୭୮ ଥର କୋରୋନା ପଜିଟିଭ୍ ହୋଇ ସାରିଲେଣି ଏହି ବ୍ୟକ୍ତି, ଏକ ବର୍ଷ ଧରି ରହିଛନ୍ତି କ୍ଵାରେଣ୍ଟାଇନ
Advertisement
Article Detail0/zeeodisha/odisha1092823

୭୮ ଥର କୋରୋନା ପଜିଟିଭ୍ ହୋଇ ସାରିଲେଣି ଏହି ବ୍ୟକ୍ତି, ଏକ ବର୍ଷ ଧରି ରହିଛନ୍ତି କ୍ଵାରେଣ୍ଟାଇନ

Man Has Been in Isolation for 14 Months: ଗତ ୧୪ ମାସ ଧରି ଜଣେ ୫୬ ବର୍ଷୀୟ ଜଣେ ବ୍ୟକ୍ତିଙ୍କ କୋରୋନା ରିପୋର୍ଟ କ୍ରମାଗତ ଭାବରେ ପଜିଟିଭ ଆସୁଛି । ସେ ନିଜର ଶେଷ ଜନ୍ମଦିନକୁ କ୍ଵାରେଣ୍ଟାଇନ ରହି ମନାଇଥିଲେ ।

(ଫଟୋ ସୌଜନ୍ୟ: N World)

Man 78 Times Tested Corona Positive: ଜଣେ ବ୍ୟକ୍ତି ନିଜର କୋରୋନା ରିପୋର୍ଟ ପଜିଟିଭ ଆସିବା ଶୁଣି ଭୟଭୀତ ହୋଇଯାଏ, କିନ୍ତୁ ତୁର୍କୀରେ (Turkey) ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ କୋରୋନା ରିପୋର୍ଟ ଗତ ୧୪ ମାସ ଧରି କ୍ରମାଗତ ଭାବରେ ପଜିଟିଭ୍ ଆସୁଛି । ୨୦୨୦ ମସିହା ନଭେମ୍ବର ମାସରେ ତାଙ୍କର ପ୍ରଥମ ଥର ପାଇଁ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା, ସେବେଠାରୁ ସେ ନିରନ୍ତର କ୍ଵାରେଣ୍ଟାଇନ ମଧ୍ୟରେ ରହିଆସୁଛନ୍ତି ।

ଏହି ବ୍ୟକ୍ତିର ନାମ ମୁଜାଫର କାୟାସାନ୍ (Muzzafer Kayasan) ଏବଂ ସେ ଗତ ଏକ ବର୍ଷ ଧରି ହସ୍ପିଟାଲରେ ଅଛନ୍ତି । ସେ ପ୍ରତିଦିନ ଅପେକ୍ଷା କରି ରହିଛନ୍ତି ଯେ ସେ ନିଜ ଘରକୁ ଫେରିବାରେ କେବେ ସକ୍ଷମ ହେବେ କିନ୍ତୁ ସେ ଦିନ ଆସୁ ନାହିଁ । ୨୦୨୦ ମସିହା ନଭେମ୍ବର ମାସରେ ପ୍ରଥମ ଥର ପାଇଁ କୋଭିଡ-୧୯ ର ରିପୋର୍ଟ ପଜିଟିଭ ହୋଇଥିଲା, ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର କିଛି ଦିନ ପରେ, ତାଙ୍କର କୋରୋନା ଲକ୍ଷଣ ଚାଲି ଯାଇଥିଲା, କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ହୋଇନଥିଲା ।

