'Most Favored Nation' ଲେବଲ୍ ସ୍ଥାୟୀ ସାଧାରଣ ବାଣିଜ୍ୟ ସମ୍ପର୍କ ପାଇଁ ଏକ ରବର ଷ୍ଟାମ୍ପ ପରି। ଯଦି ଏହାର ଅପସାରଣକୁ ଅନୁମୋଦନ କରିବାକୁ କଂଗ୍ରେସ ଭୋଟ୍ ଦିଏ, ଋଷ ସହିତ ସାଧାରଣ ବାଣିଜ୍ୟ ପ୍ରଭାବଶାଳୀ ଭାବରେ ଶେଷ ହେବ ଏବଂ ଅଧିକ ଶୁଳ୍କ ପାଇଁ ବାଟ ଫିଟିବ।
Trending Photos
ନ୍ୟୁୟର୍କ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ବିଶ୍ୱର ପ୍ରତିକ୍ରିୟା ଗମ୍ଭୀର ହେବାକୁ ଯାଉଛି। ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ, G7 ରାଷ୍ଟ୍ର ଏବଂ ୟୁରୋପୀୟ ୟୁନିଅନ ସହିତ ଆମେରିକା, ଋଷକୁ ଏହାର 'Most Favored Nation' ମାନ୍ୟତାରୁ ବଞ୍ଚିତ କରିଛି। ବାଇଡେନଙ୍କ ନିଷ୍ପତ୍ତି ପରେ, ତାଙ୍କୁ କଂଗ୍ରେସର ଅନୁମୋଦନ ମିଳିଛି। କେବଳ ଆମେରିକା ନୁହଁ, ଜର୍ମାନୀ, ଜାପାନ, ବ୍ରିଟେନ, କାନାଡା, ଫ୍ରାନ୍ସ ଓ ଇଟାଲି ମଧ୍ୟରେ ମିଳିତ ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି। ତେବେ ଏକ 'Most Favored Nation' ହେବାର ଅର୍ଥ କ’ଣ ଏବଂ ଏପର୍ଯ୍ୟନ୍ତ କାହିଁକି ଋଷର ଏହି ମାନ୍ୟତା ଅଛି?
ବିଶ୍ୱ ବାଣିଜ୍ୟିକ ସଂଗଠନ (WTO)ର ଜଣେ ସଦସ୍ୟ ଭାବରେ ଋଷକୁ ଏକ 'Most Favored Nation' ଭାବରେ ବିବେଚନା କରାଯାଏ। ଯାହା ଏହାକୁ WTOର ସମସ୍ତ ବଜାରକୁ ସମାନ ସୁବିଧା ପ୍ରଦାନ କରିଥାଏ ଏବଂ ସମାନ ଶୁଳ୍କ ଗ୍ୟାରେଣ୍ଟି ଦେଇଥାଏ। କିନ୍ତୁ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ପ୍ରଥମରୁ ନିନ୍ଦା କରୁଥିବା ଆମେରିକା ପୁଣି ଥିରେ ଏକ ବଡ ପଦକ୍ଷେପ ନେଇଛି। ଋଷ ସହିତ ସାଧାରଣ ବାଣିଜ୍ୟିକ ସମ୍ପର୍କକୁ ସ୍ଥଗିତ ରଖିବାକୁ ବାଇଡେନ ଆହ୍ୱାନ କରିଛନ୍ତି। ଫଳରେ ଋଷରୁ ଆମେରିକା ହୀରା, ମଦ ଏବଂ ସାମୁଦ୍ରିକ ଖାଦ୍ୟ ପଦାର୍ଥ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପୂର୍ବରୁ ଋଷର ତୈଳ ଓ ପ୍ରାକୃତିକ ଗ୍ୟାସ ଉପରେ ଆମେରିକା ଏହି ପ୍ରତିବନ୍ଧକ ଲଗାଇଛି।
Also Read: ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ
'Most Favored Nation' ଲେବଲ୍ ସ୍ଥାୟୀ ସାଧାରଣ ବାଣିଜ୍ୟ ସମ୍ପର୍କ ପାଇଁ ଏକ ରବର ଷ୍ଟାମ୍ପ ପରି। ଯଦି ଏହାର ଅପସାରଣକୁ ଅନୁମୋଦନ କରିବାକୁ କଂଗ୍ରେସ ଭୋଟ୍ ଦିଏ, ଋଷ ସହିତ ସାଧାରଣ ବାଣିଜ୍ୟ ପ୍ରଭାବଶାଳୀ ଭାବରେ ଶେଷ ହେବ ଏବଂ ଅଧିକ ଶୁଳ୍କ ପାଇଁ ବାଟ ଫିଟିବ। ବିଶ୍ୱ ବାଣିଜ୍ୟ ସଂଗଠନ ଅନୁଯାୟୀ ଏହାର ସଦସ୍ୟ ଦେଶଗୁଡ଼ିକ ସେମାନଙ୍କ ବାଣିଜ୍ୟ ଭାଗିଦାରୀକୁ ଭେଦଭାବ କରିପାରିବେ ନାହିଁ। ପୃଥକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କିମ୍ବା ବିକାଶଶୀଳ କାଉଣ୍ଟିଗୁଡିକ ପାଇଁ ସ୍ୱତନ୍ତ୍ର ବଜାର ପ୍ରବେଶକୁ ଅନ୍ତର୍ଭୁକ୍ତ କରି ଏହି ଧାରା କିଛି ବ୍ୟତିକ୍ରମ ପାଇଁ ଅନୁମତି ଦିଏ।
ଏହା ପ୍ରଥମ ଥର ହେବ ନାହିଁ ଯେ କୌଣସି ଦେଶ ନିଜର 'Most Favored Nation' ମାନ୍ୟତା ହରାଇବ। ୨୦୧୯ ପୁଲୱାମା ଆକ୍ରମଣ ପରେ ଭାରତ, ପାକିସ୍ତାନର ଲେବଲ୍ ପ୍ରତ୍ୟାହାର କରିନେଇଛି। ଗତ ସପ୍ତାହରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଆମେରିକାର ସାଂସଦମାନଙ୍କୁ ଋଷର 'Most Favored Nation' ମାନ୍ୟତା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଋଷର ତୈଳ ଏବଂ ଗ୍ୟାସ ଆମଦାନୀ ବନ୍ଦ କରିବାକୁ ମଧ୍ୟ ଜେଲେନସ୍କି ଅପିଲ କରିଥିଲେ।।
Also Read: ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର; ଏମିତି ଧମକ ଦେଲା ପାକ୍ ବୈଦେଶିକ ମନ୍ତ୍ରଣାଳୟ
ବୁଧବାର House of Representativesରେ ଆମେରିକାରେ ଋଷର ତୈଳ, ପ୍ରାକୃତିକ ଗ୍ୟାସ ଏବଂ କୋଇଲା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୱାଟର-ଡାଉନ୍ ବିଲ୍ ପାରିତ ହୋଇଛି। ଆଇନର ପୂର୍ବ ସଂସ୍କରଣରେ ଏକ ବ୍ୟବସ୍ଥା ଅନ୍ତର୍ଭୂକ୍ତ କରାଯାଇଥିଲା ଯାହା ଋଷ ଏବଂ ବେଲାଋଷ ପାଇଁ ସ୍ଥାୟୀ ସାଧାରଣ ବାଣିଜ୍ୟ ସମ୍ପର୍କକୁ ସ୍ଥଗିତ ରଖିବ। Senateରେ ଗୁରୁବାର ଦ୍ୱିପାକ୍ଷିକ ଆଲୋଚନାରେ ଋଷର ବାଣିଜ୍ୟ ସ୍ଥିତି ଉପରେ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆମେରିକାର ବାଣିଜ୍ୟ ପ୍ରତିନିଧୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ୨୦୧୯ ସୁଦ୍ଧା ଋଷ ଆମେରିକାର ୨୬ତମ ବୃହତ୍ତମ ବାଣିଜ୍ୟିକ ଭାଗିଦାରୀ ଥିଲା। ସାମଗ୍ରୀର ବାଣିଜ୍ୟରେ ମୋଟ ୨୮ ବିଲିୟନ ଡ଼ଲାର୍ ଏବଂ ସେବା, ରପ୍ତାନି ଏବଂ ଆମଦାନୀରେ ୬.୯ ବିଲିୟନ ଡ଼ଲାର୍ ଥିଲା। ରପ୍ତାନି ଦୃଷ୍ଟିରୁ ଋଷ, ଆମେରିକାର ରପ୍ତାନି ବଜାର ତାଲିକାରେ ୪୦ତମ ସ୍ଥାନରେ ରହିଛି। କିନ୍ତୁ ରପ୍ତାନୀ ତାଲିକାର ଶୀର୍ଷରେ ଇନ୍ଧନ, ମୂଲ୍ୟବାନ ଧାତୁ, ଲୁହା, ଇସ୍ପାତ ଏବଂ ସାର ରହିଛି। ୨୦୧୯ରେ ଏହା ଆମଦାନୀ କରିବାରେ ୨୦ତମ ବୃହତ୍ତମ ଯୋଗାଣକାରୀ ଥିଲା। ଏବେ ଏହି ବ୍ୟାନ ପରେ ଋଷକୁ ଏକ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡିବ।