ବଦଳିବ କି Qutub Minarର ନାମ? ହିନ୍ଦୁ ସଙ୍ଗଠନ ଦେଲା ଏହି ପ୍ରସ୍ତାବ
Advertisement
Article Detail0/zeeodisha/odisha1179819

ବଦଳିବ କି Qutub Minarର ନାମ? ହିନ୍ଦୁ ସଙ୍ଗଠନ ଦେଲା ଏହି ପ୍ରସ୍ତାବ

ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ୍ର ନେତା ଜୟ ଭଗବାନ୍ ଗୋଏଲ, ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ସହିତ ମଙ୍ଗଳବାର କୁତୁବମିନାର କମ୍ପ୍ଲେକ୍ସରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିଥିଲେ। କିନ୍ତୁ ପୋଲିସ ଏହାକୁ ଅନୁମତି ଦେଇନଥିଲା। ଜୟ ଭଗବାନ୍ ଗୋଏଲ କହିଛନ୍ତି ଯେ, ସେ ତାଙ୍କ ସମର୍ଥକଙ୍କ ସହ ସେଠାକୁ ଯିବେ ଏବଂ କୁବ୍ବାତ-ଉଲ-ଇସଲାମ ମସଜିଦ ନାମରେ ପରିଚିତ ଢାଞ୍ଚାକୁ ମନ୍ଦିର ଘୋଷିତ କରିବାକୁ ଦାବି କରିବେ। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: କୁତୁବମିନାର କମ୍ପ୍ଲେକ୍ସରେ ଅବସ୍ଥିତ କୁବ୍ବକ-ଉଲ-ଇସଲାମ ମସଜିଦର ଢାଞ୍ଚାରୁ ମୂର୍ତ୍ତି ହଟାଇବା ପାଇଁ ଦାବି ଯୋର ଧରିଛି। ମଙ୍ଗଳବାର କୁତୁବମିନାର କମ୍ପ୍ଲେକ୍ସରେ ହନୁମାନ ଚାଳିଶା ପାଠ କରିବାକୁ ଯାଉଥିବା ହିନ୍ଦୁ ସଂଗଠନର ଅନେକ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ୍ର କର୍ମୀମାନେ ହନୁମାନ ଚାଳିଶା ପାଢିବା ପାଇଁ ମେହରୋଲିରୁ କୁତୁବମିନାର ପର୍ଯ୍ୟନ୍ତ ଯାଉଥିଲେ। ତାଙ୍କୁ ବାଟରୁ ଦିଲ୍ଲୀ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି।

କୁତୁବମିନାର (Qutub Minar) ରେ ଭଗବାନ ଗଣେଶଙ୍କର ଦୁଇଟି ମୁର୍ତ୍ତି ଓଲଟା ଲାଗିଛି, ଯାହାକୁ ନେଇ ହିନ୍ଦୁ ସଙ୍ଗଠନ ଗୁଡିକ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ୍ର କହିଛି ଯେ, ସେଠାକାର ମସଜିଦରେ ଲାଗିଥିବା ଭାଗବାନ (God) ଙ୍କ ମୂର୍ତ୍ତିଗୁଡ଼ିକୁ ଦେଖି ଲୋକଙ୍କ ଭାବନା ଆଘାତପ୍ରାପ୍ତ ହେଉଛି, ସେଗୁଡିକୁ ତୁରନ୍ତ ହଟାଇବା ଉଚିତ୍। ଏହି ସଂଗଠନଗୁଡ଼ିକ ଦାବି କରିଛନ୍ତି ଯେ, ମସଜିଦର ଢଞ୍ଚାରେ ଥିବା ସମସ୍ତ ମୂର୍ତ୍ତିଗୁଡ଼ିକୁ ହଟାଇବା ଏବଂ ସେମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ। ଏହା ସହିତ କୁତୁବମିନାରର ନାମ ବିଷ୍ଣୁ ସ୍ତମ୍ଭ ରଖିବାକୁ ଦାବି କରାଯାଇଛି।

Also Read: ଦିଲ୍ଲୀ ପରେ ରାଜସ୍ଥାନରେ ଫସିଲା ପଞ୍ଜାବ ପୋଲିସ

ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ୍ର ନେତା ଜୟ ଭଗବାନ୍ ଗୋଏଲ, ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ସହିତ ମଙ୍ଗଳବାର କୁତୁବମିନାର କମ୍ପ୍ଲେକ୍ସରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିଥିଲେ। କିନ୍ତୁ ପୋଲିସ ଏହାକୁ ଅନୁମତି ଦେଇନଥିଲା। ଜୟ ଭଗବାନ୍ ଗୋଏଲ କହିଛନ୍ତି ଯେ, ସେ ତାଙ୍କ ସମର୍ଥକଙ୍କ ସହ ସେଠାକୁ ଯିବେ ଏବଂ କୁବ୍ବାତ-ଉଲ-ଇସଲାମ ମସଜିଦ ନାମରେ ପରିଚିତ ଢାଞ୍ଚାକୁ ମନ୍ଦିର ଘୋଷିତ କରିବାକୁ ଦାବି କରିବେ। ସେଠାରେ ହନୁମାନ ଚାଳିଶା ପଢିବେ। ସେ କହିଛନ୍ତି ଯେ, ଯେତେବେଳେ ଏହା ସ୍ପଷ୍ଟ ହୋଇଛି ଯେ ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିର ଧ୍ୱଂସ ହେବା ପରେ ଏହି ଢାଞ୍ଚା ନିର୍ମାଣ କରାଯାଇଛି, ମୂର୍ତ୍ତିଗୁଡ଼ିକ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଏଠାରେ ମନ୍ଦିର ତିଆରି କରି ପୂଜା କରାଯିବା ଉଚିତ୍।

ଜୟ ଭଗବାନ୍ ଗୋଏଲ ଦାବି କରିଛନ୍ତି ଯେ, ଅନେକ ବିଶେଷଜ୍ଞଙ୍କ ଅନୁସାରେ କୁତୁବମିନାର ନାମରେପରିଚିତ ସ୍ତମ୍ଭର ପ୍ରକୃତ ନାମ ବିଷ୍ଣୁ ସ୍ତମ୍ଭ। କିନ୍ତୁ କିଛି ଭିନ୍ନ ବିଚାରଧାରାର ଲୋକମାନେ ଇତିହାସକୁ ଭୁଲ ଲେଖିଛନ୍ତି। ତେଣୁ ଏହାର ପ୍ରକୃତ ନାମ ଅନୁସାରେ ବିଷ୍ଣୁ ସ୍ତମ୍ଭ ଭାବରେ ଘୋଷଣା କରାଯାଉ। କେବଳ ଗଣେଶ ନୁହଁ ଭଗବାନ କୃଷ୍ଣଙ୍କର ମଧ୍ୟ ଏକାଧିକ ମୂର୍ତ୍ତି କୁତୁବମିନାର ପରିସରରେ ଥିବା ଗୋଏଲ ଦାବି କରିଛନ୍ତି। ନ୍ୟାସନାଲ ସ୍ମାରକୀ ପ୍ରାଧିକରଣ ଅଧ୍ୟକ୍ଷ ତରୁଣ ବିଜୟ ଏହି ପ୍ରସଙ୍ଗରେ ASIକୁ ଚିଠି ଲେଖିବା ପରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି। ମସଜିଦରୁ ଦୁଇଟି ଗଣେଶ ମୂର୍ତ୍ତି ହଟାଇବା ପାଇଁ ଦାବି ଯୋର ଧରିଛି।