ଲଦାଖସ୍ଥିତ ବିମାନ ବନ୍ଦର ଦାୟିତ୍ୱରେ ରହିବ ସିଆଇଏସଏଫ ।
Trending Photos
ଲେହ: ଅନେକ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ସମେତ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିଥାଏ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ-ସିଆଏସଏଫ(CISF-Central Industrial Security Force)। ଏବେ ଦେଶର ସବୁଠାରୁ ସମ୍ବେଦନଶୀଳ ବିମାନବନ୍ଦର ଲେହ ଏୟାରପୋର୍ଟର ସୁରକ୍ଷା ଦାୟିତ୍ୱରେ ରହିବ ସିଆଇଏସଏଫ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୨୫୬ ମିଟର ଉଚ୍ଚତାରେ ଅବସ୍ଥିତ ଲେହ ବିମନ ବନ୍ଦର।
ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୧୦୦ କର୍ମଚାରୀ
ଚଳିତ ବର୍ଷ ଅଗଷ୍ଟ ୫ ତାରିଖରୁ ଲେହ ବିମାନର ବନ୍ଦରର ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ ସିଆଇଏସଏଫ। ଯାହା ଦେଶର ସର୍ବୋଚ୍ଚ ବାଣିଜ୍ୟିକ ବିମାନବନ୍ଦର ଭାବେ ପରିଗଣିତ ହେବ । ଲେହ ଏୟାରପୋର୍ଟର ସୁରକ୍ଷା ଦାୟିତ୍ୱରେ୧୦୦ ସିଆଇଏସଏଫ ଯବାନଙ୍କୁ ନିୟୋଜିତ କରାଯିବ। ସାମରିକ ଦୃଷ୍ଟିକୋଣରୁ ଏହି ବିମାନ ବନ୍ଦର ଅନେକ ଗୁରୁତ୍ୱପୂର୍ଣ୍ଣ।
ଅଗଷ୍ଟ ୪ ତାରିଖରେ ହେବା ଆନୁଷ୍ଠାନିକ କାର୍ଯ୍ୟକ୍ରମ
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ-ଏଏଆଇ(AAI-Airport Authority of India) ଦ୍ୱାରା ପରିଚାଳିତ କୁଶୋକ ବକୁଲା ରିମ୍ପୋଚ୍ ବିମାନବନ୍ଦର ହେଉଛି ୬୪ ତମ ବିମାନବନ୍ଦର ଯାହାର ସୁରକ୍ଷା ଦାୟିତ୍ୱର ରହିବ ସିଆଏସଏଫ। ବର୍ତ୍ତମାନ ଏହି ଦାୟିତ୍ୱରେ ସ୍ଥାନୀୟ ପୋଲିସକୁ ନିୟୋଜିତ କରାଯାଇଛି। ଅଗଷ୍ଟ ୪ ତାରିଖରେ ସିଆଇଏସଏଫ ଆନୁଷ୍ଠାନିକ ଭାବେ ଲେହ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବ। ଏନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସିଆଇଏସଏଫ ମହାନିର୍ଦ୍ଦେଶକ ରାଜେଶ ରଞ୍ଜନ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ ଯୋଗଦେବେ।