ଅଯୋଧ୍ୟା ଗସ୍ତ ଲାଗି ଉଦ୍ଧବ ଠାକରେଙ୍କୁ ଦରକାର ନାହିଁ ନିମନ୍ତ୍ରଣ: ସଞ୍ଜୟ ରାଉତ
Advertisement

ଅଯୋଧ୍ୟା ଗସ୍ତ ଲାଗି ଉଦ୍ଧବ ଠାକରେଙ୍କୁ ଦରକାର ନାହିଁ ନିମନ୍ତ୍ରଣ: ସଞ୍ଜୟ ରାଉତ

ଅଯୋଧ୍ୟା୍ ଭୂମି ପୂଜନ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଅଯୋଧ୍ୟା ଗସ୍ତ ଲାଗି ଉଦ୍ଧବ ଠାକରେଙ୍କୁ ଦରକାର ନାହିଁ ନିମନ୍ତ୍ରଣ: ସଞ୍ଜୟ ରାଉତ

ମୁମ୍ବାଇ: ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଭବ୍ୟ ରାମ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ସାମିଲ ହେବାକୁ ଯାଉଛନ୍ତି । ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦେଶର ଅନ୍ୟତମ ହିନ୍ଦୁତ୍ୱବାଦୀ ଦଳ ଭାବେ ଜଣାଶୁଣା ଶିବସେନା କ୍ୟାମ୍ପ ହୋଇଉଠିଛି ଚଳଚଞ୍ଚଳ । 

ଏପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ରାମ ମନ୍ଦିର ବିଶ୍ୱାସର ବିଷୟ ଏବଂ ତାଙ୍କ ଦଳ ଏ ମାମଲାରେ ରାଜନୀତି କରିବାକୁ ଚାହୁଁନାହିଁ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଉପୁଜିଥିବା ବାଧାକୁ ଦୂର କରିବା ପାଇଁ ଶିବସେନା ସର୍ବଦା କାର୍ଯ୍ୟ କରିଆସୁଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତର ଯାଇଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସେ ପବିତ୍ର ଦେଶକୁ ଯାଇଥିଲେ। ଧର୍ମନଗରୀ ଅଯୋଧ୍ୟା ପରିଦର୍ଶନ କରିବା ଲାଗି କାହା ଠାରୁ ନିମନ୍ତ୍ରଣର ଆବଶ୍ୟକତା ନାହିଁ ।

ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦିନ ଧର୍ମନଗରୀ ଅଯୋଧ୍ୟାରେ ପିଏମ ଦିନ ୧୧ଟାରୁ ମଧ୍ୟାନ୍ନ ୧ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଏହି ସମାରୋହ ସହ ଜଡିତ ପ୍ରାର୍ଥନା ଏବଂ ଅନ୍ୟାନ୍ୟ ରୀତିନୀତି ସକାଳ ୮ଟାରୁ ଆରମ୍ଭ ହେବ ।

ଏହା ବ୍ୟତୀତ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଅତିଥି ଯୋଗ ଦେଇପାରନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଯୋଧ୍ୟ ସହ ସମ୍ପୃକ୍ତ ସାଧୁସନ୍ଥ ଏବଂ ରାମ ଜନ୍ମଭୂମି ଆନ୍ଦୋଳନ ସହ ଜଡିତ ବ୍ୟକ୍ତିବିଶେଷ। ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ-ଆରଏସଏସ (RSS-Rashtriya Swayamsevak Sangh) ଏବଂ ବିଶ୍ୱ ହିନ୍ଦୁ ପରିଷଦ-ଭିଏଚପି(VHP-Vishva Hindu Parishad) ସଙ୍ଗଠନ ସହ ଜଡିତ କେତେକ ଲୋକଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ଦିଆଯିବ ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ ଜନଗହଳି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ଅନେକ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେଇପାରନ୍ତି ।