ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା କର: ସୁପ୍ରିମକୋର୍ଟ
Advertisement

ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା କର: ସୁପ୍ରିମକୋର୍ଟ

କୋରୋନା ସଂକଟ ସମୟରେ ବିଶ୍ୱବିଦ୍ୟାଳୟସ୍ତରୀୟ (University Exam) ହେଉ ଅବା ଅନ୍ୟ ପ୍ରତିଯୋଗିତାମୂଳକ (Competetive Exam) ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି ଜୋର ଧରିଛି। ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଘୁଞ୍ଚାଇବାକୁ କୋର୍ଟରେ ଦାବି କରିଛନ୍ତି। 

ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ବିଶ୍ୱବିଦ୍ୟାଳୟସ୍ତରୀୟ (University Exam) ହେଉ ଅବା ଅନ୍ୟ ପ୍ରତିଯୋଗିତାମୂଳକ (Competetive Exam) ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି ଜୋର ଧରିଛି। ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଘୁଞ୍ଚାଇବାକୁ କୋର୍ଟରେ ଦାବି କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ (Supremecourt) ଉକ୍ତ ଦାବି ସବୁକୁ ଖାରଜ କରିବା ସହିତ ଆସନ୍ତା ସେପ୍ଟେମ୍ବର ୩୦ ମଧ୍ୟରେ ସମସ୍ତ ପରୀକ୍ଷାକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି କି ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନ ୟୁଜିସି (UGC) ଦ୍ୱାରା ଧାର୍ଯ୍ୟ ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷାକୁ ଅନୁଷ୍ଠିତ ହେବ।

ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୂଷଣ()ଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ତେବେ ଉକ୍ତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ବାର୍ଷିକ ପରୀକ୍ଷା କରିବାକୁ ଗତ ଜୁଲାଇ ୬ ତାରିଖରେ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା। 

ଏହା ସହିତ ଆହୁରି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ପରୀକ୍ଷା ନ କରାଇ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ୟୁଜିସି ପକ୍ଷରୁ ପ୍ରତିନିଧିତ୍ୱ କରି ସଲିସିଟିର ଜେନେରାଲ ତୁଷାର ମେହେଟା କହିଥିଲେ ରାଜ୍ୟ ସରକାର ନୁହନ୍ତି, କେବଳ ବୈଧାନିକ ସଂସ୍ଥାନର ପରୀକ୍ଷା ବାତିଲ କରିବାର କ୍ଷମତା ରହିଛି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି, ବିପର୍ଯ୍ୟୟ ପରିଚାଳନା ଆକ୍ଟ ଅନୁଯାୟୀ ଏହି ପରୀକ୍ଷା ହୋଇ ପାରିବ।