ମସଜିଦ ଆକ୍ରମଣର ବଦଲା ନେଲା Taliban; ମାଟିରେ ମିଶିଲା IS-K ଶିବିର
Advertisement
Article Detail0/zeeodisha/odisha1000183

ମସଜିଦ ଆକ୍ରମଣର ବଦଲା ନେଲା Taliban; ମାଟିରେ ମିଶିଲା IS-K ଶିବିର

କ୍ଷମତା ବିସ୍ତାର କରିବାକୁ ନେଇ ଆଫଗାନିସ୍ତାନ ମାଟିରେ ବିଭିନ୍ନ ଆତଙ୍କୀ ସଙ୍ଗଠନ ମଧ୍ୟରେ ଆରମ୍ଭ ହୋଇଯାଇଛି ଲଢେଇ। 

ମସଜିଦ ଆକ୍ରମଣର ବଦଲା ନେଲା Taliban; ମାଟିରେ ମିଶିଲା  IS-K ଶିବିର

କାବୁଲ: ଗତ ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅବସ୍ଥିତ ଇଦଗାହ ମସଜିଦ୍ ଠାରେ ହୋଇଥିବା ଆକ୍ରମଣର ବଦଲା ନେଇଛି ତାଲିବାନ। ଏହି ଆକ୍ରମଣରେ ତାଲିବାନ ସଙ୍ଗଠନର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଇସଲାମିକ ଷ୍ଟେଟ୍-ଖୋରାସାନ ଗୋଷ୍ଠୀର ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ କରାଯାଉଛି। 

କ୍ଷମତା ବିସ୍ତାର କରିବାକୁ ନେଇ ଆଫଗାନିସ୍ତାନ (Afghanistan) ମାଟିରେ ତାଲିବାନ ବିରୁଦ୍ଧରେ ଲଢେଇ ଆରମ୍ଭ  କରିଦେଇଛନ୍ତି ବିଭିନ୍ନ ଆତଙ୍କୀ ସଙ୍ଗଠନ। ଏହି ଆତଙ୍କୀ ଗୋଷ୍ଠୀଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ଇସଲାମିକ ଷ୍ଟେଟ୍-ଖୋରାସାନ (Islamic State-khorasan) ଆଇଏସ-କେ (IS-k)। ରବିବାର କାବୁଲ ସହରରେ (Kabul City) ଅବସ୍ଥିତ ଇଦଗାହା ମସଜିଦ (Eid Gah Mosque) ଠାରେ ପ୍ରାର୍ଥନା ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

Also Read: ମସଜିଦ ବାହାରେ ବିସ୍ଫୋରଣ; ୨ ମୃତ, ୪ ଆହତ

ବିରୋଧି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ହମଲାର ଜବାବ ଦେବାକୁ ଯାଇ  ଆଇଏସ-କେ ସହ ଜଡି଼ତ ଏକ ଶିବିରକୁ ଧ୍ୱଂସ କରିଦେଇଛି ତାଲିବାନ। ଏନେଇ ଖାମା ପ୍ରେସ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ରାଜଧାନୀର ଉତ୍ତର ଉପନଗର ପୋଲିସ ଜିଲ୍ଲାର ୧୭ ନମ୍ବର ଠାରେ ଏହି ଶିବିର ରହିଥିଲା।  

ବିରୋଧି ଗୋଷ୍ଠୀର ଶିବିରକୁ ଧ୍ୱଂସ କରିବା ପାଇଁ ତାଲିବାନ ପକ୍ଷରୁ କରାଯାଇଥିବା ଜବାବୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ଇଦଗାହା ମସଜିଦ ଠାରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତ୍ମଘାତୀ ବିସ୍ଫୋରଣ କରି ନିଜକୁ ଉଡାଇ ଦେଇଥିଲା।  

Also Read: ପୁଣି Rocket ଆକ୍ରମଣରେ କମ୍ପିଉଠିଲା Kabul

ହେଲେ ଏ ଘଟଣାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତାଲିବାନ ଦଖଲକୁ ସମଗ୍ର ଆଫଗାନିସ୍ତାନ ଚାଲିଯିବା ପରେ ସେଠାରେ କ୍ଷମତା ବିସ୍ତାର କରିବାକୁ ନେଇ ବିଭିନ୍ନ ଆତଙ୍କୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଛି ଲଢେଇ। ଆଫଗାନିସ୍ତାନ ଠାରେ ସରକାର ଚଳାଉଥିବା ତାଲିବାନ ଗୋଷ୍ଠୀର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆଇଏସଆଇଏସ। ତାଲିବାନ ଶାସନକୁ ବିରୋଧ କରି ଆଇଏସ-କେ ଗୋଷ୍ଠୀ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଛି।