ଅପରିବର୍ତ୍ତିତ ରହିବ ତାପମାତ୍ରା; ବଢିବ କାଳବୈଶାଖି ପ୍ରଭାବ
Advertisement
Article Detail0/zeeodisha/odisha880173

ଅପରିବର୍ତ୍ତିତ ରହିବ ତାପମାତ୍ରା; ବଢିବ କାଳବୈଶାଖି ପ୍ରଭାବ

ଏପ୍ରିଲ ୯-୧୦ ତାରିଖ ବେଳକୁ କାଳବୈଶାଖି ପ୍ରଭାବ ବଢିବ। 

ଅପରିବର୍ତ୍ତିତ ରହିବ ତାପମାତ୍ରା; ବଢିବ କାଳବୈଶାଖି ପ୍ରଭାବ

ଭୁବନେଶ୍ବର: ପୁଣି ଆରମ୍ଭ ହେବ କାଳବୈଶାଖି ତାଣ୍ଡବ ଆସନ୍ତାକାଲି ଠାରୁ ପଡିବ ପ୍ରଭାବ। ଝାଡଖଣ୍ଡ ଏବଂ ଏହାର ଆଖପାଖ ଉତ୍ତର ଛତିଶଗଡ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ୧୧ ତାରିଖ ରବିବାର ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କାଳବୈଶାଖି ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ଆସନ୍ତାକାଲି ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଗଜପତି, ଗଞ୍ଜମ, କନ୍ଧମାଳ ଆଦି ୯ ଜିଲ୍ଲାରେ କାଳବୈଶାଖି (Thunderstorm) ଜନିତ ବିଜୁଳି ଘଡଘଡି ସହ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ କେନ୍ଦ୍ର।

Also Read: ଗ୍ରୀଷ୍ମ ଲହରୀ-କାଳବୈଶାଖି ପ୍ରଭାବରୁ ମିଳିଲା ସାମୟିକ ତ୍ରାହି

 

ଏହା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ୯ ଏବଂ ୧୦ ତାରିଖ ବେଳକୁ କାଳବୈଶାଖି ପ୍ରଭାବ ବଢିବା ସହ ଆହୁରି ଅଧିକ ଜିଲ୍ଲା ପାଇଁ ଚେତାବନୀ ଜାରି କରିଛି କେନ୍ଦ୍ର। ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହା ସହ ଆସନ୍ତା ୨ ଦିନ ମଧ୍ୟରେ ବଲାଙ୍ଗିର, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡା, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ୪୦ କିମ୍ବା ଏହା  ଠାରୁ ଅଧିକ ତାପମାତ୍ରା ରହିବାର ସମ୍ଭାବନା ରହିଛି। କାଳବୈଶାଖି ମୁକାବିଲା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଯୋଗେ ଅବଗତ କରିଛନ୍ତି ଏସଆରସି।