ଗବେଷଣାକାରି ମାନେ କହିଛନ୍ତି ଯେ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ସର୍ବଦା ୬ ଫୁଟ ସାମାଜିକ ଦୂରତା ଯଥେଷ୍ଟ ନୁହେଁ । ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେଉଁଠାରେ ବାୟୁରେ ପୋଲିନେସନର (Pollination) ସ୍ତର ଅଧିକ, ଏହାକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ୍ ।
Trending Photos
ନିକୋସିଆ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ଭୂତାଣୁର ତୃତୀୟ ଲହର (Coronavirus 3rd wave) ଆସିବାକୁ ଯାଉଛି । କିନ୍ତୁ ଏହି ସମୟରେ ବୈଜ୍ଞନିକମାନେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ କୋରୋନା ଭଳି ଶହ ଶହ ଭାଇରସ୍ ମଧ୍ୟ ଗଛର ପୋଲିନେସନ (Pollination) ମାଧ୍ୟମରେ ବ୍ୟାପିପାରେ । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି ବିପଦ ଅଧିକ ।
ନିକୋସିଆ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଖୁଲାସା
ସାଇପ୍ରସର ନିକୋସିଆ ବିଶ୍ୱବିଦ୍ୟାଳୟ (Nicosia university) ଦ୍ୱାରା କରଯାଇଥିବା ଗବେଷଣାରେ ଏହି ଅଦ୍ଭୁତ ସୂଚନା ସାମ୍ନାକୁ ଆସିଛି । ଗବେଷଣାକାରୀମାନେ ଏକ କମ୍ପ୍ୟୁଟରରେ ଏକ ୱାଲୋ ଗଛରେ ମଡେଲ କରିଥିଲେ ଯାହା ବହୁ ପରିମାଣର ପୋଲିନେସନ (Pollination) ମୁକ୍ତ କରିଥାଏ ଓ ଏହାର କଣିକା କିପରି ବିସ୍ତାର ହୁଏ ତାହା ବର୍ଣ୍ଣନା କରିଥିଲେ । ଅବଶ୍ୟ ଏହା ଏକ ଆରାମଦାୟକ ବିଷୟ ଯେ ଏହି ପୋଲିନେସନ (Pollination) ଅତି ଶୀଘ୍ର ଭିଡ଼ ଠାରୁ ଦୂରେଇ ଯାଆନ୍ତି ।
ଅଧିକ ପଢ଼ନ୍ତୁ: ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ରୋକିବା ଆବେଦନକୁ ଖାରଜ କଲା UK କୋର୍ଟ, ଶୀଘ୍ର ଭାରତ ଫେରିବେ!
ଯଥେଷ୍ଟ ନୁହେଁ ୬ ଫୁଟ ସାମାଜିକ ଦୂରତା
ଗବେଷଣାକୁ ଆଧାର କରି ଗବେଷଣାକାରୀମାନେ କହିଛନ୍ତି ଯେ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ୬ ଫୁଟ ସାମାଜିକ ଦୂରତା ସର୍ବଦା ଯଥେଷ୍ଟ ହେବ ନାହିଁ । ବୈଜ୍ଞନିକମାନେ ମତ ଦେଇଛନ୍ତି ଯେଉଁଠାରେ ବାୟୁରେ ପୋଲିନେସନର ସ୍ତର ଅଧିକ । ଏହାକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ୍ । ଏହି ଗବେଷଣା ତାଲିବ ଡାବୁକ୍ ଓ ଇଞ୍ଜିନିୟର ଡିମିଟ୍ରିଅସ୍ ଡ୍ରିକାକିସଙ୍କ ଦ୍ୱାରା କରାଯାଇଛି ।
ଅଧିକ ପଢ଼ନ୍ତୁ: KGF 2 Release Date: ବଦଳିଲା ଫିଲ୍ମ ରିଲିଜ ତାରିଖ, ଏହି ଦିନ ପରଦାକୁ ଆସିବେ 'ରକି'
Physics of Fluids ରେ ପ୍ରକାଶିତ ହୋଇଛି ଏହି ତଥ୍ୟ
ଡିମିଟ୍ରିଅସ୍ ଡ୍ରିକାକିସ୍ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଏହି ଗବେଷଣା ଦ୍ୱାରା ଲୋକମାନେ ଗଛ ପ୍ରତି ଅଧିକ ଧ୍ୟାନ ଦେବେ । ତାଙ୍କର ଗବେଷଣା Physics of Fluids ପତ୍ରିକାରେ ପ୍ରକାଶ ପାଇଛି । କୋରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ କୋଟି କୋଟି ଲୋକ ସଂକ୍ରମିତ ହୋଇଛନ୍ତି । କୋରୋନା ଭୂତାଣୁ ସମଗ୍ର ବିଶ୍ୱର ଅର୍ଥନୀତିରେ ଖରାପ ପ୍ରଭାବ ପକାଇଛି । ଭାରତ, ଆମେରିକା, ୟୁରୋପୀୟ ୟୁନିଅନ୍ ତଥା ଅନ୍ୟାନ୍ୟ ଦେଶର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି ଓ ଅନେକ ଦେଶର ଅଭିବୃଦ୍ଧି ହାର ମଧ୍ୟ ନକାରାତ୍ମକ ରହିଛି ।