Russia Ukraine War: ଆମେରିକୀୟ ଗୁଇନ୍ଦା ଏଜେନ୍ସିର ଚାଞ୍ଚଲ୍ୟକର ଦାବି
Russia Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଋଷିଆ ଯେ ୟୁକ୍ରେନ ଉପରେ ଭାରୀ ପଡୁଛି ତାହା ନୁହେଁ ବରଂ ୟୁକ୍ରେନ ଏହି ଯୁଦ୍ଧରେ ଋଷିଆକୁ ଉପଯୁକ୍ତ ଜବାବ ଦେଉଛି।
Russia Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୬ ମାସ ପୂରଣ ହେବାକୁ ଯାଉଛି। ଗତ ବର୍ଷ ଫେବୃଆରୀ ୨୫ ତାରିଖରେ ଆରମ୍ଭ ହୋଇଥିବ ଏହି ଯୁଦ୍ଧରେ ଉଭୟ ପକ୍ଷରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଖବର ଆସିଛି। ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ବିରୋଧି ଯୁଦ୍ଧରେ ପ୍ରାୟ ୧୫ ହଜାର ଋଷୀୟ ସୈନିକ ନିହତ ହୋଇଥିବା ବେଳେ ପ୍ରାୟ ୪୫ ହଜାର ସୈନିକ ଆହତ ହୋଇଛନ୍ତି। ଆମେରିକୀୟ ସଂଘୀୟ ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ଣସ୍ ବୁଧବାର କହିଛନ୍ତି ଯେ ଏହି ଯୁଦ୍ଧରେ ୟୁକ୍ରେନ ମଧ୍ୟ ବହୁଳ ମାତ୍ରାରେ କ୍ଷତି ସହିଛି।
କୋଲୋରାଡୋ ଆସ୍ପେନ୍ ସିକ୍ୟୁରିଟି ଫୋରମ୍ ଠାରେ ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ଣସ୍ (CIA Director William Burns) କହିଛନ୍ତି ଯେ ଆମେରିକୀୟ ଗୁପ୍ତଚର ଏଜେନ୍ସି (US Intelligence Agency) ଦ୍ୱାରା କରାଯାଇଥିବା ନୂତନ ଆକଳନ ଅନୁଯାୟୀ ଏହି ଯୁଦ୍ଧରେ ୧୫ ହଜାର ଋଷୀୟ ସୈନିକ ନିହତ ହୋଇଥିବା ବେଳେ ପ୍ରାୟ ୪୫ ହଜାର ସୈନିକ ଆହତ ହୋଇଛନ୍ତି। ନିହତ ସୈନିକଙ୍କ ତୁଳନାରେ ଆହତ ସୈନିକଙ୍କ ସଂଖ୍ୟା ପ୍ରାୟ ୩ ଗୁଣ ଅଧିକ ରହିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହି ଯୁଦ୍ଧରେ ଅନେକ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ହେଲେ ଏହି ସଂଖ୍ୟା ଋଷୀୟ ସୈନିକଙ୍କ ସଂଖ୍ୟା ଠାରୁ କମ ରହିଛି।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଋଷିଆ ଯେ ୟୁକ୍ରେନ ଉପରେ ଭାରୀ ପଡୁଛି ତାହା ନୁହେଁ ବରଂ ୟୁକ୍ରେନ ଏହି ଯୁଦ୍ଧରେ ଋଷିଆକୁ ଉପଯୁକ୍ତ ଜବାବ ଦେଉଛି। ସଦ୍ୟତମ ମାମଲାରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଦେଶର ଦକ୍ଷିଣ ଭାଗରେ ଥିବା ନୋଭା କାଖୋବକା ସହର ନିକଟରେ ଦେଶର ବାୟୁସେନା ଦ୍ୱାରା ଗୋଟିଏ ଋଷୀୟ ଯୁଦ୍ଧବିମାନକୁ ଗୁଳି ମାରି ଖସାଇ ଦିଆଯାଇଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ପ୍ରକାଶ ପାଇଛି ଯାହା ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ଯୁଦ୍ଧ ବିମାନ ଖସୁଥିବାର ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ରଷୀୟ ଯୁଦ୍ଧ ବିମାନ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଭୂମିରେ ପଡ଼ିଯାଉଥିବାର ଦେଖିବାକୁ ମିଳୁଛି।। ଏହି ବିମାନ ଭୂମିରେ ପଡ଼ିବା ମାତ୍ରେ ସେଥିରେ ପ୍ରବଳ ବିସ୍ଫୋରଣ ଘଟିଛି। ଏହା ପରେ ଏକ କଳା ରଙ୍ଗର ଧୂଆଁ ବେଲୁଲ ଭଳି ଆକାଶକୁ ଉଠିଯାଉଛି। ହେଲେ ଏହି ଆକ୍ରମଣ ପରେ ସମ୍ପୃକ୍ତ ଯୁଦ୍ଧ ବିମାନର ପାଇଲଟ୍ ନିଜକୁ ବିମାନରୁ ବାହାର କରିଦେଇଥିଲେ (Pilot Eject form Fighter Jet)।
Also Read: ଋଷିଆ ବିରୋଧି ଯୁଦ୍ଧ ବେଳେ ବ୍ରହ୍ମାସ୍ତ୍ର ମାଗିଲା ୟୁକ୍ରେନ
Also Read: ଅଧିକ ଅସ୍ତ୍ର ଯୋଗାଣ ସହ ଋଷିଆ ବିରୋଧରେ ସର୍ବାଧିକ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠାଇଲା ୟୁକ୍ରେନ