ଗୁପକାର ଗ୍ୟାଙ୍ଗ ପକ୍ଷରୁ କରାଯାଉଥିବା ଷଡଯନ୍ତ୍ର ଦ୍ୱାରା କଂଗ୍ରେସ ମଧ୍ୟ ନଷ୍ଟ ହୋଇଯିବ।
Trending Photos
ପାଟନା: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ (Union Minister of State for Home Affairs)ନିତ୍ୟାନନ୍ଦ ରାୟ (Nityananda Rai)ରାହୁଲ ଗାନ୍ଧୀ (Rahul Gandhi)ଏବଂ କଂଗ୍ରେସକୁ (Congress)ଟାର୍ଗେଟ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗୁପକାର ଗ୍ୟାଙ୍ଗ (Gupkar Gang)ସହିତ ସେମାନଙ୍କର କୌଣସି ସମ୍ପର୍କ ଅଛି କିମ୍ବା ନାହିଁ ତାହା ସେମାନେ ସ୍ପଷ୍ଟ କରିବା ଦରକାର। ଏହି ଗ୍ୟାଙ୍ଗ ଦ୍ୱାରା କରାଯାଇଥିବା ଷଡଯନ୍ତ୍ର ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ।
ବିହାର ବିଜେପି ରାଜ୍ୟ ମୁଖ୍ୟାଳୟସ୍ଥିତ ଅଟଳ ଅଡିଟୋରିୟମ ଠାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସର ପଦକ୍ଷେପ ବିପଜ୍ଜନକ। ଏଥିରୁ ସ୍ପଷ୍ଟ ଯେ ଦେଶ ଅପେକ୍ଷା କଂଗ୍ରେସ କ୍ଷମତାକୁ ଅଧିକ ଭଲ ପାଏ। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ତାଙ୍କୁ ବୁଝିବାର ଆବଶ୍ୟକତା ରହିଛି। ରାହୁଲ ଗାନ୍ଧୀ ନିଜେ କଣ କହୁଛନ୍ତି ସେ ନିଜେ ବୁଝୁନାହାଁନ୍ତି କିମ୍ବା ଚୀନ୍, ପାକିସ୍ତାନକୁ ବୁଝାଉନାହାଁନ୍ତି। ସେମାନଙ୍କୁ ସେମାନଙ୍କର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପଡିବ। ଗୁପକାର ଗ୍ୟାଙ୍ଗ ପକ୍ଷରୁ କରାଯାଉଥିବା ଷଡଯନ୍ତ୍ର ଦ୍ୱାରା କଂଗ୍ରେସ ମଧ୍ୟ ନଷ୍ଟ ହୋଇଯିବ।
ଜାମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନ (DDC Election)ହେବାକୁ ଯାଉଛି। ନ୍ୟାସନାଲ କନଫରେନ୍ସ,, ପିଡିପି ଏବଂ ରାଜ୍ୟର କିଛି ଆଞ୍ଚଳିକ ଦଳ ଏହି ନିର୍ବାଚନ ଲାଗି ଏକ ମେଣ୍ଟ ଗଠନ କରିଛନ୍ତି। କଂଗ୍ରେସ ଦଳ ମଧ୍ୟ ଏଥିରେ ସାମିଲ ରହିଛି। ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କଂଗ୍ରେସ ଏବଂ ଗୁପକାର ଗ୍ୟାଙ୍ଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏନେଇ ଗୃହମନ୍ତ୍ରୀ କହିଥିଲେ ଏହି ଗ୍ୟାଙ୍ଗ ଦେଶର ରାଷ୍ଟ୍ରୀୟ ଧ୍ୱଜକୁ ଅପମାନିତ କରୁଛି। ସେ ପ୍ରଶ୍ନ କରିଛନ୍ତି, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଗୁପକାର ଗ୍ୟାଙ୍ଗକୁ ସମର୍ଥନ କରୁଛନ୍ତି କି ନାହିଁ? ଏହାକୁ ସେମାନେ ସ୍ପଷ୍ଟ କରିବା ଦରକରା। ଏହା ପରେ କଂଗ୍ରେସ ପକ୍ଷରୁ ରଣଦୀପ ସୁର୍ଜେୱାଲା କହିଛନ୍ତି ଗୁପକାର ସହଯୋଗୀ ଦଳ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।