆଦମୀ ପାର୍ଟି ୨୪ ପ୍ରତିଶତ ଭୋଟ ହାସଲ କରିବାକୁ ନଜର ରଖିଛି। 

ଅହମଦାବାଦର ସାମ୍ବାଦିକ ଅଶୋକ ଶ୍ରୀମାଲିଙ୍କ କହିବା କଥା ଆପ କୁ ରାଜ୍ୟରେ ୩୫ ପ୍ରତିଶତ ଆସନ ମିଳିବାର ସମ୍ଭାବନା ରହିଛି। ସେହିପରି ମନୀଶି ଜାନି କହିଛନ୍ତି କି ରାଜ୍ୟର ସହର ଓ ମଧ୍ୟ ସହର ଅଞ୍ଚଳରେ ମିଡ଼ିଲ କ୍ଲାସ ଲୋକଙ୍କୁ କେଜରିଓ୍ୱାଲଙ୍କୁ ଲୋଭନୀୟ ଅଫର ଦେଖାଇଛନ୍ତି କାରଣ ଲୋକଙ୍କୁ ମହଙ୍ଗା ମାଡ଼, ବେରୋଜଗାର ଓ ଦରବୃଦ୍ଧିକୁ ନେଇ ଲୋକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି।