ସ୍କୁଲ ନୁହେଁ ପାକିସ୍ତାନରେ ଚାଲୁଛି ଆତଙ୍କୀ ବିଶ୍ୱବିଦ୍ୟାଳୟ, ତାଲିମ ଦେଉଛନ୍ତି ମୌଲନା
Advertisement

ସ୍କୁଲ ନୁହେଁ ପାକିସ୍ତାନରେ ଚାଲୁଛି ଆତଙ୍କୀ ବିଶ୍ୱବିଦ୍ୟାଳୟ, ତାଲିମ ଦେଉଛନ୍ତି ମୌଲନା

ଏଠାକାର ମୌଲାନା ଗର୍ବରେ କହନ୍ତି ଆତଙ୍କବାଦୀ ଏଠାରୁ ପାଠ ପଢି ଜୀହାଦ ପାଇଁ ବାହାରିଛନ୍ତି। ପାକିସ୍ତାନର ଏମିତି ଅନେକ ମଦ୍ରାସାରେ ଆତଙ୍କୀ ଟ୍ରେନିଂ ଦିଆଯାଏ।

ସ୍କୁଲ ନୁହେଁ ପାକିସ୍ତାନରେ ଚାଲୁଛି ଆତଙ୍କୀ ବିଶ୍ୱବିଦ୍ୟାଳୟ, ତାଲିମ ଦେଉଛନ୍ତି ମୌଲନା

ଅମିତ ମହାନ୍ତି,ନୂଆଦିଲ୍ଲୀ: ଅନ୍ୟ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ପାକିସ୍ତାନ ପକ୍ଷରୁ କରାଯାଇଥିବା ଷଡଯନ୍ତ୍ର ଏବେ ବିଶ୍ୱ ସମୁଦାୟରେ ପର୍ଦ୍ଦାଫାଶ ହୋଇସାରିଛି। ଆତଙ୍କୀସ୍ଥାନ ଭାବେ ଅପବାଦ ମୁଣ୍ଡାଇ ଚାଲିଥିବା ପାକିସ୍ତାନରେ ଆତଙ୍କୀ ବିଶ୍ୱବିଦ୍ୟାଳୟ (Pakistan Terror University)ଖୋଲିଥିବାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଗଲାଣି। ଯେଉଁଠୁ କଟ୍ଟର ଇସଲାମିକ କଠୋରପନ୍ଥୀ (Islamic Extremist Group) ପାଠ ପଢି ବିଶ୍ୱର ବିଭିନ୍ନ ଆତଙ୍କବାଦୀ କାଣ୍ଡ ଭିଆଇଥାନ୍ତେ। 

ଫ୍ରାନ୍ସ (France), ଅଷ୍ଟ୍ରିଆ (Austria) ଭଳି ଦେଶରେ ଯାହା ଘଟିଲା ତାହା ସେମାନଙ୍କ ନାରକୀୟ କାଣ୍ଡକୁ ଦର୍ଶାଉଛି। ପାକିସ୍ତାନସ୍ଥିତ ହକ୍କିନିଆ ମଦ୍ରାସା (Pakistani Madrassas) ଠାରେ ଖୋଲାଖୋଲି ଭାବେ କଠୋରପନ୍ଥୀଙ୍କୁ ତାଲିମ ଦିଆଯାଏ। ଏଠାକାର ଅନେକ ପୂର୍ବ ଛାତ୍ର ତାଲିବାନ ଆତଙ୍କବାଦୀ ଗୋଷ୍ଠୀରେ (Taliban Terror Group) ସାମିଲ ହୋଇ ଏହି ସଙ୍ଗଠନରେ ଉଚ୍ଚ ପଦ ହାସଲ କରିଛନ୍ତି।

ଏଠାକାର ମୌଲାନା ଗର୍ବରେ କହନ୍ତି ଆତଙ୍କବାଦୀ (Terrorist) ଏଠାରୁ ପାଠ ପଢି ଜୀହାଦ (Jihad) ପାଇଁ ବାହାରିଛନ୍ତି। ପାକିସ୍ତାନର ଏମିତି ଅନେକ ମଦ୍ରାସାରେ ଆତଙ୍କୀ ଟ୍ରେନିଂ ଦିଆଯାଏ। ଜୈଶ-ଏ-ମହମ୍ମଦ (Jaish-e-Mohammed) ପ୍ରତିଷ୍ଠାତା ମସୁଦ ଅଜହର (Masood Azhar) ମଧ୍ୟ ଏହି ମଦ୍ରାସାରୁ ପାଠ ପଢି ବାହାରିଛି। ସେ ପାକିସ୍ତାନ ଅଧିକୃତ କାଶ୍ମୀର-ପିଓକେ (POK-Pakistan Occupied Kashmir) ଠାରେ ଆତଙ୍କୀ ପ୍ରଶିକ୍ଷଣ (Terrorist Training) ଦେଇ ଆତଙ୍କବାଦୀଙ୍କୁ କାଶ୍ମୀର ପଠାଇଥାଏ।

Also Read: ଫଡନାଭୀସଙ୍କୁ ସଞ୍ଜୟଙ୍କ ଜବାବ; 'କରାଚୀ ନୁହେଁ ପ୍ରଥମେ ଫିଓକେ ଫେରାଇ ଆଣ'

 

ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନକୁ ଆତଙ୍କୀ ମସୁଦ ଅଜହର ୨୦୦୦ ମସିହାରେ ସ୍ଥାପନ କରିଥିଲା। ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏହି ସଙ୍ଗଠନର ସମ୍ପୃକ୍ତି ରହିଛି। ହେଲେ ୨୦୦୨ରେ ତତ୍କାଳୀନ ପାକିସ୍ତାନ ସରକାର ଲୋକ ଦେଖାଣିଆ ଭାବେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ପରେ ଏହି ସଙ୍ଗଠନ ନିଜ ନାଁ ବଦଳାଇ ଖୁଦ୍ଦାମ-ଉଲ-ଇସ୍ଲାମ ରଖିଛି। ଭାରତ ବ୍ୟବତୀତ ଜୈଶ ପଶ୍ଚିମ ଦେଶରେ ମଧ୍ୟ ଆକ୍ରମଣ ଘଟଣା ଘଟାଉଛି।

 

ଲସ୍କର-ଏ-ତୋଏବା

ଦକ୍ଷିଣ ଏସିଆର (South Asia) ସବୁଠୁ ବଡ ଆତଙ୍କୀ ସଙ୍ଗଠନ ମଧ୍ୟରେ ଗୋଟିଏ ଗୋଷ୍ଠୀ ହେଉଛି ଲସ୍କର-ଏ-ତୋଏବା  (Lashkar-e-Taiba) । ୧୯୮୭ ମସିହାରେ ଆଫଗାନିସ୍ତାନର କୁନାର ପ୍ରଦେଶରେ ଏହାକୁ ପ୍ରତିଷ୍ଠା କରିଥିଲା ମୁମ୍ବାଇ ୨୬/୧୧ ଆକ୍ରମଣ (Mumbai 26/11 Attack) ଘଟଣାର ଷଡଯନ୍ତ୍ରକାରୀ ହାଫିଜ ସୟିଦ (Hafiz Saeed) । ପ୍ରତିଷ୍ଠା ହେବା ପର ଠାରୁ ପାକିସ୍ତାନ ସରକାରଙ୍କ ଛତ୍ରଛାୟା ତଳେ ରହି ଏହା ଲାହୋରରେ କାମ କରୁଛି। ପିଓକରେ ଏହାର ଅନେକ ପ୍ରଶିକ୍ଷଣ ଶିବିର ରହିଛି। ଭାରତରେ ହୋଇଥିବା ଅନେକ ଛୋଟବଡ ଆକ୍ରମଣ ଘଟଣାରେ ଏହି ସଙ୍ଗଠନର ହାତ ରହିଛି। ୨୦୦୧ରେ ଆମେରିକା, ବ୍ରିଟେନ, ଭାରତ ଆଦି ଦେଶ ଏହା ଉପରେ ପ୍ରତିବନ୍ଧ ଲଗାଇଥିଲା।

କାଶ୍ମୀର ଘାଟିରେ (Kashmir Valley) ସକ୍ରିୟ ରହିଥିବା ଅନ୍ୟ ଏକ ଆତଙ୍କୀ ସଙ୍ଗଠନ ହେଉଛି ହିଜବୁଲ ମୁଜାହିଦ୍ଦିନ (Hizbul Mujahideen) । ୧୯୯୦ ମସିହାରେ ମହମ୍ମଦ ଏହସାନ୍ ଦାର୍ (Muhammad Ahsan Dar) ଏହି ଆତଙ୍କୀ ସଙ୍ଗଠନକୁ ଗଠନ କରିଥିଲେ। ଜମ୍ମୁ କାଶ୍ମୀରେ ଅନେକ ଆତଙ୍କୀ ଆକ୍ରମଣରେ ଏହାର ସମ୍ପୃକ୍ତି ରହିଛି। ଆତଙ୍କୀବାଦୀ ବୁରହାନ୍ ୱାନୀର ମୃତ୍ୟୁ ପରେ ଜାକିର ମୁସାକୁ ହିଜବୁଲର ନୂଆ କମାଣ୍ଡର କରାଯାଇଥିଲା। ଜାକିର ମୁସା ପରେ ସୈଫୁଲ୍ଲା କାଶ୍ମୀରରେ ଦାୟିତ୍ୱ ସମ୍ଭାଲିଥିଲା, ହେଲେ କିଛି ଦିନ ତଳେ ସେ ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଥିଲା ।

ଏହା ବ୍ୟତୀତ ଜମାତ୍-ଉଲ-ଦାୱା (Jamaat-ud-Dawah) ଯାହାକୁ ପାକିସ୍ତାନ ଚାରିଟେବୁଲ୍ ଟ୍ରଷ୍ଟ୍ କହୁଛି ତାହା ମଧ୍ୟ ଆତଙ୍କବାଦୀ ହାଫିଜ ସୟିଦ ଦ୍ୱାରା ପରିଚାଳିତ ଆତଙ୍କୀ ସଙ୍ଗଠନ। ଏହା ସହିତ ଅଲ-କାଏଦା (Al Qaeda) , ଆଇଏସଏସ (ISIS) , ତେହେରିକ୍ ଏ-ତାଲିବାନ (Tehreek-e-Taliban) , ହରକତ୍-ଉଲ୍-ମୁଜାହିଦ୍ଦିନ (Harkat-ul-Mujahideen) , ହରକତ୍-ଉଲ-ଅଂସାର (Harkat Ul Ansar), ଅଲ-ବଦର (Al-Badr) , ଜମାତ୍-ଉଲ-ମୁଜାହିଦ୍ଦିନ  (Jamaat-ul-Mujahideen) , ଇସଲାମିକ୍ ଫ୍ରଣ୍ଟ୍ (Islamic Front) ଭଳି ଅନେକ ଆତଙ୍କୀ ସଙ୍ଗଠନ ପାକିସ୍ତାନ ଏବଂ ବିଶ୍ୱର ଅନେକ ଦେଶରେ ସକ୍ରିୟ ରହିଛି।