ବିଗତ ଦୁଇ ଦଶନ୍ଧି ଧରି ତାଲିବାନ ଆତଙ୍କବାଦୀଙ୍କ ଉପସ୍ଥିତି ଥିବା ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ଶାନ୍ତି ରକ୍ଷା କରିବା ଲାଗି ନିୟୋଜିତ ହୋଇଥିଲେ ଆମେରିକୀୟ ସୈନ୍ୟ । ଏହାର କାରଣ ହେଉଛି ଦେଶରେ ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ଜବାବ ଦେବା ଲାଗି ଶପଥ ନେଇଥିଲା ଆମେରିକା ।
Trending Photos
ନୂଆଦିଲ୍ଲୀ: ପୁଣି ଥରେ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ (Afghanistan) ରେ ଶାସନ କରିପାରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ (Taliban Terror Group)। କାରଣ ଶାନ୍ତି ପ୍ରତିଷ୍ଠା କରିବା ଲାଗି ସେଠାରେ ମୁତୟନ ହୋଇଥିବା ଆମେରିକୀୟ ସେନା (US Troop) କୁ ଦେଶକୁ ଫେରାଇ ନେବା ଲାଗି ଘୋଷଣା କରିଛନ୍ତ ଆମେରିକା ରାଷ୍ଟ୍ରପତି (USA Prez) ଡୋନାଲ୍ଟ ଟ୍ରମ୍ପ (Donalt Trump) ।
ବିଗତ ଦୁଇ ଦଶନ୍ଧି ଧରି ତାଲିବାନ ଆତଙ୍କବାଦୀଙ୍କ ଉପସ୍ଥିତି ଥିବା ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ଶାନ୍ତି ରକ୍ଷା କରିବା ଲାଗି ନିୟୋଜିତ ହୋଇଥିଲେ ଆମେରିକୀୟ ସୈନ୍ୟ । ଏହାର କାରଣ ହେଉଛି ଦେଶରେ ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ଜବାବ ଦେବା ଲାଗି ଶପଥ ନେଇଥିଲା ଆମେରିକା । ଏହି କ୍ରମରେ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚଳାଇଥିବା ଏହି ଆତଙ୍କବାଦୀ ସଙ୍ଗଠନକୁ ଜବାବ ଦେବା ଲାଗି ନିଜ ଦେଶ ଛାଡି ଏଠାରେ ଆସି ପହଞ୍ଚିଥିଲେ ଆମେରିକୀୟ ସୈନ୍ୟ ।
ପ୍ରାୟ ୨୦ ବର୍ଷ ଧରି ଆଫଗାନ ମାଟିରେ ଚାଲିଥିବା ତାଲିବାନ ବିରୋଧି ଯୁଦ୍ଧରେ ସାମିଲ ଥିଲା ଆମେରିକା । ବର୍ଷ ୨୦୦୧, ସେପ୍ଟମ୍ବର ୯ ତାରିଖରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନର ମୁଖିଆ ଓସାମା ବିନ ଲାଦେନ ଦ୍ୱାରା ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢିବାକୁ ଘୋଷଣା କରିଥିଲା ଆମେରିକା ।
ଏହା ସହିତ ଦେଶର ନ୍ୟୁୟର୍କ ଠାରେ ଅବସ୍ଥିତ ଟ୍ୱିନ ଟାୱାର ବିଲ୍ଡିଂ (Twin Tower Building) ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ଆତଙ୍କବାଦ ବିରୋଧି ମନୋଭାବ ବଢିଯାଇଥିଲା । ଏହା ପରେ ଆତଙ୍କବାଦୀ ସଙ୍ଗଠନକୁ ଦମନ କରିବା ଲାଗି ବିଶ୍ୱ ସାମରିକ ଅଭିଯାନ ଆରମ୍ଭ କରିଥିଲା ଆମେରିକା ।