ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର; ଏମିତି ଧମକ ଦେଲା ପାକ୍ ବୈଦେଶିକ ମନ୍ତ୍ରଣାଳୟ
Advertisement
Article Detail0/zeeodisha/odisha1122643

ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର; ଏମିତି ଧମକ ଦେଲା ପାକ୍ ବୈଦେଶିକ ମନ୍ତ୍ରଣାଳୟ

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଭାରତର ଗୋଟିଏ କ୍ଷେପଣାସ୍ତ୍ର ପାକିସ୍ତାନ ଅଞ୍ଚଳରେ ପଡିଛି। ଏହା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଏହା ଏକ ଆଶ୍ୱସ୍ତିକର ବିଷୟ ଯେ, ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। 

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ପଡିବା ଘଟଣାକୁ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ  ପ୍ରତିକ୍ରିୟା ଦେଇଛି। ମନ୍ତ୍ରଣାଳୟ କହିଛି ଯେ, "ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ହେତୁ ଘଟିଛି ଏବଂ ଏହା ଘଟଣାରେ ଗଭୀର ଅନୁତାପ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୯ ମାର୍ଚ୍ଚ ୨୦୨୨ରେ ନିୟମିତ ଟେଷ୍ଟିଂ ସମୟରେ ବୈଷୟିକ ତ୍ରୁଟି ହେତୁ ଏହି କ୍ଷେପଣାସ୍ତ୍ରଟି ହଠାତ୍ ଫାଇରିଂ ହୋଇଥିଲା। ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଭାରତର ବୟାନ ପରେ ପାକିସ୍ତାନ ଧମକ ଦେବା ଆରମ୍ଭ କରିଛି।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଭାରତର ଗୋଟିଏ କ୍ଷେପଣାସ୍ତ୍ର ପାକିସ୍ତାନ ଅଞ୍ଚଳରେ ପଡିଛି। ଏହା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଏହା ଏକ ଆଶ୍ୱସ୍ତିକର ବିଷୟ ଯେ, ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଏହି ପ୍ରସଙ୍ଗରେ ଭାରତର କନସୁଲେଟ-ଇନ୍‌-ଚାର୍ଜକୁ ଡକାଇ ପାକିସ୍ତାନ 'ଭାରତୀୟ ସୁପରସୋନିକ୍ ବସ୍ତୁ ଉଡ଼ାଇ ବାୟୁସୀମା ନିୟମ ଉଲଂଘନ ବିରୁଦ୍ଧରେ ଦୃଢ ବିରୋଧ କରିଛି। ଏବଂ ନିରପେକ୍ଷ ତଦନ୍ତ ପାଇଁ ଦାବି ମଧ୍ୟ କରାଯାଇଥିଲା।

Also Read: ପାକିସ୍ତାନରେ ପଡ଼ିଲା ଭାରତର 'ସୁପରସୋନିକ୍ ମିସାଇଲ୍'? ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ 'ଉଡ଼ୁଥିବା ଭାରତୀୟ ସୁପରସୋନିକ୍ ବସ୍ତୁ' ମାଧ୍ୟମରେ ବାୟୁମଣ୍ଡଳର ଉଲ୍ଲଂଘନ ସମ୍ପର୍କରେ ଭାରତୀୟ କୂଟନୀତିଜ୍ଞଙ୍କୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୯ ସନ୍ଧ୍ୟା ୬ଟା ୪୩ ମିନିଟରେ ଭାରତର ସୁରତଗଡରୁ ଏହି ବସ୍ତୁ ପାକିସ୍ତାନରେ ପ୍ରବେଶ କରିଥିଲା। ସେହି ଦିନ ପଞ୍ଜାବ ପ୍ରଦେଶର ମିଆନ ଚୁନ୍ନୁ ସହରରେ ଏହି କ୍ଷେପଣାସ୍ତ୍ର ମାଡ ହୋଇ ସାଧାରଣ ନାଗରିକଙ୍କ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। କେବଳ ସାଧାରଣ ନାଗରିକଙ୍କ ସମ୍ପତ୍ତି ନୁହେଁ ବରଂ ମାନବ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

ପାକ୍ ବୈଦେଶିକ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନର ବାୟୁସୀମାରେ କ୍ଷେପଣାସ୍ତ୍ର ମାଡ କରି ଭାରତ ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇଛି। ଏହା ସାଉଦି ଏବଂ କାତାର ବିମାନ ସେବା ସହିତ ଘରୋଇ ବିମାନ ଉପରେ ପ୍ରଭାବ ପକାଇପାରେ। ଭାରତ ସ୍ପଷ୍ଟୀକରଣ ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବ ବୋଲି ପାକିସ୍ତାନ କହିଛି। P-5 ଦେଶର ଦୂତମାନଙ୍କୁ (ଚୀନ୍, ଫ୍ରାନ୍ସ, ଋଷ, ବ୍ରିଟେନ ଏବଂ ଆମେରିକା) ଡକାଯିବ ଏବଂ ଘଟଣା ସମ୍ପର୍କରେ ସୂଚନା ଦିଆଯିବ।

Also Read: ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ

ଏୟାର ଭାଇସ ମାର୍ଶଲ ତାରିକ ଜିଆ କହିଛନ୍ତି ଯେ, ଯେଉଁ ସମୟରେ ପାକିସ୍ତାନୀ ସେନା ଭାରତୀୟ କ୍ଷେପଣାସ୍ତ୍ର ଉଠାଇଥିଲା, ସେତେବେଳେ ଦୁଇଟି ଏୟାରୱେ ସକ୍ରିୟ ଥିଲା ଏବଂ ଅନେକ ଘରୋଇ ବିମାନ ମଧ୍ୟ ପାକିସ୍ତାନୀ ଅଞ୍ଚଳରେ ଥିଲା। ପାକିସ୍ତାନ କହିଛି, ଯଦି ଆମେ ଭାରତୀୟ ସୁପରସୋନିକ୍ ବସ୍ତୁର ଗତି ଏବଂ ଉଚ୍ଚତାକୁ ଦେଖିବା, ତେବେ ତାହା ୪୦ ହଜାର ଫୁଟ ଉଚ୍ଚରେ ଥିଲା ଏବଂ ଯାତ୍ରୀବାହୀ ବିମାନ ୩୫ରୁ ୪୨ ହଜାର ଫୁଟ ମଧ୍ୟରେ ରହିଥାଏ। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଏହା ଏକ ବଡ ବିପଦ ହୋଇପାରେ।

ସୂଚନାଯୋଗ୍ୟ, ବୁଧବାର ହରିୟାଣାର ଶିର୍ସାରୁ ଭୁଲ୍‌ରେ ଫାୟାର ହୋଇ ଗୋଟିଏ ଭାରତୀୟ କ୍ଷପଣାସ୍ତ୍ର ପାକିସ୍ତାନରେ ପଡ଼ିଥିଲା। ଭାରତ ସୀମା ଠାରୁ ୧୨୪ କିମି ଦୂରରେ ପଡିଥିବା ମିଜାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନାହିଁ। ମିଜାଇଲ ଭୁଲ୍‌ରେ ପଳାଇଥିବା ଭାରତୀୟ ସେନା ସ୍ୱୀକାର କରିଛି। ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ଆଦେଶ ମଧ୍ୟ ଦିଆଯାଇଛି।