Top 10 News Headlines: ମାହାଙ୍ଗା ଡବଲ ମର୍ଡର, ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2216837

Top 10 News Headlines: ମାହାଙ୍ଗା ଡବଲ ମର୍ଡର, ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ଦିନତମାମର ୧୦ ବଡ଼ ଖବର

Top 10 News Headlines: ମାହାଙ୍ଗା ଡବଲ ମର୍ଡର, ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

H1. ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ ହୋଇଛି। ସମସ୍ତ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ସାଲେପୁର ଜେଏମଏଫସି ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା।ନିମ୍ନ ଅଦାଲତ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ନିର୍ଦେଶ ଦେବା ବେଆଇନ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

H2. ଭେଙ୍କୟା ନାଇଡ଼ୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି
ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁଙ୍କୁ ପଦ୍ମ ପୁରସ୍କାର ପ୍ରଦାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ପଦ୍ମ ବିଭୂଷଣ । କଳା କ୍ଷେତ୍ରରେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ପଦ୍ମା ସୁବ୍ରମଣ୍ୟଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ କଣ୍ଠଶିଳ୍ପୀ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

H3. ବିଜେଡ଼ିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା
ବିଜୁ ଜନତା ଦଳ ପକ୍ଷରୁ ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି।  ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାଯୋଗେ ଏହି ଘୋଷଣା କରିଛନ୍ତି। ଏହି ଅନୁସାରେ ହିନ୍ଦୋଳରୁ  ପ୍ରାର୍ଥୀ ହେବେ ମହେଶ ସାହୁ, ରଘୁନାଥ ପଲ୍ଲୀରୁ  ଅର୍ଚନାରେଖା ବେହୁରା, ବାଲିକୁଦା- ଏରସମାରୁ ସାରଦା ପ୍ରସନ୍ନ ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷୀରୁ ରଞ୍ଜିତା ମାରାଣ୍ଡି ଏବଂ ବରିରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହେବେ। କେବଳ କାକଟପୁର ଆସନରୁ ତୁଷାରକାନ୍ତିଙ୍କୁ ପୁଣିଥରେ ବିଧାୟକ ଭାବେ ଲଢ଼ିବାକୁ ସୁଯୋଗ ଦିଆଯାଇଥିବା ବେଳେ ଅନ୍ୟ ୫ ଆସନରେ ନୂଆ ପ୍ରାର୍ଥୀଙ୍କୁ ନେଇ ଭୋଟ ମାଗିବ ବିଜେଡି। 

H4. ବିଜେପିକୁ ଫେରିଲେ ବିମ୍ବାଧର
ବିଜେଡି ଛାଡ଼ି ବିଜେପିକୁ ଫେରିଛନ୍ତି ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେପିକୁ ଫେରିବା ପରେ ସେ ବିଜେଡିର ଅନେକ ଗୁମର ଖୋଲିଛନ୍ତି।

H5. ଆଇନ ପରୀକ୍ଷା ବାତିଲ
କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୨୮ଟି ମହାବିଦ୍ୟାଳୟର ପରୀକ୍ଷା ବାତିଲ୍‍ ହୋଇଛି। ଆଇନ ସ୍ନାତକ ପାଠ୍ୟକ୍ରମର ଶେଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷାରେ ସିଲାବସ୍‍ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିଶ୍ବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି।

H6. ଗୋଟିଏ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ସିପିଆଇ
ସିପିଆଇ ଆଜି ଓଡ଼ିଶାର ଗୋଟିଏ ଲୋକସଭା ଓ ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସାଧାରଣ ସମ୍ପାଦକ ଅଭୟ ସାହୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରି କହିଛନ୍ତି ଯେ, ଦଳ ଚଳିତ ନିର୍ବାଚନରେ ଗୋଟିଏ ଲୋକସଭା ଓ ୧୧ଟି ବିଧାନସଭା ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଜଗତସିଂହପୁର ଲୋକସଭା ଆସନରେ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । 

H7. ଡିପଫେକର ଶିକାର ହେଲେ ରଣବୀର
‘ଡିପ୍‍ ଫେକ୍‍’ ଭିଡିଓକୁ ନେଇ ଅଭିନେତା ରଣବୀର ସିଂହ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ବାରଣାସୀ ଶୋ’ ଭିଡିଓସହ କେହି ବ୍ୟକ୍ତି ଏଆଇ ସୃଷ୍ଟ ରଣବୀରଙ୍କୁ ଯୋଡ଼ିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ କହୁଥିବା ନଜରକୁ ଆସିଛି। 

H8. କୁଏତରେ ହିନ୍ଦି ଭାଷାରେ ରେଡ଼ିଓ ସେବା
କୁଏତରେ ପ୍ରଥମଥର ପାଇଁ ହିନ୍ଦି ଭାଷାରେ ରେଡିଓ ସେବା ଆରମ୍ଭ ହୋଇଛି। କୁଏତରେ ଥିବା ଭାରତୀୟ ରାଷ୍ଟ୍ରଦୂତ  କାର୍ଯ୍ୟାଳୟ ଏହା ସ୍ପଷ୍ଟ କରିଛନ୍ତି। ପ୍ରତି ରବିବାରଦିନ କୁଏତ ରେଡିଓର ଉଭୟ ଏଫ୍‍ଏମ୍‍ ଏବଂ ଏଏମ୍‍  ଚ୍ୟାନେଲ୍‍ରେ ଏହି ହିନ୍ଦୀ ସେବା ଉପଲବ୍ଧ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।  କୁଏତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ  ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁସାରେ ଏହା ସମ୍ଭବ ହୋଇପାରିଛି। ଯାହା ଦୁଇ ଦେଶ ଭିତରେ ସଦ୍‍ଭାବକୁ ଆହୁରି ବିକଶିତ କରିବ ବୋଲି ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି। ଦୂତାବାସର ଏକ୍ସ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। 

H9. ଓଡ଼ିଶା ଆସିବେ ରାହୁଲ
ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକୁ ରାହୁଲ ଗାନ୍ଧି ଓଡ଼ିଶା ଆାସିବେ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।  ୨୮ ତାରିଖରେ ସାଲେପୁରଠାରେ ସାଧାରଣ ସଭାରେ ସେ ଲୋକଙ୍କୁ ଉଦ୍‍ବୋଧନ ଦେବା ସମ୍ଭାବନା ରହିଛି। ଠିକ୍‍ ସେହିପରି ଆସନ୍ତା ମାସର ପ୍ରଥମ ସପ୍ତାହରେ ପୁଣିଥରେ ରାହୁଲ ଓଡ଼ିଶା ଆସିପାରନ୍ତିୁ। ରାୟଗଡ଼ାଠାରେ ସେ ଆୟୋଜିତ ହେବାକୁ ଥିବା ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କୋରାପୁଟ ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଶ୍ରୀ ଉଲାକା ଗତଥର ପ୍ରାର୍ଥୀ ହୋଇ ଜିତିଥିଲେ। 

H10. ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ୍ 
ଆଇପିଏଲ ୨୦୨୪ର ୩୮ତମ ମ୍ୟାଚ୍ ସୋମବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଖେଳାଯାଉଛି।  ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ବରେ  ବୋଲିଂ ଆରମ୍ଭ କରିଥିଲା।ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୭୯ ରନ୍ କରିଛି। ଫଳରେ ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ୍ ରହିଛି।