ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ବିଗତ ୫୦ ଦିନରୁ ଅଧିକ ସମୟ ହେବ ଉଭୟ ଦେଶର ସେନା ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଋଷ ସେନା (Russian Army) ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାକୁ ଲାଗିଛି । ସେପଟେ ଋଷ ସୈନ୍ୟ (Russian Soldiers) ଙ୍କୁ କଡ଼ା ଟକ୍କର ଦେଉଛି ୟୁକ୍ରେନ ସେନା (Ukrainian Army) । ୟୁକ୍ରେନ ଅଧିକାଂଶ ସହର ଶ୍ମଶାନରେ ପରିଣତ ହୋଇସାରିଛି । ଏହି ଯୁଦ୍ଧର ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ବୁଚା (Bucha Massacre) ରେ ହୋଇଥିବା ଗଣହତ୍ୟା ଓ ଅତ୍ୟାଚାରର ଚିତ୍ର ଦେଖି ସାରା ଦୁନିଆ ସ୍ତବ୍ଧ ହୋଇଯାଇଛି । ଏହା ମଧ୍ୟରେ ଖବର ଆସୁଛି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ପରମାଣୁ ଆକ୍ରମଣ କରିପାରନ୍ତି । ଆମେରିକାରର ଗୁଇନ୍ଦା ସଂସ୍ଥା ସିଆଇଏ (CIA) ଋଷ ଦ୍ୱାରା ପରମାଣୁ ଆକ୍ରମଣ (Nuclear Attack) ର ଆଶଙ୍କା ବ୍ୟକ୍ତ କରାଯାଇଛି ।   


COMMERCIAL BREAK
SCROLL TO CONTINUE READING

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ସିଆଇଏର ନିର୍ଦ୍ଦେଶକ ବିଲିୟମ୍ ଜେ. ବୁର୍ନସ୍ (CIA Director William J. Burns) ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଋଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୋଧରେ ହାଲୁକା ଧରଣର ପରମାଣୁ ଅସ୍ତ୍ରର ବ୍ୟବହାର କରିପାରନ୍ତି । ଋଷ ସେନାକୁ ୟୁକ୍ରେନରୁ ଅନେକ ପ୍ରକାରର ସେଟବ୍ୟାକ୍ ମିଳିଛି । ଏଥିରେ ପୁଟିନ ଓ ଋଷର ନେତୃତ୍ୱକୁ ଗଭୀର ନିରାଶା କରିଛି । ଏହି ପରିସ୍ଥିତିରେ ଋଷ ୟୁକ୍ରେନ ଉପରେ ଟ୍ୟାକ୍ଟିକାଲ ବା ହାଲୁକା ଧରଣର ପରମାଣୁ ଅସ୍ତ୍ର (Nuclear Weapon) ବ୍ୟବହାର କରିପାରିବେ ଓ ଏହା ଭଲ ସଙ୍କେତ ନୁହେଁ ।


ସୂଚନାଯୋଗ୍ୟ, ଟେକ୍ଟିକାଲ ୱେପନ୍ସକୁ ବେଟଲଫିଲ୍ଡ ନ୍ୟୁକ୍ସ ମଧ୍ୟ କୁହାଯାଇଥାଏ । ଏହା ଅପେକ୍ଷାକୃତ ଛୋଟ ହୋଇଥାଏ, ଯେଉଁଥିରେ ମୋର୍ଟାରରୁ ଲଞ୍ଚ କରାଯାଇଥାଏ କିମ୍ୱା ମାଇନ୍ ବ୍ଲାଷ୍ଟ ପରି ବ୍ୟବହାର କରାଯାଇଥାଏ । ଅନ୍ୟପଟେ ଲୋ-ୟିଲ୍ଡ ବା ହାଲୁକା ପରମାଣୁ ଅସ୍ତ୍ରକୁ ଛୋଟ ବିସ୍ଫୋରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ । ଯାହା ବେଳେବେଳେ ପାରମ୍ପରିକ ଓ ପରମାଣୁ ଅସ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ଅସ୍ପଷ୍ଟ କରିଥାଏ ।


ଏହା ବି ପଢ଼ନ୍ତୁ:-ଗୁଜୁରାଟରେ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା! ଆପରେ ଯୋଗ ଦେଲେ ଏହି ୨ ବଡ଼ ନେତା


ଏହା ବି ପଢ଼ନ୍ତୁ:-ପଞ୍ଜାବର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଭଗବନ୍ତ ମାନ ନା ଅରବିନ୍ଦ କେଜ୍ରିୱାଲ


ଏହା ବି ପଢ଼ନ୍ତୁ:-ଏହି ୩ଟି ପରିସ୍ଥିତିରେ ଋଷ ଉପରେ ଆକ୍ରମଣ କରିବ ଆମେରିକା!


 


ସିଆଇଏ (CIA) ର ନିର୍ଦ୍ଦେଶକ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଆମେ ସମସ୍ତେ ଚିନ୍ତିତ ଅଛୁ । ଯୁଦ୍ଧରେ ଯେଉଁଭଳି ଭାବେ ଋଷର ସେନା (Russian Troops) ଦୁର୍ବଳ ହେବାକୁ ଲାଗିଛି, ସେଥିରୁ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ବିପଦ ମଧ୍ୟ ବଢ଼ି ଚାଲିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଯୋଗୁଁ ଋଷକୁ ୟୁକ୍ରେନରେ ନିଜର ଅତ୍ୟାଚାର ଲୁଚାଇରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଋଷର କ୍ରୁର ଚେହେରା ଦୁନିଆ ଆଗରେ ଆସୁଛି ଓ ଲମ୍ୱା ସମୟ ଧରି ଯୁଦ୍ଧ ଜାରି ରହିଥିବାରୁ ପୁଟିନ ମଧ୍ୟ ଚିନ୍ତିତ ଅଛନ୍ତି । ଏହି ଚିନ୍ତାକୁ ଦୂର କରିବା ପାଇଁ ସେ ବଡ଼ ପଦକ୍ଷେପ ମଧ୍ୟ ନେଇପାରନ୍ତି ।