ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?
ନୂତନ ତାଲିବାନ ସରକାରରେ ଦୁଇ ଜଣ ଉପପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।
କାବୁଲ: ଅନେକ ବାଦବିବାଦ, ହିଂସାକାଣ୍ଡ, ଗଣବିଦ୍ରୋହ, ଅସ୍ଥିରତା ଓ ଅନେକ ଦିନ ଧରି ଚାଲିଥିବା ଛକାପଞ୍ଝା ମଧ୍ୟରେ ଶେଷରେ ଆଫଗାନିସ୍ତାନରେ ସରକାର ଗଢିଛି ତାଲିବାନ। ଏନେଇ ସଙ୍ଗଠନ ପକ୍ଷରୁ କରାଯାଇଛି ଘୋଷଣା। ନବଗଠିତ ସରକାରରେ କାହାକୁ କେଉଁ ଦାୟିତ୍ୱ ମିଳିଛି ସେ ବାବଦରେ ଜଣାଇଛନ୍ତି ତାଲିବାନ ମୁଖପାତ୍ର।
ବିଗତ ୨୦ ବର୍ଷ ଧରି ଚାଲିଥିବା ଆତଙ୍କବାଦ ବିରୋଧି ଯୁଦ୍ଧ (Afghan War on Terror) ଶେଷ ହେବା ପରେ ଆଫଗାନିସ୍ତାନରେ (Afghanistan) ପୁନର୍ବାର ଗଠିତ ହୋଇଛି ତାଲିବାନ ସରକାର (Taliban Govt)। ଏହି ସରକାରରେ ମୁଲ୍ଲା ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ (Mullah Mohammad Hassan Akhund), ମୁଲ୍ଲା ବରାଦର (Mullah Abdul Ghani Baradar) ଉପ ପ୍ରଧାନମନ୍ତ୍ରୀ, ଅମିର ମୁକ୍ତାକି (Amir Muktaki) ବିଦେଶ ମନ୍ତ୍ରୀ, ସିରାଜୁଦ୍ଦୀନ ହକ୍କାନି (Sirajuddin Haqqani) ଗୃହମନ୍ତ୍ରୀ, ମୁଲ୍ଲା ୟାକୁବ (Mullah Yacub) ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ବାକି ମନ୍ତ୍ରୀଙ୍କ ନାମ ସଙ୍ଗଠନ ପକ୍ଷରୁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର (Taliban Spokeperson) ଜବୀଉଲ୍ଲାହ ମୁଜାହିଦ।
Also Read: Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?
ନୂତନ ତାଲିବାନ ସରକାରରେ ଦୁଇ ଜଣ ଉପପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ମୁଲ୍ଲା ବରାଦରଙ୍କ ସହ ମୁଲ୍ଲା ଅବଦୁଲ ସଲାମ ହମ୍ପୁଙ୍କୁ (Mullah Abdul Salam Hanfu) ମଧ୍ୟ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ମିଳିଛି। ଖୈରାଲହ ଖୈରଖ୍ୱାହଙ୍କୁ (Khairullah Khairkhwa) ସୂଚନା ମନ୍ତ୍ରୀ, ଅବଦୁଲ ହକିମ (Abdul Hakim) ନ୍ୟାୟ ମନ୍ତ୍ରୀ, ଶେର ଅବ୍ବାସ ସ୍ଟାନିକଜାଇ (Sher Abbas Stanikzai) ଉପବିଦେଶ ମନ୍ତ୍ରୀ, ଜବୀଉଲ୍ଲାହ ମୁଜାହିଦଙ୍କୁ (Zabiullah Mujahid) ଉପସୂଚନା ମନ୍ତ୍ରୀ, ଅମୀର ଖାନ ମୁତ୍ତାକି (Amir Khan Muttaki) ବିଦେଶ ମନ୍ତ୍ରୀ, ମୁଲ୍ଲା ହିଦାୟତ ବଦ୍ରୀଙ୍କୁ (Mullah Hidayat Badri) ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।
