ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ଦେଲା ଏହି ବଡ଼ ବୟାନ
Advertisement

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ଦେଲା ଏହି ବଡ଼ ବୟାନ

US-Pakistan Relation: ବ୍ଲିଙ୍କେନ୍ ଆଗକୁ କହିଛନ୍ତି ଯେ, ଆମେରିକା ଏକ ମଜଭୁତ, ସମୃଦ୍ଧ ତଥା ଗଣତାନ୍ତ୍ରିକ ପାକିସ୍ତାନକୁ ଉଭୟ ଦେଶର ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ମନେ କରେ । ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଶାହବାଜ ସରିଫଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶିଷ୍ଟାଚାର ଭାବେ ଫୋନ୍ କଲ୍ କରିନାହାଁନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ କୌଣସି ଫୋନ୍ କଲ୍ କରିନଥିଲେ ।

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ଦେଲା ଏହି ବଡ଼ ବୟାନ

ୱାଶିଂଟନ: ୱାଶିଂଟନ: US-Pakistan Relation: ଶାହବାଜ ଶରୀଫ୍ (Shahbaz Sharif) ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ତାଙ୍କୁ ଶୁଭେଚ୍ଛା ଜଣାଇଛି । ଆମେରିକା କହିଛି ଯେ, ସେ ଉଭୟ ଦେଶର ସମ୍ପର୍କକୁ ଗୁରୁତ୍ୱ ଦେଉଛି । ଏହାସହ ଦୀର୍ଘ ସମୟ ଧରି ଚାଲି ଆସୁଥିବା ସହଯୋଗକୁ ଜାରି ରଖିବା ଉପରେ ଇଚ୍ଛା ବ୍ୟକ୍ତି କରିଛି । ୱାଶିଂଟନର ଏହି ବୟାନକୁ ପାକିସ୍ତାନ ସହ ସମ୍ୱନ୍ଧ ସୁଧାରିବାର ତା'ର ପ୍ରୟାସ ଭାବେ ଦେଖାଯାଉଛି । ବିଶେଷକରି ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଆମେରିକା ସହ ପାକିସ୍ତାନର ସମ୍ପର୍କ  (US-Pakistan Relation) ଅସ୍ଥିର ରହିଛି । ଗତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ଗାଦିରୁ ହଟା ଯାଇଥିଲା, ସେହି ସମୟରେ ସେ ଏହା ପଛରେ ଆମେରିକାର ହାତ ରହିଛି ବୋଲି ଅଭିଯୋଗ ଆଣିଥିଲେ । ତେବେ ଆମେରିକା ପ୍ରଶାସନ ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବୋ ଅସ୍ୱୀକାର କରିଛି ।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken) କହିଛନ୍ତି ଯେ, "ପାକିସ୍ତାନ ବିଗତ ୭୫ ବର୍ଷ ଧରି ପରସ୍ପରର ହିତ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଆସିଛି ଓ ଆମେରିକା ପାକିସ୍ତାନ ସହ ନିଜ ସମ୍ପର୍କକୁ ମହତ୍ତ୍ୱ ଦେଇଥାଏ । ଆମେରିକା ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ (Pakistan PM Shahbaz Sharif) ଙ୍କୁ ଶୁଭେଚ୍ଛା ଜଣାଉଛି । ଆମେ ପାକିସ୍ତାନ ସରକାର ସହ ଦୀର୍ଘ ସମୟ ଧରି ଚାଲି ଆସୁଥିବା ସହଯୋଗକୁ ଜାରି ରଖିବାର ଆଶା କରୁଛୁ ।"

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ବଢ଼ିଲା ଟେନସନ୍! ୟୁକ୍ରେନ ପହଞ୍ଚିଲେ ପୋଲାଣ୍ଡ ସମେତ ଏସବୁ ଦେଶର ରାଷ୍ଟ୍ରପତି

ଏହା ବି ପଢ଼ନ୍ତୁ:-କଂଗ୍ରେସ ଛାଡ଼ିବେ ହାର୍ଦ୍ଦିକ ପଟେଲ! ଦଳକୁ ନେଇ ଦେଲା ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷକୁ ଲାଗିଲା ପୁଣି ବଡ଼ ଝଟକା, ସହିବାକୁ ପଡ଼ିଲା ଏହି କ୍ଷତି

 

ବ୍ଲିଙ୍କେନ୍ ଆଗକୁ କହିଛନ୍ତି ଯେ, ଆମେରିକା ଏକ ମଜଭୁତ, ସମୃଦ୍ଧ ତଥା ଗଣତାନ୍ତ୍ରିକ ପାକିସ୍ତାନକୁ ଉଭୟ ଦେଶର ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ମନେ କରେ । ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଶାହବାଜ ସରିଫଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶିଷ୍ଟାଚାର ଭାବେ ଫୋନ୍ କଲ୍ କରିନାହାଁନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ କୌଣସି ଫୋନ୍ କଲ୍ କରିନଥିଲେ ।