ମୁଁ କହିବି, ମୋତେ ନିଲମ୍ବନ କର ... ସଂସଦରେ ବ୍ୟାନ ଶବ୍ଦାବଳୀକୁ ନେଇ ପ୍ରତିକ୍ରିୟା ଦେଲେ TMC ସାଂସଦ
Advertisement

ମୁଁ କହିବି, ମୋତେ ନିଲମ୍ବନ କର ... ସଂସଦରେ ବ୍ୟାନ ଶବ୍ଦାବଳୀକୁ ନେଇ ପ୍ରତିକ୍ରିୟା ଦେଲେ TMC ସାଂସଦ

TMC ସାଂସଦ ଡେରେକ ଓ’ବ୍ରାଇନ୍ ମୋଦି ସରକାରଙ୍କୁ ଜୋରଦାର ଟାର୍ଗେଟ କରି କହିଛନ୍ତି ଯେ ମୁଁ ଏହି ଶବ୍ଦ ବ୍ୟବହାର କରିବି । ଏଥିସହ ସେ ଚ୍ୟାଲେଞ୍ଜ କରିଛନ୍ତି ଯେ ତାଙ୍କୁ ନିଲମ୍ବନ କରିଦିଆ ଯାଉ ।

ସୌ: ସୋସିଆଲ ମିଡିଆ

Parliament Live Updates: ସଂସଦର ମୌସୁମୀ ଅଧିବେଶନ (Monsoon session) ଜୁଲାଇ ୧୮ ରୁ ଆରମ୍ଭ ହେବାକୁ ହେଉଛି । ଏହାର ଠିକ୍ ପୂର୍ବରୁ, ଏପରି କିଛି ଶବ୍ଦର ତାଲିକା ଜାରି କରାଯାଇଛି, ଯାହକୁ ଅସଂସଦୀୟ (Unparliamentary) କୁହାଯାଇ ଏହାକୁ ରେକର୍ଡରେ ରଖାଯିବ ନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ ବିରୋଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରୁଛନ୍ତି । ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଇନ୍ (Derek O'Brien) ଏକ ଜୋରଦାର ଟାର୍ଗେଟ କରି କହିଛନ୍ତି ଯେ ମୁଁ ଏହି ଶବ୍ଦ ବ୍ୟବହାର କରିବି । ଏଥିସହ ସେ ଚ୍ୟାଲେଞ୍ଜ କରିଛନ୍ତି ଯେ ତାଙ୍କୁ ନିଲମ୍ବନ କରିଦିଆ ଯାଉ ।

ଏକ ଟ୍ୱିଟ୍‌ ମାଧ୍ୟମରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଲେଖିଛନ୍ତି ଯେ ସଂସଦରେ କଥା ହେବାବେଳେ ଆମକୁ ଆଉ ଏହି ମୂଳ ଶବ୍ଦ ବ୍ୟବହାର କରିବାକୁ ଦିଆଯିବ ନାହିଁ । ସେ ଆହୁରି ଲେଖିଛନ୍ତି ଯେ ସେ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିବେ । ସରକାର ଚାହିଁଲେ ତାଙ୍କୁ ନିଲମ୍ବନ କରିପାରିବେ । ସେ ଗଣତନ୍ତ୍ର ପାଇଁ ଲଢ଼ିବେ । ଏଥି ସହିତ ତୃଣମୂଳ କଂଗ୍ରେସର ଅଫିସିଆଲ ହ୍ୟାଣ୍ଡେଲରୁ ଏହାକୁ ସମାଲୋଚନା ମଧ୍ୟ କରାଯାଇଛି ।

ଏହି ପ୍ରସଙ୍ଗ ସେତେବେଳେ ଉଠିଥିଲା ଯେତେବେଳେ ଲୋକସଭା ସଚିବାଳୟ ବୁଧବାର ଦିନ ଏକ ବୁକଲେଟ୍ ପ୍ରକାଶ କରିଥିଲା । ଏଥିରେ ଜୁମ୍ଲାବାଜୀ, ବାଲ ବୁଦ୍ଧି, କୋଭିଡ ସ୍ପ୍ରେଡର୍, ସ୍ନୁପଗେଟ୍, ଅସେମ୍ଡ, ଅବ୍ୟୁଜଡ, ବିଟ୍ରେଡ଼, କରପ୍ଟ, ଡ୍ରାମା, ହିପୋକ୍ରାସି, ଇନକମ୍ପିଟେଣ୍ଟ ଭଳି କିଛି ଶବ୍ଦର ବ୍ୟବହାର ଅସଂସଦିୟ ଭାଷା ଶ୍ରେଣୀରେ ଆସିବ । ତେଣୁ ଏହି ଶବ୍ଦଗୁଡିକ ଲୋକସଭା ଓ ରାଜ୍ୟସଭାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ଏଥିପାଇଁ ଲୋକସଭା ସଚିବାଳୟ ଏହି ଶବ୍ଦ ଓ ବାକ୍ୟର ଏକ ନୂତନ ସଂକଳନ ପ୍ରସ୍ତୁତ କରିଛି, ଯାହାକୁ 'ଅସଂସଦୀୟ ଶବ୍ଦ ୨୦୨୧' ଶ୍ରେଣୀରେ ରଖାଯାଇଛି । ଯଦି ଲୋକସଭା ଓ ରାଜ୍ୟସଭାରେ ବିତର୍କ ସମୟରେ ସାଂସଦମାନେ ଏହି ଶବ୍ଦ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ 'ଅସଂସଦୀୟ' ଭାବରେ ବିବେଚନା କରାଯିବ ଓ ସେମାନେ ଗୃହର ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ । ଏହି କାରଣରୁ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣକାରୀ ପାଲଟିଛନ୍ତି ।

ଯଦିଓ ଲୋକସଭା ସଚିବାଳୟ କହିଛି ଯେ ଏହି ବୁକଲେଟ୍ ୨୦୨୧ ର ଅଟେ । କୌଣସି ନୂତନ ବୁକଲେଟ୍ ଜାରି କରାଯାଇ ନାହିଁ । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରୁଥିବା ଶବ୍ଦକୁ ଅସଂସଦୀୟ ଘୋଷଣା କରାଯାଇଛି ।

ଏହା ବି ପଢ଼ନ୍ତୁ: ଶ୍ୱଶୁରଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ: ହାଇକୋର୍ଟ

ଏହା ବି ପଢ଼ନ୍ତୁ: ଗବେଷଣାରେ ବଡ଼ ଖୁଲସା; ମହିଳାଙ୍କ ପରି ପୁରୁଷମାନଙ୍କର ମଧ୍ୟ ହୋଇଥାଏ Periods !