ସୁଗମ ହେବ ଯାତ୍ରା, ସେବାରେ ଅଧିକ ବିମାନ ସାମିଲ କରିବ ଏୟାର ଇଣ୍ଡିଆ
Advertisement
Article Detail0/zeeodisha/odisha700298

ସୁଗମ ହେବ ଯାତ୍ରା, ସେବାରେ ଅଧିକ ବିମାନ ସାମିଲ କରିବ ଏୟାର ଇଣ୍ଡିଆ

ଯାତ୍ରାକୁ ଅଧିକ ସୁଗମ କରିବା ପାଇଁ ସେବାରେ ଅଧିକ ବିମାନକୁ ସାମିଲ କରିଛି ଏୟାର ଇଣ୍ଡିଆ |

ସୁଗମ ହେବ ଯାତ୍ରା, ସେବାରେ ଅଧିକ ବିମାନ ସାମିଲ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦେଶର କୋରୋନା ସଂକଟ ଜାରି ରହିଥିବା ବେଳେ ଗତ ମେ ୨୫ ତାରିଖରେ ଦେଶରେ ଆରମ୍ଭ ହୋଇଥିଲା ବିମାନ ସେବା | ହେଲେ ଏବେ ଯାତ୍ରାକୁ ଅଧିକ ସୁଗମ କରିବା ପାଇଁ ବିମାନ ସେବା ପ୍ରଦାନ କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାର ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ | 

ଏନେଇ ଜୁନ ୨୨ ତାରିଖରେ ଟ୍ୱିଟରେ ପ୍ରତିକ୍ରିୟା ରଖି ଏୟାର ଇଣ୍ଡିଆ ଇଣ୍ଡିଆ ପକ୍ଷରୁ କୁହାଯାଇଛି ବିମାନ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଘରୋଇ ରୁଟରେ କିଛି ଅଧିକ ବିମାନକୁ ସାମିଲ କରାଯାଇଛ | ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଏପରି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି | ଏହି ସେବା ଜୁନ ୨୫ ତାରିଖରୁ କାର୍ଯ୍ୟକାରୀ ହେବ |

ଏୟାର ଇଣ୍ଡିଆ ପକ୍ଷରୁ ସେବାରେ ସାମିଲ କରାଯାଇଥିବା ଅତିରିକ୍ତ ବିମାନ ଦିଲ୍ଲୀ-ରାଞ୍ଚି-ଦିଲ୍ଲୀ, ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ, ହାଇଦ୍ରାବାଦ-ବିଶାଖାପାଟନମ-ହାଇଦ୍ରାବାଦ, ଦିଲ୍ଲୀ-କୋଏମ୍ବାଟୁର-ଦିଲ୍ଲୀ, ମୁମ୍ବାଇ-ଭୋପାଳ-ମୁମ୍ବାଇ, ମୁମ୍ବାଇ-କୋଲକାତା-ମୁମ୍ବାଇ, ଦିଲ୍ଲୀ-ଇନ୍ଦୋର-ଦିଲ୍ଲୀ, ବାଙ୍ଗାଲୋର-ଚଣ୍ଡିଗଡ଼-ବାଙ୍ଗାଲୋର, ଦିଲ୍ଲୀ-ତିରୁପତି-ଦିଲ୍ଲୀ, ମୁମ୍ବାଇ-ରାଜକୋଟ-ମୁମ୍ବାଇ, ମୁମ୍ବାଇ-କୋଚିନ୍-ମୁମ୍ବାଇ ଏବଂ ମୁମ୍ବାଇ-ତିରୁପତି-ବିଶାଖାପାଟନମ-ମୁମ୍ବାଇ ଆଦି ରୁଟରେ ଚଳାଚଳ କରିବ |

ଏହା ସହିତ ଅନେକ ରୁଟରେ ଉଡ଼ୁଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ ଫ୍ରିକ୍ୱେନ୍ସି ମଧ୍ୟ ବୃଦ୍ଧି କରାଯାଇଛି | ବର୍ତ୍ତମାନ ସ୍ଥିତିରେ ବିମାନ ସେବାକୁ ୩୩ କାର୍ଯ୍ୟକାରୀ କରାଇବାକୁ ଲକ୍ଷ୍ୟ ରଖାଯାଇଛି | ପ୍ରାୟ ଦୁଇମାସ ବ୍ୟବଧାନ ପରେ ଭାରତରେ ଘରୋଇ ବିମାନ ସେବା ମେ ୨୫ ତାରଖରୁ ପୁନର୍ବାର ଆରମ୍ଭ ହୋଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ଏୟାରଲାଇନ୍ସ ସେମାନଙ୍କର ମୋଟ କ୍ଷମତାର ୩୩ ପ୍ରତିଶତରୁ କମ କାର୍ଯ୍ୟ କରୁଛି |