ନୂତନ ମନ୍ତ୍ରୀମଣ୍ଡଳ ଗଠନ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ତାଲିବାନ ମୁଖପାତ୍ର କହିଛନ୍ତି ଆମେ ଏକ ଭଲ ସରକାର ପାଇଁ ଚେଷ୍ଟା କରୁଛୁ। ଖୁବ ଶୀଘ୍ର ଅନ୍ୟ ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯିବ। ଆମ ସରକାର ଶୀଘ୍ର ଏବଂ ସଠିକ୍ ଉପାୟରେ କାର୍ଯ୍ୟ କରିବ। ଆମର ନୀତି ସ୍ୱଚ୍ଛ ରହିଛି।
ସରକାର ଗଠନରେ ପାକିସ୍ତାନର ଭୂମିକା ସମ୍ପର୍କରେ ପ୍ରତିକ୍ରିୟା ରଖି ତାଲିବାନ ମୁଖପାତ୍ର କହିଛନ୍ତି ସରକାର ଗଠନରେ ପାକିସ୍ତାନର ହାତ ରହିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଏକ ଗୁଜବ। ଏହାର କୌଣସି ସତ୍ୟତା ନାହିଁ। ଆମେ କୌଣସି ଦେଶର ହସ୍ତକ୍ଷେପକୁ ପ୍ରଶୟ ଦେବୁ ନାହିଁ। ଆମେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବୁ। ଆଫଗାନିସ୍ତାନର ସ୍ୱାଧିନତା ପାଇଁ ସଙ୍ଗଠନ ବଳିଦାନ ଦେଇଛି। ଅନ୍ୟ ଦେଶଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ସପକ୍ଷରେ ଆମେ ରହିଛୁ। ବର୍ତ୍ତମାନ ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟବାହକ ସରକାର ଏବଂ ଏହାର ମନ୍ତ୍ରୀମଣ୍ଡଳ ବାବଦରେ ଘୋଷଣା କରାଯାଇଥିବା କହିଛନ୍ତି ତାଲିବାନ ମୁଖପାତ୍ର।
Also Read: Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?
ଜାଣନ୍ତୁ ତାଲିବାନ ସରକାରରେ କାହାକୁ କେଉଁ ଦାୟିତ୍ୱ ମିଳିଛି...
ମୁଲ୍ଲା ହସନ ଅଖୁନ୍ଦ: ପ୍ରଧାନମନ୍ତ୍ରୀ
ମୁଲ୍ଲା ବରାଦର: ଉପ ପ୍ରଧାନମନ୍ତ୍ରୀ
ମୁଲ୍ଲା ଅବଦୁଲ ସଲାମ ହମ୍ପୁ: ଉପପ୍ରଧାନମନ୍ତ୍ରୀ
ଅମିର ମୁକ୍ତାକି: ବିଦେଶ ମନ୍ତ୍ରୀ
ସିରାଜୁଦ୍ଦୀନ ହକ୍କାନି: ଗୃହମନ୍ତ୍ରୀ
ମୁଲ୍ଲା ୟାକୁବ: ପ୍ରତିରକ୍ଷା ମନ୍ତ୍ରୀ
ଖୈରାଲହ ଖୈରଖ୍ୱାହ: ସୂଚନା ମନ୍ତ୍ରୀ
ଅବଦୁଲ ହକିମ: ନ୍ୟାୟ ମନ୍ତ୍ରୀ
ଶେର ଅବ୍ବାସ ସ୍ଟାନିକଜାଇ: ଉପବିଦେଶ ମନ୍ତ୍ରୀ
ଜବୀଉଲ୍ଲାହ ମୁଜାହିଦ: ଉପସୂଚନା ମନ୍ତ୍ରୀ
ଅମୀର ଖାନ ମୁତ୍ତାକି: ବିଦେଶ ମନ୍ତ୍ରୀ
ମୁଲ୍ଲା ହିଦାୟତ ବଦ୍ରୀ: ଅର୍ଥମନ୍ତ୍ରୀ