୭୮ ଥର ଟେଷ୍ଟ କରଯାଇ ସାରିଛି, ସବୁଥର ରିପୋର୍ଟ ପଜିଟିଭ
କୋରୋନା ହେବା ଦିନଠାରୁ ମୁଜାଫର କାୟାସାନଙ୍କ ଟେଷ୍ଟ ୭୮ ଥର କରାଯାଇଛି, କିନ୍ତୁ ପ୍ରତ୍ୟେକ ଥର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ରିପୋର୍ଟ ପଜିଟିଭ୍ ଯୋଗୁଁ, ହସ୍ପିଟାଲ ହେଉ କିମ୍ବା ଘର ସବୁଠି ତାଙ୍କୁ କାୟାସାନଙ୍କୁ କ୍ଵାରେଣ୍ଟାଇନ ରଖାଯାଉଛି । ନିରନ୍ତର କ୍ଵାରେଣ୍ଟାଇନ ଯୋଗୁଁ କାୟାସାନଙ୍କ ସାମାଜିକ ଜୀବନ ସମାପ୍ତ ହୋଇଛି । ନା' ସେ ନିଜ ପରିବାର ସହିତ ସମୟ ବିତାଇ ପାରୁଛନ୍ତି ନା' ନିଜ ସାଙ୍ଗମାନଙ୍କ ସହ । ଝରକାରେ, ସେ ନିଜ ପରିବାର ସହିତ କିଛି କଥାବାର୍ତ୍ତା କରନ୍ତି । ତାଙ୍କ ପାଇଁ ସବୁଠାରୁ ବଡ ଦୁଃଖ, ହେଉଛି ସେ ନିଜ ପ୍ରିୟଜନଙ୍କୁ ଛୁଇଁବାରେ ସକ୍ଷମ ହେଇ ପାରୁନାହାଁନ୍ତି । ନେଗେଟିଭ୍ ହୋଇ ନ ଥିବାରୁ ସେ କୋରୋନା ଟିକା ମଧ୍ୟ ନେଇ ନାହାଁନ୍ତି ।

ଦୁନିଆରେ ଏହା ପ୍ରଥମ ମାମଲା
ବାସ୍ତବରେ, ୫୬ ବର୍ଷୀୟ କାୟାସାନଙ୍କୁ ଲ୍ୟୁକେମିଆ ନାମକ ଏକ ପ୍ରକାର ରକ୍ତ କର୍କଟ ହୋଇଛି, ଯେଉଁଥିରେ ରୋଗ ଯୋଗୁଁ ପୁଅମାନଙ୍କର ଧଳା ରକ୍ତ କଣିକା କମିଯାଏ ଏବଂ ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ଡାକ୍ତରମାନେ କହିଛନ୍ତି ଯେ ଏହି କାରଣରୁ କାୟାସାନଙ୍କ ରକ୍ତରୁ କୋରୋନା ଭୂତାଣୁ ବିଲୋପ ହେଉନାହିଁ । ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଔଷଧ ଦିଆଯାଉଛି, କିନ୍ତୁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ବହୁତ ଧୀର ଏବଂ ଲମ୍ବା ଅଟେ । କାୟାସାନଙ୍କ ମାମଲା ହେଉଛି ବିଶ୍ୱର ଏପରି ପ୍ରଥମ ମାମଲା, ଯେଉଁଥିରେ ରୋଗୀ ଏତେ ଦିନ ଧରି କୋରୋନା ପଜିଟିଭ୍ ରହିଆସିଛନ୍ତି ।

ଏହା ବି ପଢ଼ନ୍ତୁ: କୋରୋନା ବିରୁଦ୍ଧରେ ଆସିଲା ନୂଆ ଅସ୍ତ୍ର, ଲଞ୍ଚ ହେଲା ଦେଶର ପ୍ରଥମ ନାସାଲ୍ ସ୍ପ୍ରେ, ଜାଣନ୍ତୁ ଡିଟେଲ୍ସ

ଏହା ବି ପଢ଼ନ୍ତୁ: Ukraine Crisis: US ସହ ଲଢ଼ିବା ପାଇଁ ପ୍ରସ୍ତୁତ ଋଷ! ବ୍ଲାକ ସି'କୁ ପଠାଇଲା ଅନେକ ଯୁଦ୍ଧ ଜାହାଜ

ଏହା ବି ପଢ଼ନ୍ତୁ: UP ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ମନିଫେଷ୍ଟୋ, ଦେଲା ଏହି ସବୁ ପ୍ରତିଶୃତି