Jammu-Kashmir: ମହିଳାଙ୍କୁ ୧୮ ହଜାର ଟଙ୍କା, ୫ଲକ୍ଷ ଚାକିରି, ବିଜେପି ଜାରିକଲା ମନିଫେଷ୍ଟୋ
Advertisement
Article Detail0/zeeodisha/odisha2418066

Jammu-Kashmir: ମହିଳାଙ୍କୁ ୧୮ ହଜାର ଟଙ୍କା, ୫ଲକ୍ଷ ଚାକିରି, ବିଜେପି ଜାରିକଲା ମନିଫେଷ୍ଟୋ

କେନ୍ଦ୍ର ଗୃହମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଧାରା 370 କାରଣରୁ ଜାମ୍ମୁ କାଶ୍ମୀରରେ ଲୋକମାନେ ସଂରକ୍ଷଣର ଲାଭ ପାଉନଥିଲେ । କିନ୍ତୁ ବର୍ତ୍ତମାନ ଲୋକମାନେ ସଂରକ୍ଷଣର ଲାଭ ପାଇଛନ୍ତି। ଭବିଷ୍ୟତରେ ମଧ୍ୟ ଏହି ସୁବିଧା ଜାରି ରହିବ ।

Jammu-Kashmir: ମହିଳାଙ୍କୁ ୧୮ ହଜାର ଟଙ୍କା, ୫ଲକ୍ଷ ଚାକିରି, ବିଜେପି ଜାରିକଲା ମନିଫେଷ୍ଟୋ

Jammu-Kashmir: ଆଗକୁ ଆସୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ବର୍ତ୍ତମାନ ସଂଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି । ସମସ୍ତ ରାଜନୈତିକ ଦଳ ବର୍ତ୍ତମାନ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରିବା ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଜାମ୍ମୁ କାଶ୍ମୀର ନିର୍ବାଚନ ପାଇଁ ମନିଫେଷ୍ଟୋ ପ୍ରକାଶ କରାଯାଇଛି। ଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଧାରା 370 ଏବଂ 35A ଜାମ୍ମୁ କାଶ୍ମୀରକୁ ଆଉ ଫେରିବ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଧାରା 370 କାରଣରୁ ଜାମ୍ମୁ କାଶ୍ମୀରରେ ଲୋକମାନେ ସଂରକ୍ଷଣର ଲାଭ ପାଉନଥିଲେ । କିନ୍ତୁ ବର୍ତ୍ତମାନ ଲୋକମାନେ ସଂରକ୍ଷଣର ଲାଭ ପାଇଛନ୍ତି। ଭବିଷ୍ୟତରେ ମଧ୍ୟ ଏହି ସୁବିଧା ଜାରି ରହିବ ।

 

ବିବାହିତ ମହିଳାଙ୍କୁ ବାର୍ଷିକ ମୋଟ ୧୮ ହଜାର ଟଙ୍କା ଏବଂ ୫ ଲକ୍ଷ ଚାକିରି ଦେବାକୁ ବିଜେପିର ମନିଫେଷ୍ଟୋରେ ଜନସାଧାରଣଙ୍କୁ ପ୍ରତିଶୃତି ଦିଆଯାଇଛି। ପାର୍ଟି JKPSC / UPSC ଆଶାକର୍ମୀଙ୍କୁ ମାଗଣା ଭ୍ରମଣ ଭତ୍ତା ଏବଂ କୋଚିଂ ସହାୟତା ପ୍ରଦାନ କରିବ ବୋଲି କହିଛି । ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ ଏବଂ ଶିଳ୍ପ ବିକାଶ ପାଇଁ ବିଜେପି ଧ୍ୟାନ ଦେବ ବୋଲି କୁହାଯାଇଛି ।

ଉଜ୍ୱଳା ଯୋଜନାରେ ୧ ବର୍ଷ ମଧ୍ୟରେ ୨ଟି ମାଗଣା ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରବାସୀଙ୍କୁ ୨ ଲକ୍ଷ ଟଙ୍କା ଅତିରିକ୍ତ କଭରେଜ୍ ପ୍ରଦାନ କରିବ । 

Also Read- Weekly Horoscope: ସେପ୍ଟେମ୍ୱର ୯ରୁ ୧୫ କେମିତି କଟିବ ଆଗାମି ସପ୍ତାହ ? ଜାଣନ୍ତୁ ଆପଣଙ୍କ ରାଶିଫଳ

Also Read- Video: କଲେଜ୍ ଡ୍ରେସରେ କ'ଣ କରୁଛନ୍ତି ସୁନ୍ଦରୀ ନାୟିକା, ଭିଡିଓ ଭାଇରାଲ୍