କୋରୋନା ମହାମାରୀ (Covid 19 Pandemic) ସହିତ ମୁକାବିଲା କରିବା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତର ଆହ୍ୱାନ ବୋଲି ପ୍ରମାଣିତ ହେଉଛି । କୋରୋନା ମାମଲାରେ ଆମେରିକା ଏବେ ମଧ୍ୟ ଶୀର୍ଷରେ ଅଛି, କିନ୍ତୁ ଏହା ଚିନ୍ତାର ବିଷୟ ଯେ ଭାରତରେ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
Trending Photos
ନୂଆଦିଲ୍ଲୀ: କୋରୋନା ମହାମାରୀର ଦ୍ୱିତୀୟ ଲହର (Corona second wave) ଭାରତରେ ହଇଚଇ ସୃଷ୍ଟି କରିଛି ଓ ବର୍ତ୍ତମାନ ତୃତୀୟ ଲହର (Third wave) ଆସୁଛି । ଗତ ସପ୍ତାହର ତଥ୍ୟ ଆଧାରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ ଭାରତ ସ୍ଥିତି ବହୁତ ଭଲ ଥିବା ପରି ମନେ ହେଉନାହିଁ । ଗତ ସପ୍ତାହରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକରେ ପ୍ରଥମେ ଆମେରିକାରେ ଓ ଏହା ପରେ ଭାରତରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି ।
ଦକ୍ଷିଣ ଏସିଆରେ ଶୀର୍ଷରେ ଅଛି ଭାରତ
ଦକ୍ଷିଣ ଏସିଆରେ ଭାରତ ନମ୍ବର ୱାନରେ ଅଛି । ଯେଉଁଠାରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି । ଜୁଲାଇ ୨୬ ରୁ ଅଗଷ୍ଟ ୧ ମଧ୍ୟରେ ବିଶ୍ୱରେ ୪ ନିୟୁତରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ଏଥି ସହିତ ଗତ ସପ୍ତାହରେ ଦକ୍ଷିଣ ପୂର୍ବ ଏସିଆରେ କୋରୋନା ମାମଲାରେ (Corona case) ୯ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଗତ ମାସରେ ଭାରତରେ ମାମଲା ହ୍ରାସ ହେବା ଖବର ସାମ୍ନାକୁ ଆସିଥିଲା ।
ଅଧିକ ପଢ଼ନ୍ତୁ: Whatsapp ଆଣିଲା ନୂଆ ଫିଚର, ଥରେ ଦେଖିବା ପରେ ସ୍ୱୟଂ Delete ହୋଇଯିବ ଫଟୋ
ଏହି ସପ୍ତାହରେ ବିଶ୍ୱରେ ମୋଟ ୬୪ ହଜାର ମୃତ୍ୟୁ ରେକର୍ଡ କରାଯାଇଛି ଯେଉଁଥିରେ ୮ ପ୍ରତିଶତ ହ୍ରାସ ଘଟିଛି । ଗତ ସପ୍ତାହରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହି ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକାରେ ଏହି ଅବଧିରେ ପ୍ରାୟ ୫ ଲକ୍ଷ ୪୩ ହଜାର ୪୨୦ ନୂତନ ମାମଲା ଆସିଥିଲା ଓ ୯ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଥିଲା । ଗତ ସପ୍ତାହରେ ଭାରତରେ ୨ ଲକ୍ଷ ୮୩ ହଜାର ୯୧୩ ଟି ନୂଆ ମାମଲା ଆସିଥିଲା ଓ ସାତ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି ।
ଅଧିକ ପଢ଼ନ୍ତୁ: ଡିସେମ୍ବର ୨୦୨୩ ସୁଦ୍ଧା ଭକ୍ତମାନଙ୍କ ପାଇଁ ଖୋଲିବ ଅଯୋଧ୍ୟାରେ ରାମ ମନ୍ଦିର
ଡେଲଟା ଭାରିଆଣ୍ଟ ମଚାଉଛି ଆତଙ୍କ
ଦକ୍ଷିଣ ପୂର୍ବ ଏସିଆରେ ଗତ ଏକ ସପ୍ତାହ ମଧ୍ୟରେ ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଭାରତରେ ସର୍ବାଧିକ ବୃଦ୍ଧି ରେକର୍ଡ କରାଯାଇଛି । ଏହି ଅଞ୍ଚଳରୁ ୮ ଲକ୍ଷ ୪୧ ହଜାର କେସ୍ ରିପୋର୍ଟ ହୋଇଛି । ଭାରତରେ କୋରୋନା ଭୂତାଣୁ ରୋଗୀଙ୍କୁ ପ୍ରତି ଲକ୍ଷରେ ୨୦.୬ ଅନୁପାତରେ ମିଳୁଛି । ଏହି ଅଞ୍ଚଳରେ ଇଣ୍ଡୋନେସିଆ ଭାରତ ପରେ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ୨ ଲକ୍ଷ ୭୩ ହଜାର ୮୯୧ ମାମଲା ଆସିଛି ।
ଅଧିକ ପଢ଼ନ୍ତୁ: PM Kisan 9th installment: ଭଲ ଖବର! ଏହି ତାରିଖରେ କୃଷକଙ୍କ ଆକାଉଣ୍ଟରେ ଆସିବ ୯ମ କିସ୍ତି
ଏହା ପରେ ଥାଇଲ୍ୟାଣ୍ଡ ତିନି ନମ୍ବରରେ ଅଛି । ଯେଉଁଠାରେ ପ୍ରାୟ ୧ ଲକ୍ଷ ୧୮ ହଜାର ମାମଲା ରୁଜୁ ହୋଇଛି । ସମଗ୍ର ଦକ୍ଷିଣ ଏସିଆର ୮୦ ପ୍ରତିଶତ ମାମଲା ଏହି ତିନୋଟି ଦେଶରୁ ଆସିଛି । ଗତ ସପ୍ତାହରେ ହାରାହାରି ୫ ଲକ୍ଷ ୭୦ ହଜାର ମାମଲା ପଞ୍ଜିକୃତ ହୋଇଥିବାବେଳେ ଗତ ସପ୍ତାହରେ ୫ ଲକ୍ଷ ୪୦ ହଜାର ମାମଲା ରୁଜୁ ହୋଇଥିଲା । ଏଭଳି ପରିସ୍ଥିତିରେ ଏହି ମାମଲାରେ ପ୍ରାୟ ୩୦ ହଜାର ବୃଦ୍ଧି ଘଟିଛି ।