UAE-Israel ଚୁକ୍ତିରେ ପାକିସ୍ତାନ ବିଚଳିତ, କାହିଁକି ପଢନ୍ତୁ...
Advertisement

UAE-Israel ଚୁକ୍ତିରେ ପାକିସ୍ତାନ ବିଚଳିତ, କାହିଁକି ପଢନ୍ତୁ...

UAE-Israel: ଆମେରିକାର ମଧ୍ୟସ୍ଥିରେ ଆଜି ୟୁନାଇଟେଡ଼ ଆରବ ଏମିରେଟ୍ସ ଓ ଇଜ୍ରାଏଲର ମଧ୍ୟରେ ପୁଣି ଥରେ ବନ୍ଧୁତା ସୃଷ୍ଟି ହୋଇଛି। ପୂର୍ବରୁ ଥିବା ସମସ୍ତ ଶତ୍ରୁତାକୁ ଦୁର କରି ପୁଣି ଥରେ ବନ୍ଧୁତାରେ ବାନ୍ଧି ହୋଇଛନ୍ତି ୟୁଏଇ ଓ ଇଜ୍ରାଏଲ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥିରେ ଉଭୟ ୟୁଏଇ ଓ ଇଜ୍ରାଏଲ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। 

UAE-Israel ଚୁକ୍ତିରେ ପାକିସ୍ତାନ ବିଚଳିତ, କାହିଁକି ପଢନ୍ତୁ...

ଇସଲାମାବାଦ:UAE-Israel: ଆମେରିକାର ମଧ୍ୟସ୍ଥିରେ ଆଜି ୟୁନାଇଟେଡ଼ ଆରବ ଏମିରେଟ୍ସ ଓ ଇଜ୍ରାଏଲର ମଧ୍ୟରେ ପୁଣି ଥରେ ବନ୍ଧୁତା ସୃଷ୍ଟି ହୋଇଛି। ପୂର୍ବରୁ ଥିବା ସମସ୍ତ ଶତ୍ରୁତାକୁ ଦୁର କରି ପୁଣି ଥରେ ବନ୍ଧୁତାରେ ବାନ୍ଧି ହୋଇଛନ୍ତି ୟୁଏଇ ଓ ଇଜ୍ରାଏଲ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥିରେ ଉଭୟ ୟୁଏଇ ଓ ଇଜ୍ରାଏଲ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଉଭୟ ରାଷ୍ଟ୍ରର ସମ୍ପର୍କ ମଧ୍ୟରେ ସ୍ୱାଭାବିକ କରିବା ପାଇଁ ଉଭୟ ରାଷ୍ଟ୍ର କାର୍ଯ୍ୟ କରିବେ। ଏହି ଚୁକ୍ତି ପରେ ଇଜ୍ରାଏଲ ପଶ୍ଚିମ ବ୍ୟାଙ୍କର କିଛି ଅଞ୍ଚଳରେ ନିଜର କବଜା କରିବାରୁ ଓହରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଚି। 

ଅଧିକ ପଢନ୍ତୁ: କଂଗ୍ରେସ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ସେପଟେ କିନ୍ତୁ ଇଜ୍ରାଏଲ ଓ ୟୁଏଇ ମଧ୍ୟରେ ହୋଇଥିବା ଏହି ଚୁକ୍ତି ପାଇଁ ପାକିସ୍ତାନ ବିଚଳିତ ହୋଇ ପଡ଼ିଛି। ଫଳରେ ନିଜର ଆକ୍ରୋଶକୁ ସୋସିଆଲ ମିଡ଼ିଆରେ ବାହାର କରିଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ପାକିସ୍ତାନୀ ନିଜକୁ ଆରବ ସଭ୍ୟତା ସହିତ ନିଜକୁ ଯୋଡ଼ୁଥିବା ବେଳେ ଇଜ୍ରାଏଲ ବାସିନ୍ଦା ଇହୁଦି ସମ୍ପ୍ରଦାୟର ବୋଲି କହିଥାନ୍ତି। ଏପରିକି ପାକିସ୍ତାନର ଅନେକ ନାଗରିକଙ୍କ ପାସପୋର୍ଟରେ 'ଏହା ଇଜ୍ରାଏଲ ବ୍ୟତୀତ ଅନ୍ୟ ରାଷ୍ଟ୍ର ପାଇଁ ଉପଲବ୍ଧ' ବୋଲି ଉଲ୍ଲେଖ ରହିଥାଏ। ଫଳରେ ଇଜ୍ରାଏଲ ଓ ୟୁଏଇ ମଧ୍ୟରେ ହୋଇଥିବା ଚୁକ୍ତି କାରଣରୁ ପାକିସ୍ତାନ ଖୁସି ନଥିବା ଜଣାପଡ଼ିଛି। ଫଳରେ ପାକିସ୍ତାନୀମାନେ ଏହି ଚୁକ୍ତିକୁ ନେଇ ସୋସିଆଲ ମିଡ଼ିଆରେ  ଜୋରଦାର ସମାଲୋଚନା କରିଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ: ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ପିଏମ ମୋଦି

ଚୁକ୍ତିକୁ ନେଇ କଣ କୁହନ୍ତି ପାକିସ୍ତାନୀ
ଏହି ଚୁକ୍ତିକୁ ନେଇ ପାକିସ୍ତାନୀମାନେ ବେଶ ବିଚଳିତ ହୋଇପଡ଼ିଛନ୍ତି। ମାତ୍ରାଧିକ ଭାବେ ଆକ୍ରୋଶ ସୋସିଆଲ ମିଡ଼ିଆରେ ପ୍ରକାଶ କରୁଛନ୍ତି। ତେବେ ସୋସିଆଲ ମିଡ଼ିଆ ଟ୍ୱିଟରକୁ ଦେଖିଲେ ଏହି ଆକ୍ରୋଶର ମାତ୍ରା ଜଣାପଡ଼ିବ। @fat_a8 ନାମରେ ଥିବା ଏକ ଟ୍ୱିଟର ହ୍ୟାଣ୍ଡେଲକାରୀ ଏହି ଡିଲକୁ କଡ଼ା ଭାଷାରେ ଭର୍ସନା କରିଛନ୍ତି। ସେ ଏହି ଡିଲକୁ ଏକ ଛଳନା କହିବା ସହିତ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଅନ୍ୟ ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ ତୁର୍କୀକୁ ପାକିସ୍ତାନର ଏକ ସଚ୍ଚା ବନ୍ଧୁ ବୋଲି ମଧ୍ୟ କହିଛନ୍ତି। ଏଠାରେ କହି ରଖୁଛୁ ଯେ, କାଶ୍ମୀର ମାମଲାରେ ପାକିସ୍ତାନକୁ ତୁର୍କୀ ଖୋଲାଖୋଲି ସମର୍ଥନ ଜଣାଇଥିଲା। ବିଶ୍ୱର ହାତଗଣତି ରାଷ୍ଟ୍ର ମଧ୍ୟରେ ତୁର୍କି ରହିଛି। ତେବେ ତୁର୍କି ଭଳି ମାଲେସିଆ ମଧ୍ୟ ପାକିସ୍ତାନର ସମର୍ଥନରେ ଜଣାଇଥିଲା। ମାତ୍ର ଭାରତର ଅସନ୍ତୋଷ ଫଳରେ ମାଲେସିଆ ପଛଘୁଞ୍ଚା ଦେଇଥିଲା।