SUSHANTA SINGH RAJPUT Death Case: ସିବିଆଇକୁ ଗଲା ସୁଶାନ୍ତ ମୃତ୍ୟୁ ମାମଲା, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
Advertisement

SUSHANTA SINGH RAJPUT Death Case: ସିବିଆଇକୁ ଗଲା ସୁଶାନ୍ତ ମୃତ୍ୟୁ ମାମଲା, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

SUSHANTA SINGH RAJPUT Death Case: ବହୁ ଚର୍ଚ୍ଚିତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏଣିକି ସିବିଆଇ କରିବ।

SUSHANTA SINGH RAJPUT Death Case: ସିବିଆଇକୁ ଗଲା ସୁଶାନ୍ତ ମୃତ୍ୟୁ ମାମଲା, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: SUSHANTA SINGH RAJPUT Death Case: ବହୁ ଚର୍ଚ୍ଚିତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏଣିକି ସିବିଆଇ କରିବ। ବିହାର ସରକାର ଓ ସୁଶାନ୍ତଙ୍କ ପରିବାର ସପକ୍ଷରେ ରାୟ ଶୁଣାଇ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଦିନ ୧୧ଟାରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ରାୟ ଦେବା ସହିତ ମୁମ୍ବାଇ ପୋଲିସକୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। 

ଏଠାରେ କହି ରଖୁଛୁ ଯେ ବିହାର ସରକାର ପୂର୍ବରୁ ପାଟନାରେ ରୁଜୁ ହୋଇଥିବା ଏକ ଏପଆଇଆର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିସାରିଛି। ତେବେ ଏହାକୁ ବିରୋଧ କରି ମହାରାଷ୍ଟ୍ର ସରକାର ସିବିଆଇକୁ ତଦନ୍ତ ଭାର ଦେବାକୁ ବିରୋଧ କରି ଆସୁଛି। ତେବେ ମହାରାଷ୍ଟ୍ର ସରକାରଙ୍କ ଦଲିଲ ଅନୁଯାୟୀ ମୁମ୍ବାଇ ପୋଲିସ ହିଁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ। ଏହି ମାମଲାରେ ୫୬ ଜଣ ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଛି। ଏହି ମାମଲା ମୁମ୍ବାଇ ପୋଲିସ ଅଧିନରେ ରହିଛି। କାରଣ ଏହି ଘଟଣା ଯେହେତୁ ମୁମ୍ବାଇରେ ଘଟିଛି ବୋଲି ମୁମ୍ବାଇ ପୋଲିସ ଦର୍ଶାଇଥିଲା। ମୁମ୍ବାଇ ସରକାର ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, ମୃତକ, ପୀଡ଼ିତ ଓ ସାକ୍ଷୀ ପ୍ରମାଣ ଯେହେତୁ ସମସ୍ତେ ମୁମ୍ବାଇର ସେଥିପାଇଁ ମୁମ୍ବାଇ ପୋଲିସ ହିଁ କରିବ ବୋଲି ମହାରାଷ୍ଟ୍ର ସରକାର ଯୁକ୍ତି ବାଢିଥିଲେ। 

ସେପଟେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ସୁଶାନ୍ତଙ୍କ ବାପା କେକେ ସିଂ ପାଟନାରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାକୁ ଆଧାର କରି ତଦନ୍ତ ପାଇଁ ମହାରାଷ୍ଟ୍ର ପୋଲିସ ବିହାର ପୋଲିସକୁ ସହଯୋଗ କରିବା ପରିବର୍ତ୍ତେ ହଇରାଣ କରିଥିଲେ। ବିହାର ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ। ପରେ ଏନେଇ ସୁପ୍ରିମକୋର୍ଟ ଯାଇଥିଲେ ଉଭୟ ମହାରାଷ୍ଟ୍ ଓ ବିହାର ସରକାର। ଆଜି ସୁପ୍ରିମ କୋର୍ଟ ବିହାର ଓ ସୁଶାନ୍ତ ସିଂ ରାଜପୁତଙ୍କ ବାପାଙ୍କୁ ସମର୍ଥନ ଜଣାଇ ରାୟ ଶୁଣାଇଛନ୍ତି। 

ପୂର୍ବରୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିୟା ଚକ୍ରବର୍ତ୍ତିଙ୍କୁ ବାରମ୍ବାର ଜେରା କରିସାରିଛନ୍ତି। ରିୟାଙ୍କ ସହିତ ତାଙ୍କ ଭାଇଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଦେଇଥିଲେ। ତେବେ ତଦନ୍ତରେ ମୁମ୍ବାଇ ପୋଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କୁ ମଧ୍ୟ ସହଯୋଗ କରୁନଥିବା ନେଇ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା।