Nandigram Seat: ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ TMC କର୍ମୀଙ୍କ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମହିଳା ସାମ୍ବାଦିକ
Advertisement
Article Detail0/zeeodisha/odisha876418

Nandigram Seat: ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ TMC କର୍ମୀଙ୍କ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମହିଳା ସାମ୍ବାଦିକ

କିଛି ସମୟ ତଳେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି଼ ଉପରକୁ ହଠାତ୍ ଆକ୍ରମଣ କରାଯାଇଥିଲା । ପଥର ପଡ଼ିବା ଦ୍ୱାରା ତାଙ୍କ ଗାଡ଼ି କାଚ ଭାଙ୍ଗିଯିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ।

Nandigram  Seat:  ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ TMC କର୍ମୀଙ୍କ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ମହିଳା ସାମ୍ବାଦିକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ଆଜି ଅନୁଷ୍ଠିତ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନ (Nandigram Asseembly Constituecy) ଭୋଟ ଗ୍ରହଣ ଚାଲିଛି । ହେଲେ ଏହାରି ମଧ୍ୟରେ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣ ଟିଏମସି କର୍ମୀ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, କିଛି ସମୟ ତଳେ ଶୁଭେନ୍ଦୁ ଅଧିକାରୀ (Suvendu Adhikari ) ଙ୍କ ଗାଡି଼ ଉପରକୁ ହଠାତ୍ ଆକ୍ରମଣ କରାଯାଇଥିଲା । ପଥର ପଡ଼ିବା ଦ୍ୱାରା ତାଙ୍କ ଗାଡ଼ି କାଚ ଭାଙ୍ଗିଯିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ସେପଟେ ଘଟଣା ସ୍ଥଳରେ ଉପସ୍ଥିତ ଥିବା  ଖବର ସରବରାହ ସଂସ୍ଥା (Zee Media) ର ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି (Journalist) ଉପରେ ବି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏଥିରେ ଟିଏମସି କର୍ମୀଙ୍କ ଆକ୍ରମଣରୁ ବର୍ତ୍ତିଛନ୍ତି Zee Media ର ମହିଳା ସାମ୍ବାଦିକ ।

Also Read: ଦେଶରେ ତାଣ୍ଡବ କରୁଛି କୋରୋନା, ୬ ମାସ ପରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଇବା ପାଇଁ ନନ୍ଦିଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଚେକ୍ ପଏଣ୍ଟ (Check Point) ନିର୍ମାଣ କରାଯାଇଛି। ଏଠାରେ ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷା ବଳକୁ ନିୟୋଜିତ କରାଯାଇଛି। ଯାହା ଫଳରେ ମତଦାନ ଦିନ ହେବାକୁ ଥିବା ସାମ୍ଭାବ୍ୟ ଅଘଟଣା କିମ୍ବା ହିଂସାକାଣ୍ଡକୁ ଏଡାଯାଇ ପାରିବ। ତେବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ଉପରେ କେମିତି ଏହି ଆକ୍ରମଣ କରାଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।