ନିର୍ବାଚନରେ ଲାଗିଛି ବାଜି, ହାରିଲେ ଯିବ ୭୪୫୦ କୋଟି
Advertisement

ନିର୍ବାଚନରେ ଲାଗିଛି ବାଜି, ହାରିଲେ ଯିବ ୭୪୫୦ କୋଟି

କ୍ରିକେଟରେ ବାଜି ଲାଗିବା ପ୍ରାୟ ଉଣାଅଧିକେ ସମସ୍ତେ ଜାଣନ୍ତି। କିନ୍ତୁ ନିର୍ବାଚନରେ ଲାଗିଛି ବାଜି।

ନିର୍ବାଚନରେ ଲାଗିଛି ବାଜି, ହାରିଲେ ଯିବ ୭୪୫୦ କୋଟି

ନୂଆଦିଲ୍ଲୀ: କ୍ରିକେଟରେ ବାଜି ଲାଗିବା ପ୍ରାୟ ଉଣାଅଧିକେ ସମସ୍ତେ ଜାଣନ୍ତି। କିନ୍ତୁ ନିର୍ବାଚନରେ ଲାଗିଛି ବାଜି। ତାହା ପୁଣି ୭ ହଜାର କୋଟି ଟଙ୍କାର ବାଜି। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟା ସତ। ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଆଉ ଏହି ନିର୍ବାଚନରେ ଲାଗିଛି ବାଜି। 

ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବେଶ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। କିନ୍ତୁ ଫଳାଫଳ ହିଁ କହିବ ଭବିଷ୍ୟତର ରାଷ୍ଟ୍ରପତି। ତେବେ ନ୍ୟୁଜିଲାଣ୍ଡର ଏକ ଓ୍ୱେବସାଇଟ ଅନୁଯାୟୀ ୧ ଆରବ ଡଲାର ବା ୭୪୫୦ କୋଟି ଟଙ୍କାର ବାଜି ଲାଗିଛି। ଏହି ଅର୍ଥରାଶି ବୃଦ୍ଧି ପାଇ ୧।୩ ଡଲାରକୁ ମଧ୍ୟ ପହଞ୍ଚିପାରେ। 

ଡେମୋକ୍ରାଟିକ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବାଇଡେନଙ୍କ ଉପରେ ଏହି ରାଶି ବାଜି ଲାଗିଛି। ଜୁଆଡ଼ିମାନଙ୍କର ପ୍ରଥମ ପସନ୍ଦ ଭାବେ ଜୋ ବାଇଡେନ ଉଭା ହୋଇଚନ୍ତି। ଜୁଆଡ଼ିମାନଙ୍କ କହିବା ମୁତାବକ ଜୋ ବାଇଡେନ ବିଜୟ ହାସଲ କରିବାର ୬୫ ପ୍ରତିଶତ ଆଶା ରହିଥିବା ବେଳେ ଟ୍ରମ୍ପ ଜିତିବାର ଆଶା ୩୫ ପ୍ରତିଶତ ସମ୍ଭାବନା ରହିଛି। ସେହିପରି ଆମେରିକାରେ ଜୁଆଡ଼ିମାନଙ୍କ ଇତିହାସ ଯଦି ଦେଖାଯାଏ ତେବେ ଏହି ଜୁଆଡ଼ିମାନେ ଯେଉଁ ପ୍ରାର୍ଥୀ ଉପରେ ଭରସା କରନ୍ତି, ସେହିମାନେ ହିଁ ବିଜୟ ଲାଭ କରନ୍ତି ବୋଲି ଜଣାପଡ଼ିଛି। ଅର୍ଥାତ ପ୍ରାୟ ୭୫ ପ୍ରତିଶତ ମାମଲାରେ ଜୁଆଡ଼ିଙ୍କୁ ସଫଳତା ମିଳିଥାଏ ବୋଲି ଜଣାପଡ଼ିଛି।