Advertisement
Article Detail0/zeeodisha/odisha2298672
Zee OdishaOdisha National-Internationalଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ

ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ

ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି।ସମ୍ପୂର୍ଣ ପଢନ୍ତୁ...

Mariage equality bill
Mariage equality bill

Mariage equality bill :   ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା ବଜିରାଲୋକୋର୍ନ ମଞ୍ଜୁରୀ ଦେବା ପରେ ଏହି ବିବାହକୁ ଆଇନଗତ ମାନ୍ୟତା ମିଳିବ।

ଥାଇଲାଣ୍ଡରେ ମଙ୍ଗଳବାର ବହୁମତରେ ବିଧେୟକ ପାରିତ ହେବା ପରେ ଦକ୍ଷିଣ ପୂର୍ବ ଏସିଆରେ ଏଭଳି ଆଇନ ଲାଗୁ କରିଥିବା ପ୍ରଥମ ଦେଶ ପାଲଟିଛି। ତେବେ ଉଚ୍ଚ ସଦନ ‘ସିନେଟ୍‌’ରେ ମତଦାନ ସମୟରେ ୧୫୨ ସଦସ୍ୟ ଉପସ୍ଥିତ ଥିଲେ, ଯେଉଁଥିରୁ ୧୩୦ ସଦସ୍ୟଙ୍କ ଭୋଟ ବିଧେୟକର ସପକ୍ଷରେ ଥିଲା। କେବଳ ୪ଜଣ ଏହା ବିରୋଧରେ ଥିବା ବେଳେ ବାକି ୧୮ଜଣ ଏହି ପ୍ରକ୍ରିୟାରୁ ଦୂରେଇ ରହିଥିଲେ।

ରାଜାଙ୍କ ପକ୍ଷରୁ ସ୍ବିକୃତି ମିଳିବା ପରେ ସରକାରୀ ରାଜପତ୍ରରେ ଏହାକୁ ପ୍ରକାଶିତ କରାଯିବ। ତେବେ ଏହା ଲାଗୁ ହେବା ପରେ ତାଇଓ୍ବାନ ଏବଂ ନେପାଳ ପରେ ଥାଇଲାଣ୍ଡ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିବା ଏସିଆର ତୃତୀୟ ଦେଶ ପାଲଟିବ।

Add Zee News as a Preferred Source
About the Author